ଭୂତଳ ଜଳସ୍ତର ହ୍ରାସ ଅଣାୟତ୍ତ : ନିଷ୍ପତ୍ତି ପତ୍ରରେ ସୀମିତ ଭୂତଳ ଜଳ ପୁନଃଭରଣ

ଯାଜପୁର ଅଫିସ,୭ା୧୦: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାମାସରେ ଚାରିଆଡେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ମାଟି ସାମାନ୍ୟ ଲାଲ ରଙ୍ଗର ଏବଂ ବାଲିଆ ଫସଫସିଆ ହୋଇଥିବାରୁ ଭୂତଳ ଜଳରେ ଅଧିକ ପରିମାଣରେ ଲୌହ ଅଂଶ ରହୁଛି। କଳକାରଖାନା ବୃଦ୍ଧି ସାଙ୍ଗକୁ ମୋରମ ଓ ପଥର ଖାଦାନରେ ବେଆଇନ ବିସ୍ଫୋରଣ ଭୂତଳ ଜଳକୁ ବି ପ୍ରଦୂଷିତ କରିଛି। ଯଦ୍ୱାରା ଶିଳ୍ପାଞ୍ଚଳର ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏପରି ପରିସ୍ଥିତିରେ ଜଳାଶୟ କିସମ ଜମି ମଧ୍ୟ କମିବାରେ ଲାଗିଛି। ପୋଖରୀ ପୁନରୁଦ୍ଧାର ଅବା ଖୋଳାଯିବା ପରିବର୍ତ୍ତେ ପୁରାତନ ପୋଖରୀକୁ ପୋତା ଚାଲିଛି। ଚାରିଆଡେ କଂକ୍ରିଟ ଜଙ୍ଗଲ ସୃଷ୍ଟି ହୋଇଛି। ଏହାବାଦ ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲାରେ ଗଢି ଉଠୁଥିବା ବିଭିନ୍ନ ଶିଳ୍ପ କାରଖାନାକୁ ଆଖିବୁଜା ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି। ଏଣୁ ଜଳ ସଂରକ୍ଷଣ ସମେତ ଭୂତଳ ଜଳ ଉସତ୍ ବୃଦ୍ଧି କରିବାକୁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉ ନ ଥିବାରୁ ଭୂତଳ ଜଳ ଅଣାୟତ୍ତ ହେବାରେ ଲାଗିଛି।
୨୦୧୬ ମେ ମାସରେ ଏହି ବିଷୟକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ପ୍ରଶ୍ନରେ ଦର୍ଶାଯାଇଥିଲା ଯେ, କ୍ରମାଗତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବା ଯୋଗୁ ରାଜ୍ୟରେ ଜଳ ସମସ୍ୟା ଉକତ୍ଟ ରୂପ ଧାରଣ କରୁଛି। ପ୍ରତିବର୍ଷ ଗ୍ରୀଷ ଋତୁରେ ଜଳ ସମସ୍ୟା ଦୁର୍ବିସହ ହୋଇପଡ଼ିଛି। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ, ଭୂତଳ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ ପାଇଁ ସରକାର ଆଦୌ ଦୃଷ୍ଟି ଦେଉ ନାହାନ୍ତି। ରାଜ୍ୟରେ ଭୂତଳ ଜଳସ୍ତର ହ୍ରସ ପାଇବା ସହ ପ୍ରଭାହିତ ବିଭିନ୍ନ ପ୍ରାକୃତିକ ଜଳଉସତ୍, ଝରଣା, ନଦୀ, ନାଳ ଶୁଖିଯାଉଛି। ଫଳରେ ଜୀବ ଜଗତ ପାଣି ପାଇଁ ଡହଳବିକଳ ହେଉଛନ୍ତି। ରାଜ୍ୟରେ ପ୍ରଗତି ନାମରେ ପ୍ରକୃତିକୁ ନଷ୍ଟ କରାଯାଉଥିବା କାରଣରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଜଳଧାରା ଦିନକୁ ଦିନ ଶୁଷ୍କ ହେବା ସହ ତାହା ମୃତ ଜଳଧାରାରେ ପରିଣତ ହୋଇଛି। କେନ୍ଦୁଝର ଜିଲା ଗୋନାସିକା ପାହାଡଠାରୁ ବାହାରିଥିବା ପୂଣ୍ୟତୋୟା ଚିରସ୍ରୋତା ବୈତରଣୀ ନଦୀ ଓ ତାହାର ଶଖାନଦୀ ସହ ବ୍ରାହ୍ମଣୀ, ଖରସ୍ରୋତା ନଦୀଗୁଡିକ ଯାଜପୁର ଜିଲାରେ କୃଷି ବିକାଶ ଦିଗରେ ସହାୟକ ହେଉଛି। ଏହି ନଦୀଯୋଗୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଭୂତଳ ଜଳ ପୁନଃଭରଣ ହୋଇଥାଏ। ଏହି ନଦୀଗୁଡିକର ଜଳକୁ ଅବିଚାରିତ ଭାବେ ଖଣି ଓ ଶିଳ୍ପ ସଂସ୍ଥାମାନେ ବ୍ୟବହାର କରୁଥିବା ଏବଂ ତାହାର ଉପତ୍ତିସ୍ଥଳଠାରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖଣି, ଶିଳ୍ପ ଓ ବିଭିନ୍ନ ସହରର ବର୍ଜ୍ୟବସ୍ତୁ ଏହି ନଦୀଗୁଡ଼ିକରେ ସିଧାସଳଖ ପଡୁଛି। ଫଳରେ ନଦୀଶଯ୍ୟା କ୍ରମାଗତ ଭାବେ ପୋତି ହେବା ସହ ବ୍ୟାପକ ପ୍ରଦୂଷିତ ହେଉଛି। ତେଣୁ ରାଜ୍ୟରେ ଜଳ ସଂରକ୍ଷଣ ଓ ଭୂତଳ ଜଳର ପୁନଃଭରଣ ପାଇଁ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପନ କରି ନୂତନ ଯୋଜନା ପ୍ରଣୟନ କରିବାକୁ ବିଧାନସଭାରେ ଅନୁରୋଧ କରାଯାଇଥିଲା। ଏହିକ୍ରମରେ ରାଜ୍ୟ ସରକାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୬୦୮୩/୧୦ା୬ା୨୦୧୬ ଓ ୩୪୭୪/୧ା୬ା୨୦୧୬ରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଭୂତଳ ଜଳ ପୁନଃଭରଣ, ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା। ଏନେଇ କୌଣସି ପଦକ୍ଷେପ ଏଯାଏ ଗ୍ରହଣ ନ କରିବା ସରକାରଙ୍କ ଆନ୍ତରିକତାର ଅଭାବକୁ ସ୍ପଷ୍ଟ ସୂଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri