ଜିପସମ୍‌ ପରିବହନକୁ ନେଇ ବିବାଦ: ପିପିଏଲ୍‌ କାରଖାନା ଆଗରେ ଜେସିସିର ଧାରଣା

ପାରାଦୀପ,୪ା୨(ସ୍ବ.ପ୍ର.): ପାରାଦୀପରେ ଥିବା ଶିଳ୍ପ ସଂସ୍ଥାର ପଣ୍ୟ ପରିବହନକୁ ନେଇ ବର୍ଷେ ହେଲା ଚାଲିଥିବା ବିବାଦ ସୋମବାର ଭିନ୍ନମୋଡ଼ ନେଇଛି। ଅର୍ଥାତ୍‌ ୩ଟି ଟ୍ରକ ମାଲିକ ସଂଘକୁ ନେଇ ଗଠିତ ଜେସିସି (ଜଏଣ୍ଟ କୋଅର୍ଡିନେସନ୍‌ କମିଟି)ର ସଦସ୍ୟମାନେ ସୋମବାର ପିପିଏଲ୍‌ କାରଖାନା ରେଳଲାଇନ୍‌ ଗେଟ୍‌ ଆଗରେ ଧାରଣା ଦେଇଛନ୍ତି। ୨୦୧୪ର ଆରଡିସିସ୍ତରୀୟ ବୈଠକ ଚୁକ୍ତି ଅନୁସାରେ ରୋଡ ଟ୍ରାନ୍ସପୋର୍ଟର ୩୦ ପ୍ରତିଶତ ୩ଟି ଟ୍ରକ ମାଲିକ ସଂଘକୁ ଦେବା ପାଇଁ ସେମାନଙ୍କର ଦାବି ରହିଛି। ୩ଟି ଟ୍ରକ ମାଲିକ ସଂଘ ହେଲେ ପାରାଦୀପ ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଓ ଜଗତ୍‌ସିଂହପୁର ଜିଲା ଟ୍ରକ ମାଲିକ ସଂଘ।
ଜେସିସି ସଦସ୍ୟ ପ୍ରକାଶ ଚନ୍ଦ୍ର ଜେନାଙ୍କ ସୂଚନା ଅନୁସାରେ ପିପିଏଲ୍‌ ୨୦୧୪ରେ ଏହି ୩ଟି ମାଲିକ ସଂଘକୁ ୩୦ ପ୍ରତିଶତ ଜିପସମ୍‌ ପରିବହନ ପାଇଁ ଦେବ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ କମ୍ପାନୀ ଗତ ୨ ବର୍ଷରେ ୩୦ ପ୍ରତିଶତ ଜିପସମ୍‌ ଟ୍ରକ ମାଲିକ ସଂଘକୁ ଦେଇନାହିଁ। ସେଥିପାଇଁ ଆମ୍ଭେ କମ୍ପାନୀ ବିରୋଧରେ ସେହି ୩୦ ପ୍ରତିଶତ ପରିବହନ ପାଇଁ ଧାରଣା ଦେଇଛୁ। ଏହି ଧାରଣା ପ୍ରସଙ୍ଗରେ ଆମ୍ଭେ ଜିଲା ପ୍ରଶାସନକୁ ଅବଗତ କରିଛୁ। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣା ବଳବତ୍ତର ରହିବ ବୋଲି ସେ କହିଥିଲେ। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ସେମାନଙ୍କ ଦାବି ଅମୂଳକ ଓ ଅବାସ୍ତବ। କାରଣ ଆମ୍ଭର୨୦୧୬/୧୭ରେ ରୋଡ ଟ୍ରାନ୍ସପୋର୍ଟ ୧ ଲକ୍ଷ ୧୬ ମେଟ୍ରିକ ଟନ୍‌ ଓ ୨୦୧୮/୧୯ ବର୍ଷରେ ୧.୭୦ ଲକ୍ଷ ମେଟ୍ରିକ ଟନ୍‌ ପରିବହନ ହୋଇଛି। ଜିପସମ୍‌ ପରିବହନ କ୍ଷମତା ଡିଲରଙ୍କର। ଡିଲରମାନେ କେଉଁ ଟ୍ରକ ସଂଘକୁ ପରିବହନ ପାଇଁ ସ୍ବୀକୃତି ଦେବେ ତାହା ସେମାନଙ୍କ କାମ। ଯଦି ତାଙ୍କର ରୋଡ ଟ୍ରାନ୍ସପୋର୍ଟ କମିଥିଲା, ସେମାନେ ପୂର୍ବରୁ କେବେ ଜଣାଇନାହାନ୍ତି। ଏବେ ଏକ ନୂଆ ପ୍ରତିଯୋଗୀ ସଂଘ ପରିବହନ କରିବା ଯୋଗୁ ଏମାନଙ୍କ ଦାବି କଥା ଉଠୁଛି। ତଥାପି ମଙ୍ଗଳବାର ପ୍ରଶାସନିକ ଆଲୋଚନା ପାଇଁ ପ୍ରୟାସ ଚାଲିଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ଟ୍ରକ ସଂଘ ଓ କମ୍ପାନୀର ଏହା ବ୍ୟବସାୟିକ ସ୍ବାର୍ଥ ପ୍ରସଙ୍ଗ। ମୋତେ କେହି ଏ ବିଷୟରେ ଜଣାଇନାହାନ୍ତି। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବ ନାହିଁ ବୋଲି ସେ ରୋକ୍‌ଠୋକ୍‌ ଭାବେ କହିଥିଲେ।
ସୂଚନାଯୋଗ୍ୟ, ପାରାଦୀପର ଏହି ୩ଟି ସଂଘ ୧୫ ବର୍ଷ ହେଲା ପଣ୍ୟ ପରିବହନ କରୁଥିଲେ। ସଂଘଗୁଡିକ ସେମାନଙ୍କ ସଦସ୍ୟଙ୍କ ମଧ୍ୟରେ ଗାଡିସଂଖ୍ୟା ବୃଦ୍ଧି କରୁଥିବାବେଳେ ନୂଆଗାଡି ମାଲିକଙ୍କୁ ସଦସ୍ୟଭାବେ ଗ୍ରହଣ କରୁ ନ ଥିଲେ। ଯେଉଁଥିପାଇଁ ଅସନ୍ତୋଷ ଲାଗିଥିଲା। ବର୍ଷେ ହେଲା ସୃଷ୍ଟ ଏକ ୪ଟି ସଂଘ (ଟ୍ରକ ଟିପ୍ପଲର ଟ୍ୟାଙ୍କର ଟ୍ରେଲର) ଏଥିରେ ପଶି ପଣ୍ୟ ପରିବହନ ପାଇଁ ଉଦ୍ୟମ ଚଳାଇଥିଲେ ହେଁ ଜେସିସିର କର୍ମକର୍ତ୍ତାମାନେ ତାହା କରାଇ ଦେଉ ନ ଥିଲେ। ଶେଷରେ ୪ଟି ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କ ସପକ୍ଷରେ ନିଷ୍ପତ୍ତି ଯାଇଥିଲା। ଗତ ସପ୍ତାହରେ ଏହି ସଂଘ ଜିପସମ୍‌ ପରିବହନ କାମ ଆରମ୍ଭ କରିଛି। ଜେସିସି ନ୍ୟାୟିକ ପ୍ରକ୍ରିୟାରେ ବିଫଳ ହେବା ପରେ ଏବେ ଧାରଣାକୁ ଓହ୍ଲାଇଛି ବୋଲି ଚର୍ଚ୍ଚା ହେଉଛି। ଯାହାକି ଶୃଙ୍ଖଳିତ ଭାବେ ଚାଲିଥିବା କମ୍ପାନୀ ପାଇଁ ବୁମେରାଂ ସାଜିଛି।
ସଂଗ୍ରାମକୁ ଯିବା ପୂର୍ବରୁ ଏକତାରେ ଫାଟ
ଏହି ଟ୍ରକ ସଂଘ ଧାରଣା ଦେବାର ଅବବ୍ୟହିତ ପୂର୍ବରୁ ଜଗନ୍ନାଥ ଟ୍ରକ ମାଲିକ ସଂଘରେ ସଦସ୍ୟ ଓ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଜଣେ ମାଲିକଙ୍କ ସଦସ୍ୟତାକୁ କଳାତାଲିକାଭୁକ୍ତ ଓ ନିଲମ୍ବନ କରିବା ପ୍ରତିବାଦରେ ୫୦ରୁ ଊର୍ଦ୍ଧ୍ୱ ମାଲିକମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏପରି କି ଜଣେ ମାଲିକ ଦେହରେ କିରାସିନ ଢ଼ାଳି ନିଅଁା ଲଗାଇବାକୁ ଉଦ୍ୟମ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ କର୍ମକର୍ତ୍ତା ନିଲମ୍ବନ ଉଠାଇଥିବା ଜଣାଯାଇଛି। ସଂଘର କର୍ମକର୍ତ୍ତାଥିବା ଲୋକଙ୍କ ଗାଡି ଅଧିକ ଭଡ଼ା ଥିବା ଜାଗାକୁ ଯିବା, କଳା ତାଲିକାଭୁକ୍ତ କରିବାରେ ପାତରଅନ୍ତର, ଆୟବ୍ୟୟ ହିସାବ ମାଗିବା, କୋଇଲା ପରିବହନ କମ୍ପାନୀକୁ ମୂଲ୍ୟରେ ରିହାତି ନ ଦେବାରୁ ସେମାନେ ଟ୍ରେନ୍‌ରେ ପରିବହନ କରିବା ଆଦି ଘଟଣାକୁ ନେଇ ସଂଘ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସୋମବାର ଧାରଣା ପୂର୍ବରୁ ଏପରି ଘଟଣା ବିବାଦକୁ ନେଇ ପ୍ରାୟ ୫ ହଜାର ଟ୍ରକ ମାଲିକଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି। ଏପରି କି ଧାରଣାସ୍ଥଳରେ ସଂଘ ମୁଖିଆ ଅନୁପସ୍ଥିତ ରହିବା ଅନ୍ୟତମ ଚର୍ଚ୍ଚାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri