Posted inଖେଳ

ସନ୍ଦୀପଙ୍କୁ ୭ ଉଇକେଟ୍‌: ପଞ୍ଜାବ ବିଜୟୀ

ଭଦୋଦରା, ୭।୧୦ (ପି.ଟି.)- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଏକଦିବସୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଯୁବ ଦ୍ରୁତ ବୋଲର ସନ୍ଦୀପ ଶର୍ମା କ୍ୟାରିୟର ଶ୍ରେଷ୍ଠ ୭ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସନ୍ଦୀପଙ୍କ ଏହି ମାରାତ୍ମକ ବୋଲିଂ ଯୋଗୁ ପଞ୍ଜାବ ୩ ଉଇକେଟ୍‌ରେ ହରିୟାଣାକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏଲିଟ୍‌ ଗ୍ରୁପ୍‌-ବି’ର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହରିୟାଣା ୧୬.୧ ଓଭରରେ ମାତ୍ର ୪୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ। ସନ୍ଦୀପ ୮ ଓଭରରେ ୨ ମେଡେନ ସହ ୧୯ ରନ ବ୍ୟୟ କରି ୭ଟି ଉଇକେଟ୍‌ ନେଇଥିଲେ। ଅନ୍ୟତମ ଦ୍ରୁତ ବୋଲର ସିଦ୍ଦାର୍ଥ କାଉଲଙ୍କୁ ବଳକା ୩ ଉଇକେଟ୍‌ ହାସଲ କରିଥିଲେ। ଜବାବରେ ୫୦ ରନର ଛୋଟିଆ ଟାର୍ଗେଟ୍‌କୁ ପିଛା କରି ପଞ୍ଜାବ ଅନୁରୂପ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୫.୧ ଓଭରରେ ୭ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri