ଅବହେଳିତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀ : ପାଉଁଶ ଯୋଗାଇଦେବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ଆରଆଇସିଙ୍କ ପତ୍ର

ଯାଜପୁର ଅଫିସ,୭ା୧୦: ଯାଜପୁର ଜିଲାର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡିକ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛନ୍ତି। ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବାରେ ଜିଲାର ବ୍ୟାଙ୍କଗୁଡ଼ିକ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ଅଗଷ୍ଟ ଶେଷ ସୁଦ୍ଧା ଜିଲା ଆଞ୍ଚଳିକ ଶିଳ୍ପ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ୪୫ଟି ପ୍ରସ୍ତାବ ପଡ଼ିରହିଛି। ଏହାବାଦ ପାଉଁଶ ଇଟା (ଫ୍ଲାଏଆସ୍‌) କାରଖାନା ମାଲିକମାନେ କଳିଙ୍ଗନଗର ଶିଳ୍ପ କାରଖାନାରୁ ଆବଶ୍ୟକ ପାଉଁଶ ନ ପାଇ ହଇରାଣ ହେବା ସହିତ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଉଦ୍ୟୋଗୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ଶୁଝିବା ନେଇ ସମସ୍ୟାରେ ପଡୁଛନ୍ତି। ୨୫ା୯ା୨୦୧୯ରେ ଯାଜପୁରରୋଡରେ ଅନୁଷ୍ଠିତ ଉଦ୍ୟୋଗ ସମସ୍ୟା ସମାଧାନ ଶିବିରରେ ଏନେଇ ଉଦ୍ୟୋଗୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାକୁ ଭିତ୍ତିକରି କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ରର(ଆରଆଇସି) ଜେନେରାଲ ମ୍ୟାନେଜର ସମ୍ପୃକ୍ତ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ପାଉଁଶ ଇଟା କାରଖାନାଗୁଡ଼ିକୁ ସହଜରେ ପାଉଁଶ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
କୃଷି କ୍ଷେତ୍ର ପରେ ଦେଶର କର୍ମନିଯୁକ୍ତି କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇ ବଡ ଭାଗିଦାରୀ ତୁଲାଇ ଆସୁଛି। ଯାଜପୁର ଜିଲା ଶିଳ୍ପ କେନ୍ଦ୍ର ଅଧୀନରେ ୧୮ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ବ୍ୟାଙ୍କ ଓ ଶିଳ୍ପ କାରଖାନାର ଅସହଯୋଗ ଯୋଗୁ ମାସିକ ଅଗ୍ରଗତି ରିପୋର୍ଟ ନୈରାଶ୍ୟଜନକ ରହିଆସୁଛି। ବିଶେଷ କରି ପାଉଁଶ ଇଟା କାରଖାନା ମାଲିକମାନେ କଳିଙ୍ଗନଗର ଶିଳ୍ପ କାରଖାନାଗୁଡିକରୁ ପାଉଁଶ ନ ପାଇ ବେଶ କ୍ଷତିର ସମ୍ମୁଖୀନ ହେଉଛନ୍ତି। କଳିଙ୍ଗନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଦ୍ୱାରା ପ୍ରୋସତ୍ାହିତ ହୋଇ ଇଟା କାରଖାନା ସ୍ଥାପନ କରୁଛନ୍ତି। ଏହି ସମୟରେ ସ୍ଥାନୀୟ ଇଟା କାରଖାନାର ମାଲିକଙ୍କୁ ଅଗ୍ରାଧିକାର ଭିତ୍ତିରେ ପାଉଁଶ ଯୋଗାଇ ଦେବାକୁ ଶିଳ୍ପ କାରଖାନାର ସମ୍ପୃକ୍ତ ଅଧିକାରୀମାନେ ଚୁକ୍ତି କରୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଚୁକ୍ତିକୁ ଭୁଲିଯାଇ ପଡୋଶୀ ଭଦ୍ରକ ଜିଲାର ପାଉଁଶ ଇଟା କାରଖାନା ମାଲିକଙ୍କୁ ପାଉଁଶ ଯୋଗାଇ ଦେଉଥିବା ଶୁଣିବାକୁ ମିଳୁଛି। ଏ ସଂକ୍ରାନ୍ତରେ ଗତ ଉଦ୍ୟୋଗ ସମାଧାନ ଶିବିରରେ ରଘୁନାଥ ଫ୍ଲାଏଆଶ ବ୍ରିକ୍ସର ପ୍ରମୋଟର ପି. ଖୁଣ୍ଟିଆ, ରାଜା ଇଣ୍ଟରପ୍ରାଇଜେସର ମହମ୍ମଦ ସାବିର, ଶ୍ରୀଗୁରୁ ବ୍ରିକ୍ସର ବିକାଶ ସାହୁ, ଅନ୍ନପୂର୍ଣ୍ଣ ଡିସି ଚିଫ ବ୍ରିକ୍ସ, କ୍ଷଣପ୍ରଭା ବେଉରିଆ, ୟୁଏସ ବ୍ରିକ୍ସର ଅରୁଣ କୁମାର ମଲ୍ଲିକ, ମନୋଜ କୁମାର ରାଉତ ପ୍ରମୁଖ ପାଉଁଶ ଇଟା ମାଲିକମାନେ କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଷ୍ଟିଲରୁ ଆବଶ୍ୟକ ପାଉଁଶ ମିଳୁ ନ ଥିବା ଅଭିଯୋଗ କରିଥିଲେ। ଫଳରେ ଏହି କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀମାନେ ଇଟା ତିଆରି କରି ନ ପାରି ହଇରାଣ ହେଉଛନ୍ତି। ଗ୍ରାମୀଣ ଏବଂ ଅର୍ଦ୍ଧ ସହର ଅଞ୍ଚଳରେ କର୍ମ ନିଯୁକ୍ତିର ବୃହତ ସୁଯୋଗ ସୃଷ୍ଟି କରିଥିବା ଏହି କ୍ଷେତ୍ର ପ୍ରତି ଅବହେଳା କରିବା ସମୀଚିନ ନୁହେଁ ବୋଲି ଉଦ୍ୟୋଗୀମାନେ ମତପ୍ରକାଶ କରିଛନ୍ତି। ଏହାବାଦ ବ୍ୟାଙ୍କମାନେ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଦେବାରେ ପଛଘୁଞ୍ଚା ଦେଉଛନ୍ତି। ହତାଶ ହୋଇ ସେମାନେ ମହାଜନଙ୍କ ଉପରେ ନିର୍ଭର କରୁଛନ୍ତି। ଅତ୍ୟାଧିକ ଋଣ ଭାର ସେମାନଙ୍କ ସ୍ବପ୍ନରେ ବାଧକ ସାଜିଛି। ଏଭଳି ଭାବରେ କଞ୍ଚାମାଲର ଅଭାବ ସାଙ୍ଗକୁ ବ୍ୟାଙ୍କର ଅସହଯୋଗ ଉଦ୍ୟୋଗୀଙ୍କୁ ପଥଭ୍ରଷ୍ଟ କରୁଛି। ଜିଲାରେ ପେପର ପ୍ଲେଟ, ଫ୍ଲାଏଆସ ଇଟାଭାଟି, ଫେବ୍ରିକେଶନ, ଆଲୁମିନିୟମ ୟୁଟେନସିଲ, ମସରୁମ ସିଡସ୍‌, ଏମଏସ ଷ୍ଟିଲ ଫେବ୍ରିକେସନ, ଟେଲରିଂ, ଅଗରବତୀ, ଫର୍ନିଚର, ଟେଣ୍ଟ ହାଉସ, ରେଡିମେଡ ଗାର୍ମେଟ ପ୍ରଭୃତି ଉଦ୍ୟୋଗୀ ଆଗ୍ରହ ପ୍ରକାଶ କରିଥିବାବେଳେ ଜିଲାର ବ୍ୟାଙ୍କଗୁଡିକ ନୀରବ ରହିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଶିଳ୍ପକେନ୍ଦ୍ରର ଆଞ୍ଚଳିକ ପରିଚାଳକ ତାଙ୍କ ପତ୍ରସଂଖ୍ୟା ୨୦୬୬/୩ା୧୦ା୨୦୧୯ରେ ଏକ ନିର୍ଦ୍ଦିଷ୍ଟ ଶିଳ୍ପ କମ୍ପାନୀକୁ ସ୍ଥାନୀୟ ପାଉଁଶ ଇଟା ମାଲିକଙ୍କୁ ଆବଶ୍ୟକ ଫ୍ଲାଏଆସ ଯୋଗାଇ ଦେବାକୁ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri