ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ୧ ନମ୍ବର ୱାର୍ଡରେ ଥିବା ଏହି ଗାଁ ସମୁଦ୍ରଠାରୁ ପ୍ରାୟ ଅଧ କି.ମି. ଦୂରରେ ଅବସ୍ଥିତ। ତାଳପଦା ପଞ୍ଚାୟତଠାରୁ ଏହାର ଦୂରତା ୧ କି.ମି. ହେବ। ରେମୁଣା ବ୍ଲକ ସଦରମହକୁମାରୁ ଏହାର ଦୂରତା ୪୫ କି.ମି.। ଗମନାଗମନ କ୍ଷେତ୍ରରେ ଏହି ଗ୍ରାମ ପାଇଁ ବାଧକ ସାଜିଛି କଣ୍ଟିଆଚିରା ନାଳ। ବାରମ୍ବାର ଦାବି ସତ୍ତ୍ୱେ ପୋଲ ନିର୍ମାଣ ନ ହେବାରୁ ଏବେ ଗାଁ ଲୋକେ ପ୍ଲାଷ୍ଟିକ ପଟା ସାହାଯ୍ୟରେ କାତ ମାରି ନାଳ ପାରହୋଇ ଯିବାଆସିବା କରୁଛନ୍ତି।
କଥିତ ଅଛି ଯେ, ୫ ଦଶନ୍ଧି ପୂର୍ବେ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳରୁ କେତେକ ଧନୀ ସମ୍ପ୍ରଦାୟର ଲୋକ ଏଠାକୁ ଚାଲି ଆସି ବସତି ସ୍ଥାପନ କରିଥିଲେ। ବାଲେଶ୍ୱର ଜିଲାର ରେମୁଣା ଭଳି ଏକ ବିକଶିତ ଅଞ୍ଚଳରେ ଏହି ଗ୍ରାମ ପ୍ରଶାସନିକ ଅବହେଳାରୁ ଆଜି ବି ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇରହିଛି। ବର୍ତ୍ତମାନ ଗ୍ରାମରେ ୫୫ ପରିବାର ବସବାସ କରୁଛନ୍ତି। ଲୋକସଂଖ୍ୟା ୪୨୪ରୁ ଅଧିକ। ଗାଁମୁଣ୍ଡରେ ଥିବା ନାଳ ପାରି ହେବା ଲାଗି ଗାଁଲୋକଙ୍କୁ ୨୫ବର୍ଷ ତଳେ ପଞ୍ଚାୟତ ତରଫରୁ ଏକ ପୁରୁଣା ଡଙ୍ଗା ଯୋଗାଇ ଦିଆଯାଇଥିଲା। କାଳକ୍ରମେ ତାହା ନଷ୍ଟ ହୋଇଯାଇଛି। ୨୦୧୨ରେ ଗ୍ରାମବାସୀଙ୍କ ସହଯୋଗରେ ନାଳ ଉପରେ ଏକ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। ଏହି ନାଳ ଦେଇ ସମୁଦ୍ରକୁ ଯାଉଥିବା ଯନ୍ତ୍ରଚାଳିତ ଡଙ୍ଗାଗୁଡିକ ପୋଲରେ ଲାଗିବାରୁ ସେମାନେ ଏହାକୁ ଭାଙ୍ଗିଦେଇଥିଲେ। ସେବେଠାରୁ ଗ୍ରାମବାସୀ ବିଚ୍ଛିନ୍ନ ଇଲାକାର ବାସିନ୍ଦା ଭାବେ ଜୀବନଜୀବିକା ନିର୍ବାହ କରୁଛନ୍ତି। ସରକାରଙ୍କ ବିକାଶ ଯୋଜନା ସବୁ ଯେମିତି ଗାଁ ମୁଣ୍ଡ ନାଳ ନିକଟରେ ଅଟକିଯାଉଛି। କଣ୍ଟିଆଚିରା ନାଳରେ ସେତୁ ନିର୍ମାଣ ଲାଗି ଗ୍ରାମବାସୀଙ୍କ ଦାବି ଅରଣ୍ୟରୋଦନ ପାଲଟିଛି। ନାଳ ପାଖରେ ଫେରିଘାଟ କରିବା ପାଇଁ ଅନୁମତି ଦିଆଯାଉନାହିଁ। ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ୧ମ ଶ୍ରେଣୀରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଇଥିଲେ ବି ଘର ନାହିଁ। ଏକ ଆଜବେଷ୍ଟସ ଛପର ମନ୍ଦିର ପରିସରରେ ପାଠ ପଢାଯାଉଛି। ବର୍ଷାଦିନ ଆସିଲେ ଶିକ୍ଷକମାନଙ୍କ ଯିବା ଆସିବା ଅସମ୍ଭବ ହୋଇପଡ଼େ। ଏଭଳି ସ୍ଥିତିରେ ଗାଁ ପିଲାଙ୍କ ପାଠପଢା ୫ମ ଶ୍ରେଣୀରୁ ଡୋରି ବନ୍ଧା ହୋଇଯାଉଛି। ସେହିପରି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ୩୮ ପିଲା ପାଠ ପଢନ୍ତି। ରୋଷେଇ ବ୍ୟବସ୍ଥା ନ ଥିବାରୁ ପଞ୍ଚାୟତ କାର୍ଯ୍ୟାଳୟରୁ ରୋଷେଇ ହୋଇ ଖାଦ୍ୟ ଆସୁଛି। ଗାଁରେ ନାମକୁ ମାତ୍ର ୩ ନଳକୂପ ଥିଲେ ବି ଲୁଣି ପାଣି ପ୍ରଭାବରେ ଲୋକେ ସବୁବେଳେ ଜଳକଷ୍ଟର ଶିକାର ହୋଇଥାନ୍ତି। ତାଳପଦା ପଞ୍ଚାୟତକୁ ଆସିବାକୁ ହେଲେ ଗ୍ରାମବାସୀ କଣ୍ଟିଆଚିରା ନାଳ ପାର ହୋଇ ଲୋକମାନଙ୍କ ସ୍ଥିତିବାନ ଜମି ଦେଇ ଆସିବାକୁ ପଡେ। ନାଳରେ ପୋଲ ନ ଥିବାରୁ ପ୍ଲାଷ୍ଟିକ ପଟା ସାହାଯ୍ୟରେ କାତ ମାରି ପାର ହୋଇଥାନ୍ତି। ୨୦୧୨ ମସିହାରେ ଗ୍ରାମବାସୀଙ୍କ ସହଯୋଗରେ ନାଳ ଉପରେ ଏକ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା। ତେବେ ସମୁଦ୍ରକୁ ନାଳ ଦେଇ ଯାଉଥିବା ଯନ୍ତ୍ର ଚାଳିତ ଡଙ୍ଗାଗୁଡିକ ପୋଲରେ ଲାଗିବାରୁ ସେମାନେ ସେହି ବାଉଁଶ ପୋଲକୁ ଭାଙ୍ଗିଦେଇଥିଲେ। ସେବେଠାରୁ ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ନାଳ ପାର ହୋଇ ପଞ୍ଚାୟତକୁ ଯାୟାୟାତ କରୁଛନ୍ତି। ବାରମ୍ବାର ନାଳ ପାର ହୋଇ ଯିବାକୁ ପଡୁଥିବାରୁ ପିଲାମାନେ ୫ମ ଶ୍ରେଣୀପରଠାରୁ ପାଠପଢାରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି। ଜିଲାପାଳ କଣ୍ଟିଆଚିରା ନାଳ ପାଖରେ ଏକ ଫେରିଘାଟ କରିବା ପାଇଁ ଅନୁମତି ଦେଇ ପଞ୍ଚାୟତକୁ ଏକ ଘାଟରେ ଡଙ୍ଗା ଚଳାଇବା ପାଇଁ ନିର୍ଦ୍ଦେଶ ଦେଲେ ଗ୍ରାମବାସୀ କିଛି ମାତ୍ରାରେ ଉପକୃତ ହୋଇପାରନ୍ତେ। ଗ୍ରାମକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ବର୍ଷା ଦିନେ ଗ୍ରାମବାସୀ କାଦୁଅ ଭିତରେ ପଶି ଯାତାୟାତ କରନ୍ତି। ସନ୍ଧ୍ୟା ହେଲେ ଲୋକମାନେ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇରହନ୍ତି।
ଗ୍ରାମର ଶତାୟୁ ବୃଦ୍ଧ ଅମୂଲ୍ୟ ମଣ୍ଡଳ କହିଛନ୍ତି, ବର୍ଷାଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ଏହି ଗାଁ ପ୍ରତି ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହିଁ। ୨୦୦୨ରେ ଗାଁରେ କେତେଜଣଙ୍କୁ ୨୦ ହଜାର ଟଙ୍କାର ଇନ୍ଦିରା ଆବାସ ଘର ମିଳିଥିଲା। ଏହାପରଠାରୁ ଆବାସ ଯୋଜନାରେ ଆଉ କାହାକୁ ଘର ମିଳିନାହିଁ। ବର୍ଷା ହେଲେ ଗାଁ ଭିତର ରାସ୍ତା କାଦୁଅ ପଚ ପଚ ହୋଇଯାଏ। ଏହି ସମୟରେ ଯିବାଆସିବା କରିବା କାଠିକାର ପାଠ ହୋଇପଡେ। ପଞ୍ଚାୟତରେ ସାମାଜିକ କର୍ମୀ ଅନିରୁଦ୍ଧ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନାଳ ଉପରେ ପୋଲ କରାଯିବା ପାଇଁ ବହୁ ଚେଷ୍ଟା ହୋଇଛି। କେନ୍ଦ୍ର ସରକାରଙ୍କ ସାଗରମେଳା ଯୋଜନାରେ ୧୨ କୋଟି ଟଙ୍କାର ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସମିତିସଭ୍ୟ ରମାକାନ୍ତ ମଳିକ କହିଛନ୍ତି, ଗାଁରେ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଘର ନିମନ୍ତେ ଟଙ୍କା ଅନୁମୋଦନ ହୋଇଛି। ବିଦ୍ୟାଳୟ ନାମରେ ଜମି କରାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଗ୍ରାମର ବାସନ୍ତୀ ମଣ୍ଡଳ, ଅରବିନ୍ଦ ଜେନା,ଚିତ୍ତରଞ୍ଜନ ମହାଳିକ, ପ୍ରଦୀପ ଦାସ, ରାଜ କୁମାର ବାଗ, ନାରଣ ଦାସ, କାଳିକିଷ୍ଣ ଗିରି, ରଘୁନାଥ ମହାଳିକ, ଗଣେଶ ଦାସ,ଦେବୁ ଦୁଲ୍ଲାଲ ପ୍ରମୁଖ ଗ୍ରାମବାସୀ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ ସେମାନେ ଜିଲା ପ୍ରଶାସନଠାରେ ଧାରଣା ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?