୩ବର୍ଷର ସଂଘର୍ଷ ପରେ ମିଳିଲାନି ନ୍ୟାୟ : ଥାନା ଆଗରେ ରାଜପଥ ଅବରୋଧ କଲେ ବାସନ୍ଦ ପରିବାର

ନୟାଗଡ଼ ଅଫିସ, ୪ା୨: ନୟାଗଡ଼ ଜିଲା ଇଟାମାଟି ଥାନା ଭୂତଡିହି ଗାଁର ୪ ବାସନ୍ଦ ପରିବାର ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ନ୍ୟାୟ ପାଇଁ ପରିବାର ସଦସ୍ୟ ପ୍ରାୟ ୩ବର୍ଷ ହେଲା ବିଭିନ୍ନ ସମୟରେ ଏସ୍‌ପି, ଜିଲାପାଳ, ଥାନା, ମାନବିକ ଅଧିକାର କମିଶନଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ପାଇଲେ ନାହିଁ। ଶେଷରେ ଥାନା ସମ୍ମୁଖରେ ସୋମବାର ମଧ୍ୟାହ୍ନ ୧୨ଟାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଅବରୋଧ କରିବାକୁ ବାଧ୍ୟ ହୋଇଥିଲେ। ଇଟାମାଟି ପୋଲିସ ୨୪ ଘଣ୍ଟା ମହଲତ ମାଗି ତଦନ୍ତକୁ ତ୍ୱରାନ୍ବିତ କରି ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସାଢ଼େ ୧୨ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ତେବେ ବାସନ୍ଦ ହୋଇଥିବା ଯୋଗୀନାଥ ନାୟକଙ୍କ ପରିବାର ପୋଲିସକୁ କହିଛନ୍ତି ନ୍ୟାୟ ନ ମିଳିଲେ ପୁଣି ମଙ୍ଗଳବାର ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିବେ।
ଯୋଗୀନାଥଙ୍କ ପୁଅ ରବୀନ୍ଦ୍ର ନାୟକ କୁହନ୍ତି, ମୁଁ ଗ୍ରାମ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲି। ଗଁାର ବାର୍ଷିକ ଆୟ ୧୮ ହଜାର ଟଙ୍କା। ଏପରିସ୍ଥଳେ ଗାଁର ୩ ଲକ୍ଷ ୧୮ ହଜାର ଟଙ୍କା ଆମତ୍ସାତ୍‌ କରିଥିବା ନେଇ ମୋ ନଁାରେ ମିଥ୍ୟା ଆରୋପ ଲଗାଗଲା। ଅଭିଯୋଗ ପରେ କେଉଁ କ୍ଷେତ୍ରରେ ଅନିୟମିତତା ହୋଇଛି ତା’ର ପ୍ରମାଣ ଦେବାକୁ ମୁଁ କହିଥିଲି। ହେଲେ ମୋ କଥାକୁ ଅଣଦେଖା କରି ମୋତେ ୪ ଲକ୍ଷ ୯୦ ହଜାର ଟଙ୍କା ଜରିମାନା କରାଗଲା। ଜରିମାନା ନ ଦେବାରୁ ବାସନ୍ଦ କରାଗଲା। ଦୋକାନରୁ ସଉଦା କିଣିବାକୁ ମନା କରାଗଲା। ଗାଁ ଲୋକମାନେ କଥାବାର୍ତ୍ତା ହେଲେ ନାହିଁ। ଅନ୍ୟପକ୍ଷେ ଅଲଗା ହୋଇ ରହୁଥିବା ମୋ ବାପା, ମଝିଆ ଭାଇ ପ୍ରକାଶ ଓ ସାନଭାଇ ପ୍ରତାପଙ୍କ ପରିବାରକୁ ବାସନ୍ଦ କରାଗଲା। ମୋ ସହ ସେମାନଙ୍କର ନେଣଦେଣ ନ ଥିଲା। ଆମେ ୪ ପରିବାରର ୧୪ଜଣ ରୋଷର ଶିକାର ହେଲୁ। କିଛିଦିନର ବ୍ୟବଧାନ ପରେ ୯ ବଖରା ଛାତ, ୭ ବଖରା ଆଜବେଷ୍ଟସ୍‌, ୩ ଚାଳଘରକୁ ଭାଙ୍ଗିଦେଲେ। ଘରୁ ଉପକରଣ ଲୁଟି ନେଲେ। ପରେ ମାରପିଟ୍‌ କରି ଘରୁ ୧୪ ସଦସ୍ୟଙ୍କୁ ଧକ୍କା ମାରି କାଢ଼ି ଦେଲେ। ବର୍ତ୍ତମାନ ୬ ଏକର ଜମି ପଡିଆ ପଡିଛି। ରୋଜଗାର ନାହିଁ। ଦିନେ ଦିନେ ଉପବାସ ରହିବାକୁ ପଡୁଛି। ଯୋଗୀନାଥଙ୍କ କହିବା କଥା ଭୁଲ ଠିକ୍‌ର ହିସାବ କରାଗଲା ନାହିଁ। ମୋର ୩ ପୁଅ ଭିନେ ହୋଇଥିଲେ ମଧ୍ୟ ବାସନ୍ଦ କରି ମାରପିଟ କରି କାଢ଼ିଦେଲେ। ରହିବାକୁ ଘର ନାହିଁ। କେତେବେଳେ କେଉଁଠି ରହୁଛୁ ତା’ର ହିସାବ ନାହିଁ। ପରିବାରର ବିଭିନ୍ନ ସଦସ୍ୟଙ୍କ ନଁାରେ ମିଥ୍ୟାରେ ୧୦ରୁ ଊର୍ଦ୍ଧ୍ୱ ମକଦ୍ଦମା ଛନ୍ଦି ଦେଇଛନ୍ତି। ଯୋଗୀନାଥଙ୍କ ବୋହୂ ସବିତା ନାୟକ କୁହନ୍ତି, ୩ ବର୍ଷ ଧରି ଅଭିଶପ୍ତ ଜୀବନଯାପନ କରୁଥିଲେ ମଧ୍ୟ ଆମ ଦୁଃଖ କେହି ବୁଝୁ ନାହାନ୍ତି। ସହିବାର ସୀମା ଟପିଯାଇଥିବାରୁ ନ୍ୟାୟ ପାଇଁ ଇଟାମାଟି ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିଥିଲୁ। ପୋଲିସ ୨୪ ଘଣ୍ଟାର କଣ୍ଟ ଦେଇଛି। ଏହି ସମୟ ମଧ୍ୟରେ ନ୍ୟାୟ ନ ମିଳିଲେ ରାସ୍ତା ଅବରୋଧ କରି ସେଠାରେ ପ୍ରାଣ ହରାଇବୁ। ଏ ସମ୍ପର୍କରେ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ କୁହନ୍ତି, ଭୂତଡିହି ଗଁାର ରବୀନ୍ଦ୍ର ନାୟକଙ୍କ ବାସନ୍ଦ ଓ ଘରଭଙ୍ଗା ଘଟଣା କେଉଁ ଦିନରୁ ସମାଧାନ ହୋଇ ସାରନ୍ତାଣି। ତେବେ ତାଙ୍କ ପରିବାର ଜିଦ୍‌ରେ ଅଟଳ ରହୁଥିବାରୁ ସମାଧାନ ହୋଇପାରୁନି। ଘଟଣା ସମ୍ପର୍କରେ ଏସ୍‌ପିଙ୍କ ସହ ଯୋଗାଯୋଗ କରାଯାଇଛି। ପୁଣି ବିବାଦର ସମାଧାନ କରାଯିବାକୁ ପ୍ରଚେଷ୍ଟା କରାଯିବ। ସମାଧାନ ବେଳେ ନିଜେ ଏସ୍‌ପି ଉପସ୍ଥିତ ରହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri