ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ପଡିରହିଛି । ଫଳରେ ବ୍ଲକର ପପଙ୍ଗା ୟାର୍ଡରେ ୪ଜଣ ଚାଷୀଙ୍କ ୨୮୦ ପ୍ୟାକେଟ ଧାନ ପଡିରହିଥିବା ବେଳେ ରୁଷୁଡାରେ ୧୨ଜଣଙ୍କ ୧୧୭୯, ମହୁଲପାଲିରେ ୮ଜଣଙ୍କ ୧୦୫୫, ଖୁଣ୍ଟୁଲିପାଲିରେ ୨ଟି ଟୋକନରେ ଜଣେ ଚାଷୀଙ୍କ ୩୬୮, ଭେଡେନରେ ୩୫ଜଣ ଚାଷୀଙ୍କ ୩୦୬୦, ତେନ୍ତୁଲିଟିକ୍ରାରେ ୩୪ ଜଣ ଚାଷୀଙ୍କ ୩ହଜାର, ସଁହରାଟିକ୍ରା ୟାର୍ଡରେ ୧୩ଜଣ ଚାଷୀଙ୍କ ୧୬୨୦ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡିରହିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଚାଷୀଙ୍କ ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ସରକାର ପ୍ରଥମ ଥର ଟୋକନ ବ୍ୟବସ୍ଥା ପ୍ରଚଳନ କରିଥିଲେ। ବିଭାଗୀୟ କମ୍ପ୍ୟୁଟରରୁ ତଥ୍ୟ ଉଭାନ ହୋଇଯିବାରୁ ଅନେକ ଚାଷୀ ଟୋକନ ନ ପାଇ ଧାନ ବିକ୍ରିରୁ ବଞ୍ଚତ୍ତ ହୋଇଥିଲେ। ଯେଉଁ ଚାଷୀ ଧାନ ଅମଳ କରି ବିକ୍ରି ଉଦ୍ଦେଶ୍ୟରେ ରଖିଥିଲେ ସେମାନଙ୍କର ଟୋକନ ଆସି ନ ଥିଲା । ବରଂ ଅନ୍ୟ ଚାଷୀଙ୍କ ଟୋକନ ଆସିବାରୁ ବିକ୍ରିବଟାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଏଥିପାଇଁ ଚାଷୀମାନେ ଆନ୍ଦୋଳନମୁହାଁ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଅନଲାଇନ ଟୋକନ ବ୍ୟବସ୍ଥାର ଦୋଛକିରେ ଚାଷୀ ଆଗାମୀ ଚାଷ ପାଇଁ ଚିନ୍ତା କରିବା ବଦଳରେ ନିଜର ଧାନ ବିକ୍ରି ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଳସ୍ବରୂପ ବରପାଲି ବ୍ଲକର ଚାଷୀମାନେ ଗତ ୨୫ ତାରିଖରେ ସିକିର୍ଡି ଛକରେ ରାସ୍ତାରୋକୋ କରିଥିଲେ। ଜିଲା ଯୋଗାଣ ବିଭାଗ ପକ୍ଷରୁ ଗତ ୩୦ ତାରିଖ ସୁଦ୍ଧା ସମସ୍ତ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ୨ଦିନ ପରେ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?