୧୪ରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୯’: ଅଂଶଗ୍ରହଣ କରିବେ ୩ ହଜାର ଶିକ୍ଷାର୍ଥୀ
ଭୁବନେଶ୍ୱର, ୧୨।୧୧:(ବ୍ୟୁରୋ): ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ଆରମ୍ଭ ହେବ। ତିନିଦିନ ବ୍ୟାପୀ ଏହି ମହୋତ୍ସବ ୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ…
ଭେଣ୍ଟିଲେଟରରେ ସୁର ସାମ୍ରାଜ୍ଞୀ
ମୁମ୍ବାଇ,୧୨।୧୧: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଶ୍ୱାସକ୍ରିୟାରେ ସଂକ୍ରମଣ ଯୋଗୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସୋମବାର ତାଙ୍କୁ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମଙ୍ଗଳବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି।…
ଭାରତୀୟ ବୋଲରଙ୍କ କୀର୍ତ୍ତିମାନ, କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ୩ ଜଣ ବୋଲର ନେଲେ ହ୍ୟାଟ୍ରିକ୍
ସାଧାରଣତଃ ଭାରତୀୟ କ୍ରିକେଟ ଇତିହାସରେ ବ୍ୟାଟ୍ସମ୍ୟାନ୍ ଅପେକ୍ଷା ବୋଲରଙ୍କ ପ୍ରଭାବ କମ୍ ଥିବା କୁହାଯାଏ। କିନ୍ତୁ ଭାରତୀୟ ବୋଲର ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ଏବେ ବୋଲରମାନେ ମଧ୍ୟ ପ୍ରତି ମ୍ୟାଚରେ ନିଜ ଜଲଓ୍ବା ଦେଖାଇବାକୁ ପଛାଉନାହାନ୍ତି। ଫଳସ୍ବରୂପ ଗୋଟିଏ ବର୍ଷରେ…
ମହିଳା ସମେତ ୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ
ଚଣ୍ଡିଗଡ଼,୧୨।୧୧: ପଞ୍ଜାବ ପୋଲିସର ଅପରେଶନ୍ ସେଲ୍ ପକ୍ଷରୁ ୨ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଉକ୍ତ ୨ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ମହିଳା ଜଣଙ୍କ ଲୁଧିଆନାରେ ଜଣେ ନର୍ସ ଭାବେ କାର୍ଯ୍ୟରତ…
ଆବୁଧାବୀରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ସମ୍ମିଳନୀ: ‘ତୈଳ, ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜି ନିବେଶ କରିବ ଭାରତ’
ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ। ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପ୍ଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ। ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ…
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରୁ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୂର୍ବତଟ ରେଳପଥ ସ୍ବତନ୍ତ୍ର ଟ୍ରେନର ଯୋଜନା କରିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ଗୋଟିଏ ସ୍ବତନ୍ତ୍ର ଟ୍ରେନ ପୁରୀ-ପଲାସା ଓ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜରକୁ ନୟାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ। ପୁରୀ-ପଲାସା…
ଗ୍ୟାସ୍ ବଞ୍ଚାଇବାକୁ ଚାହୁଁଥିଲେ..
ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ। ଏହାଦ୍ୱାରା ଉଭୟ ଗ୍ୟାସ୍ ଓ ସମୟ ବଞ୍ଚିଥାଏ। ଥଣ୍ଡା କ୍ଷୀର, ପନିପରିବା ଏବଂ ଫ୍ରୋଜନ୍ ଫୁଡ୍ ଆଦିକୁ ବ୍ୟବହାର କରିବାକୁ ଥିଲେ ୧ ଘଣ୍ଟା ପୂର୍ବରୁ ଫ୍ରିଜ୍ରୁ ବାହାରକରି…
ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ
ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ବିଭାଗୀୟ ସ୍ଥାୟୀ କମିଟି-୬ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି। ବିଧାନସଭା ପ୍ରକୋଷ୍ଠ ନଂ-୫୪ରେ ଆୟୋଜିତ ଏହି ବୈଠକରେ ସମବାୟ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ବିଧାୟକ…
ପୂର୍ଣ୍ଣିମାରେ ଡଙ୍ଗା ଭସା: କାର୍ତ୍ତିକ ବ୍ରତ ଶେଷ କଲେ ବ୍ରତଧାରୀ
ପୁରୀ ଅଫିସ,୧୨।୧୧: ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡି ଭୋରରୁ ଡଙ୍ଗା ଭସା ଓ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ମିଳିଛି। ଧର୍ମମାସର ଶେଷ ଦିନରେ ବଡି ଭୋରରୁ ନିକଟସ୍ଥ ପୁଷ୍କରିଣୀ,…
ସୋନିଆଙ୍କୁ ସମାଲୋଚନା କରୁଥିବା ଶିବସେନା ଏବେ ଠାକରେଙ୍କ ସ୍ବପ୍ନ ପୂରଣ ପାଇଁ କଂଗ୍ରେସର ଦ୍ୱାରସ୍ଥ
ନୂଆଦିଲ୍ଲୀ,୧୨।୧୧: ରାଜନୀତିରେ ବନ୍ଧୁତା ଅବା ଶତ୍ରୁତା ବେଶୀ ଦିନ ତିଷ୍ଠି ନ ଥାଏ। ଏହା ଏବେ ପ୍ରମାଣିତ ହେବାକୁ ଯାଉଛି। ମହାରାଷ୍ଟ୍ର ରାଜନୀତି ଏବେ ଏମିତି ମୋଡ ନେଇଛି ଯାହା ଏବେ ଏହି ଉକ୍ତିକୁ ପ୍ରମାଣ କରୁଛି। ଅତୀତରେ ଶିବସେନା ମୁଖ୍ୟ…
ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ: ୫୮ ତହସିଲଦାରଙ୍କୁ ବିଡିଓ ନିଯୁକ୍ତି
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ୫୮ ଜଣ ତହସିଲଦାରଙ୍କୁ ବିଡିଓ ଭାବେ ନିଯୁକ୍ତି ଦିଆଯିବା ସହିତ ସେମାନଙ୍କୁ ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ସୋମବାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ…
ଅଯୋଧ୍ୟା ରାୟକୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ବିରୋଧ: ‘ସୁପ୍ରିମକୋର୍ଟଙ୍କ ରାୟ ଦେଶ ପାଇଁ ବିପଜ୍ଜନକ’
ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦର ସୁପ୍ରିମକୋର୍ଟଙ୍କ ରାୟ ଉପରେ ସୋମବାର ପ୍ରଥମଥର ପାଇଁ ମନ୍ତବ୍ୟ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏହା ଦେଶ ପାଇଁ ବିପଜ୍ଜନକ ହେବ ଏବଂ ଅଶାନ୍ତି ସୃଷ୍ଟି କରିବ…
Archives


