ମହଙ୍ଗା ପଡିଲା ପ୍ରେମ ସମ୍ପର୍କ : ପ୍ରେମିକାଙ୍କ ମାଡ଼ରେ ପ୍ରେମିକ ଗୁରୁତର, ଯୁବକଙ୍କୁ ମୃତ ଭାବି ଫୋପାଡ଼ି ଦେଲେ

ରଣପୁର,୭ା୧୦ (ସ୍ବ.ପ୍ର.): ପ୍ରେମ ସମ୍ପର୍କ ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ପ୍ରେମିକାଙ୍କ ଘରକୁ ଲୁଚିଛପି ଆସୁଥିଲା ବେଳେ କୌଣସି କାରଣକୁ ନେଇ ଯୁବକଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା। ଏହାକୁ ନେଇ ପ୍ରେମିକାଙ୍କ ସମେତ ତାଙ୍କ ମାଆ ଓ ଦୁଇ ଭଉଣୀ ପ୍ରେମିକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ମୃତ୍ୟୁ ହୋଇଗଲା ଭାବି ସେମାନେ ତାଙ୍କୁ ଗ୍ରାମ ମୁଣ୍ଡ ଜଙ୍ଗଲରେ ଫୋପାଡି ଦେଇଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ରଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି। ଗୁରୁତର ଯୁବକ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଧୁଆଁନାଳୀ ଗ୍ରାମର ବାଙ୍କିଆ ନାୟକ (୨୫)। ନୟାଗଡ ଜିଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତର ବାଙ୍କନାଳିଆ ଗ୍ରାମରେ ଘଟିଥିବା ଏଭଳି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଗ୍ରାମବାସୀ ଓ ବାଙ୍କିଆ ନାୟକଙ୍କଠାରୁ ପ୍ରକାଶ ଯେ, ବାଙ୍କନାଳିଆ ଗ୍ରାମର ଜନୈକ ମହିଳା ତିନି ଝିଅଙ୍କ ସହିତ ରୁହନ୍ତି। ବାଙ୍କିଆଙ୍କ ମାମୁଘର ମଧ୍ୟ ସେହି ଗ୍ରାମରେ। ସେଥିପାଇଁ ବାଙ୍କିଆ ଅଧିକାଂଶ ସମୟ ବାଙ୍କନାଳିଆ ଗ୍ରାମକୁ ଯାଆନ୍ତି। ଯିବାଆସିବା ମଧ୍ୟରେ ମହିଳାଙ୍କ ମଝିଆ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିଭିନ୍ନ ସମୟରେ ବାଙ୍କିଆ ମାମୁଘରକୁ ଯାଉଛି କହି ଘରୁ ଆସୁଥିଲା ବେଳେ ପ୍ରେମିକାଙ୍କ ଘରେ ରହିଥାନ୍ତି। ଶନିବାର ରାତିରେ ସେ ନିଜ ଗ୍ରାମରୁ ଆସି ପ୍ରେମିକାଙ୍କ ଘରକୁ ଆସିଥିଲା ବେଳେ କୌଣସି କାରଣରୁ ପ୍ରେମିକାଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକାଙ୍କ ସହ ଦୁଇ ଭଉଣୀ ଓ ମାଆ ବାଙ୍କିଆଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପ୍ରବଳ ମାଡ଼ ଯୋଗୁ ବାଙ୍କିଆ ଅଚେତ ହୋଇଯାଇଥିଲେ। ବାଙ୍କିଆ ମରିଗଲା ଭାବି ସେମାନେ ତାଙ୍କୁ ଗୋଡିପୋଖରୀ ଜଙ୍ଗଲରେ ନେଇ ଫୋପାଡି ଦେଇଥିଲେ। ରବିବାର ମଧ୍ୟାହ୍ନରେ ଗ୍ରାମର ଜଣେ ବ୍ୟକ୍ତି ବାଙ୍କିଆଙ୍କୁ ଗୁରୁତର ଅବସ୍ଥାରେ ଦେଖି ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ। ଏଣେ ଗିରଫ ଭୟରେ ଘରେ ତାଲା ପକାଇ ପ୍ରେମିକା ସହିତ ମାଆ ଓ ଦୁଇ ଭଉଣୀ ଗ୍ରାମରୁ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ବାଙ୍କିଆ ଗୁରୁତର ଅବସ୍ଥାରେ ରଣପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ରଣପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri