କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ବନ୍ୟାଞ୍ଚଳ ପରିଦର୍ଶନ କଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ଗୁରୁବାର ପୁରୁଣା ସ୍ଥାନରେ ପୁଣି ବଡ଼ ବଡ଼ ପଥର ପାହାଡ଼ରୁ ଖସି ରାସ୍ତା ଉପରେ ପଡ଼ିଛି। ଫଳରେ ଘାଟି ରାସ୍ତାରେ ଯାତାୟାତ ସ୍ବାଭାବିକ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଶୁକ୍ରବାର ପରେ କଳିଙ୍ଗା ଘାଟି ରାସ୍ତା ଖୋଲିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପୁଣି ପଥର ଖସିବା ଯୋଗୁ ରାସ୍ତା କେବେ ଖୋଲିବ, ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ, ଭଞ୍ଜନଗର ବ୍ଲକର ଅଧିକାଂଶ ପଞ୍ଚାୟତ ବନ୍ୟାଜଳ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି। ଏଥିସହ ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କରିବା ସହ ଧନଜୀବନର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

ଅନ୍ୟପଟେ, ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି। ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ଉପରେ ପ୍ରଥମ ଥର ପାଇଁ ବନ୍ୟାଜଳ ପ୍ରବାହିତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ବନ୍ୟା ଯୋଗୁ ଲୋକଙ୍କର କୋଟି କୋଟି ଟଙ୍କାର ଟିଭି, ଫ୍ରିଜ୍‌, ଗାଡ଼ି ସମେତ ଅନ୍ୟାନ୍ୟ ଆସବାବପତ୍ର ଓ ଘରୋଇ ସାମଗ୍ରୀ ନଷ୍ଟ ହୋଇଛି। ଏଥିସହ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ମଧ୍ୟ କ୍ଷତି ସହିଛନ୍ତି।

ଏଭଳି ବଡ଼ ବିପର୍ଯ୍ୟୟ ଯୋଗୁ ଲୋକେ ହତୋତ୍ସାହିତ ହୋଇପଡ଼ିଛନ୍ତି। କ୍ଷୟକ୍ଷତିର ଆକଳନ ସହ ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବନ୍ୟା ପରିସ୍ଥିତିକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ୩୦ ଓ ୩୧ ତାରିଖ ଦୁଇଦିନ ଛୁଟି ବଢ଼ାଯାଇଛି। ତେଣୁ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ବନ୍ୟା ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ହେଲିକପ୍ଟର ଜରିଆରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମାସରେ ମିଳିବ ୫,୦୦୦ ଟଙ୍କା ପେନସନ, ହେଲେ ଏହି ବ୍ୟକ୍ତିମାନେ କରିପାରିବେନି ଆବେଦନ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ, ୨୯।୧୦: କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଚାଲୁ ରହିଛି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ କେଉଁଠି ସବ୍ସିଡି କିମ୍ବା…

IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ କଲା ବଡ଼ ପରିବର୍ତ୍ତନ, ମାଲିଙ୍ଗାଙ୍କ ସମେତ ୩ ପ୍ରମୁଖ ବ୍ୟକ୍ତିଙ୍କ ସହ ହଠାତ ସମ୍ପର୍କ ଛିନ୍ନ

ନୂଆଦିଲ୍ଲୀ,୨୯।୧୦: IPL 2027 ପୂର୍ବରୁ, ମୁମ୍ବାଇ ଇଣ୍ଡିଆନ୍ସ ନିଜର କୋଚିଂ ଷ୍ଟାଫରେ ପରିବର୍ତ୍ତନ କରିଛି ଏବଂ ତିନିଜଣ କୋଚଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିଛି। ଏମାନଙ୍କ ମଧ୍ୟରେ…

ଲକ୍ଷ୍ମୀ ନାରାୟଣ ଯୋଗ: କେବଳ ଏହି ୩ ରାଶି ଲୋକଙ୍କ ସହ ଘଟିବ ବଡ଼ ଚମତ୍କାର! ନଭେମ୍ବର ମାସ ସାରା…

ଜ୍ୟୋତିଷ ଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଏହି ଯୋଗକୁ ଧନ, ସୁଖ-ସମୃଦ୍ଧି, ସଫଳତା ଏବଂ ସୌଭାଗ୍ୟ ସହ ଯୋଡ଼ି…

ଆଶୁତୋଷ ସିହ୍ନା କିଏ? ପ୍ରଧାନମନ୍ତ୍ରୀଙ୍କ ଗଡ଼ରେ ଉଡ଼ାଇଲେ ଅଖିଲେଶଙ୍କ ପତାକା

ବାରାଣସୀ,୨୯।୧୦: ଉତ୍ତର ପ୍ରଦେଶର ୧୧ଟି ବିଧାନ ପରିଷଦ ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟି (ଭାଜପା) ୬ଟି ଆସନ ଜିତିଥିବା ବେଳେ…

ବର୍ଷା ପବନରେ ଛିଡ଼ିଲା ବିଦ୍ୟୁତ୍‌ତାର, ୬ ମେଣ୍ଢା ସହ ଗୋଟିଏ ଛେଳିର ଜୀବନ ଗଲା

ଛତ୍ରପୁର,୨୯ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡୁବୁଲି ଛକ ନିକଟରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ଖୁଣ୍ଟ…

ଶୁକ୍ରଙ୍କ ବକ୍ରୀ ଚଳନ: ୪ ରାଶିରେ ଭାରି ଖରାପ ପ୍ରଭାବ, ପାଖରୁ ପଳେଇବେ ସବୁ ଟଙ୍କା!

ଶୁକ୍ରଦେବ ନିଜର ଅସ୍ତ ଅବସ୍ଥାରୁ ବାହାରକୁ ଆସିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ବିବାହ, ସମ୍ପର୍କ, ସୁଖ ଏବଂ ଧନର କାରକ ବୋଲି ବିବେଚନା…

ଭାରତୀୟ ପରମ୍ପରା ଭୁଲିନାହାନ୍ତି ପ୍ରିୟଙ୍କା: ସ୍ବାମୀଙ୍କ ସହ ମିଶି ପାଳିଲେ କରୱାଚୌଥ ବ୍ରତ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜି ବି ନିଜ ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଅଛନ୍ତି। ବିଦେଶରେ…

ପାହାଡ଼ରୁ ମାଡ଼ି ଆସିଲା ବର୍ଷା ପାଣି, ଧସିଲା ପଥର, ଭାସିଗଲା ଘର

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗ୍ରାମରେ ଏକ ବଡ଼ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?