ଗୁରୁବାର ମୋଦି ସମସ୍ତ ଏମ୍ପିଙ୍କୁ ଦେବେ ରାତ୍ର ଭୋଜନ
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଲୋକ ସଭାର ସମସ୍ତ ଏମ୍ପିଙ୍କୁ ଗୁରୁବାର ରାତ୍ର ଭୋଜନ ଦେବେ। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକ ସଭା ତଥା ରାଜ୍ୟ ସଭାର ସମସ୍ତ ଏମ୍ପିଙ୍କୁ ନିମନ୍ତ୍ରଣ ସମ୍ପର୍କରେ ଅବଗତ କରାଇଛନ୍ତି।…
ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ମୋଦି
ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟୁଇଟ୍ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ମୋଦି ରାହୁଲଙ୍କ ସୁସ୍ଥ ନିରାମୟ ତଥା ଦୀର୍ଘ ଜୀବନ କାମନା କରିଛନ୍ତି। ବୁଧବାର ରାହୁଲଙ୍କ ଜନ୍ମଦିନ ଅବସରରେ…
ବିଦ୍ୟୁତ୍ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର
ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ ଶୋଇଥିବା ବେଳେ ରାତି ପ୍ରାୟ ୩ଟାରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଯାଇଥିଲା।…
ମାଗଣା ଔଷଧ ପାଇଁ ୪୨.୫୨ କୋଟି
କଟକ ଅଫିସ, ୧୯।୬: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବା ପରେ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ପୂର୍ବରୁ ମେଡିକାଲର ବିଭିନ୍ନ ଉତ୍ସରୁ ୟୁଜର୍ସ ଫି ଆଦାୟ କରାଯାଉଥିଲା। ମାତ୍ର ଫେବୃୟାରୀ ପହିଲାରୁ ଏହି ଫି ଆଦାୟ…
ତିନିରଥର ପଟାଗୁଜ ଖୋଦେଇ ଆରମ୍ଭ
ପୁରୀ ଅଫିସ,୧୯ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥ ନିର୍ମାଣ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ୪ ନାହାକ ଉଠିଥିଲା। ମଙ୍ଗଳବାର ତିନି ରଥରେ ପଟାଗୁଜ କାମ ଆରମ୍ଭ ହୋଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଏବଂ ଦର୍ପଦଳନ…
ରଥକୁ ସୁରକ୍ଷା ଦିଅନ୍ତି ପାର୍ଶ୍ୱ ଦେବଦେବୀ
ପୁରୀ ଅଫିସ,୧୯ା୬: ଆସନ୍ତା ଜୁଲାଇ ୪ତାରିଖରେ ଅଖିଳ ବ୍ରହ୍ମାଣ୍ଡନାଥ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି। ରଥଖଳାରେ ତିନିରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ନିର୍ମାଣ କରାଯାଉଛି। ସମଗ୍ର ଭାରତବର୍ଷରେ ଠାକୁରଙ୍କ ଲାଗି ଯେତେ ପ୍ରକାରର…
ଓଭରବ୍ରିଜ୍ ଉପରେ କଡ଼ାକଡ଼ି ହେଲା ହେଲ୍ମେଟ କଟକଣା: ଦିନକରେ ଧରାପଡ଼ିଲେ ୨ଶହରୁ ଊର୍ଦ୍ଧ୍ୱ ବାଇକ ଚାଳକ
ଭୁବନେଶ୍ୱର,୧୯ା୬(ବ୍ୟୁରୋ): ରାଜଧାନୀ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ମାସଠାରୁ ଏବେସୁଦ୍ଧା ୧୨ ଦୁର୍ଘଟଣାରେ ୯ ଜୀବନ ଯାଇଥିବାବେଳେ ବହୁ ଗୁରୁତର ଆହତ ହୋଇଛନ୍ତି। ଏସବୁ ଘଟଣାରେ ବାଇକଚାଳକମାନେ ହେଲ୍ମେଟ୍ ପିନ୍ଧି…
ଆରମ୍ଭ ହୋଇପାରୁନି ଧଉଳି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାତ୍ୟା ‘ଫନୀ’ ଯିବାର ଇତିମଧ୍ୟରେ ଦେଢ଼ମାସ ବିତିଗଲାଣି। ହେଲେ ସୁଧୁରିପାରୁନି ପର୍ଯ୍ୟଟନ ଶିଳ୍ପ ଅବସ୍ଥା। ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ଛିଡ଼ାହୋଇପାରୁନି। ଓଡ଼ିଶା ପର୍ଯ୍ୟଟନର ମେରୁଦଣ୍ଡ କୁହାଯାଉଥିବା ଗୋଲ୍ଡେନ୍…
ଚଳିତ ବର୍ଷ ୩ ହଜାର ହେକ୍ଟର ପଞ୍ଚାୟତ: ପୋଖରୀରେ ହେବ ମାଛଚାଷ
ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଚଳିତ ବର୍ଷ ୩ ହଜାର ହେକ୍ଟର ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ଇନ୍ପୁଟ ସବ୍ସିଡି ଦିଆଯାଉଛି। ମହିଳାମାନଙ୍କ ଆଥିର୍କ ଉନ୍ନତି ସହିତ ରାଜ୍ୟର ମତ୍ସ୍ୟଚାଷୀ…
ମଡେଲଙ୍କୁ ଅସଦାଚରଣ: ୭ ଗିରଫ
କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସ ଉଷଶୀ ସୋମବାର ରାତି ୧୧ଟା ୪୦ରେ ଜଣେ ସହକର୍ମୀଙ୍କ ସହିତ କର୍ମସ୍ଥଳରୁ ଘରକୁ ଫେରୁଥିବାବେଳେ…
ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୬୨ ଲକ୍ଷ ଠକେଇ
ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଳରେ ୧୫ ଏନ୍ଜିଓଠାରୁ ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଙ୍ଗଳବାର ରୁଧିତାପ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ(ଆର୍ଆଇଟିଏମ)ର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି।…
ମାଡାମ ଟୁସାଡ୍ସରେ ପ୍ରିୟଙ୍କା
ଲଣ୍ଡନ: ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ମଙ୍ଗଳବାର ମାଡାମ ଟୁସାଡ୍ସ ଲଣ୍ଡନରେ ଅନାବରଣ ହୋଇଛି। ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯାହାଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାନ ପାଇଛି। ପ୍ରିୟଙ୍କାଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମହମ ମ୍ୟୁଜିୟମ୍ରେ ତାଙ୍କର ପ୍ରଥମ ପ୍ରତିମୂର୍ତ୍ତି ଅନାବରଣ…
Archives


