ଦିଲ୍ଲୀ-ଏନ୍ସିଆରର କେତେକ ଅଞ୍ଚଳରେ ପ୍ରବଳ ବର୍ଷା: ଅପରାହ୍ନ ୪ଟାରେ ସୃଷ୍ଟି ହେଲା ରାତିର ଭ୍ରମ
ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି। ଏଭଳି ବର୍ଷା ହୋଇଥିଲା ଯେ ଅପରାହ୍ନ ୪ଟାରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା। ବର୍ଷା ଯୋଗୁ ଦିଲ୍ଲୀ-ଏନ୍ସିଆରର କେତେକ ଅଞ୍ଚଳରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ଟ୍ରାଫିକ୍…
କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍: ୧୦୦ରୁ ଊର୍ଦ୍ଧ୍ୱ ଆହତ
କରାଚି,୬।୩: ପାକିସ୍ତାନ କରାଚିର ପୋର୍ଟ କ୍ୱାସିମ ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର କ୍ଲୋରିନ୍ ଗ୍ୟାସ ଲିକ୍ ହେବା ଫଳରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଅଣନିଶ୍ୱାସି ହୋଇ ଆହତ ହୋଇଥିବା ଜଣାପଡିଛି। ଏମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ…
ବରଗଡ଼ରୁ ୨ ଲକ୍ଷ ଟଙ୍କାର ଜାଲନୋଟ ଜବତ କଲା ଏସ୍ଟିଏଫ୍, ୩ ଗିରଫ
ବରଗଡ଼ ଅଫିସ,୬।୩- କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଶୁକ୍ରବାର ଏକ ଜାଲନୋଟ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ମଙ୍ଗଲୂ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ୍ଲ ମେହେର। ସେମାନଙ୍କ ପାଖରୁ ୨ଲକ୍ଷ ୬ଶହ…
ଯୁବତୀଙ୍କ ମନ୍ଦିର ଦର୍ଶନ ଭିଡିଓ ଭାଇରାଲ: ଲୋକେ କହିଲେ ଭିଆଇପି ଦର୍ଶନ
ସମୟ ଅଭାବରୁ କିଛି ଲୋକ ମନ୍ଦିର ବାହାରୁ ଦର୍ଶନ କରି ପଳାଇଯିବାର ନଜିର ରହିଛି। ସମୟ ବଞ୍ଚାଇବା ଆଳରେ ମନ୍ଦିର ବାହାରୁ ହାତ ଯୋଡି ପଳାଇଥାନ୍ତି। ହେଲେ ଜଣେ ଯୁବତୀଙ୍କୁ ନିଜର ସମୟ ବଞ୍ଚାଇବା ମହଙ୍ଗା ପଡ଼ିଛି। ତାଙ୍କସହ କିଛି ଏଭଳି…
ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଅନାମ
ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଏବେ ଇଡି ସ୍କାନର୍ରେ। ଗତ ଜାନୁୟାରୀ ୨୩ରେ ଗିରଫ ହୋଇ ଫେବୃୟାରୀ ୨୬ରେ ସେ ଜାମିନ ପାଇଥିଲେ। ଏବେ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ…
କରୋନା ସନ୍ଦିଗ୍ଧଙ୍କୁ ମାଗଣାରେ ମିଳିବ ମାସ୍କ, ସାନିଟାଇଜର
ଭୁବନେଶ୍ୱର,୬।୩(ବ୍ୟୁରୋ): କରୋନା ମୁକାବିଲା ନେଇ ଲୋକସେବା ଭବନରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। ବୈଠକ ଶେଷ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇ କହିଛନ୍ତି, କରୋନା…
୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା
ବଲିଉଡ୍ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ ସୁଇମିଙ୍ଗ୍ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଝିଅ ତନୀଷାଙ୍କ ଜନ୍ମଦିନ ଅବସରରେ…
ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ: ମନ୍ତ୍ରୀ
ଭୁବନେଶ୍ୱର,୬।୩(ବ୍ୟୁରୋ): ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ। ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ ଥିବା ଟଙ୍କା କେଉଁଆଡେ ଯିବ ନାହିଁ। ଟଙ୍କା ନିରାପଦ ରହିଛି ବୋଲି ଶୁକ୍ରବାର ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବ୍ୟାଙ୍କରେ ୨ଟି ଡିପୋଜିଟ୍ର ମାଚ୍ୟୁରିଟି…
କରୋନା ଭାଇରସ୍: ସରକାର ଜାରି କଲେ ୩୧ ଲ୍ୟାବ୍ ତାଲିକା
ନୂଆଦିଲ୍ଲୀ,୬।୩: ସାରା ବିଶ୍ୱରେ ଏବେ କରୋନା ଭାଇରସ୍ ଚିନ୍ତା। ଏଥିରୁ କିପରି ବର୍ତ୍ତିବେ ସେନେଇ ବିଭିନ୍ନ ଦେଶର ସରକାର ଉଦ୍ୟମ ଚଳାଇଛନ୍ତି। ଭାରତରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୩୧ ବୃଦ୍ଧି ପାଇଛି। ଫଳରେ ଏହାକୁ ନେଇ ସାରା ଦେଶରେ ଆଲର୍ଟ…
ଦିଲ୍ଲୀ ଦଙ୍ଗାରେ ନଷ୍ଟ ହୋଇଥିବା ସ୍କୁଲକୁ ମିଳିବ ସରକାରୀ ସହାୟତା
ନୂଆଦିଲ୍ଲୀ,୬।୩: ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ବହୁ ଧନ ଜୀବନ ନଷ୍ଟ ହୋଇଛି। ଏବେ ସେଠାରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବା ବେଳେ ଭାଙ୍ଗିରୁଜି ଯାଇଥିବା ଘର, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଆଦିକୁ ଠିକ୍ କରିବାକୁ ଚାଲିଛି ପ୍ରୟାସ। ଶୁକ୍ରବାର…
ରଣଜୀ ଫାଇନାଲରେ ଖେଳିବେ ନାହିଁ ଜାଡେଜା
କୋଲକାତା,୬।୩- ଆସନ୍ତା ୯ ତାରିଖରେ ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଚଳିତ ରଣଜୀ ସିଜନର ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍ସିଏ) ତା’ର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଫାଇନାଲରେ ଖେଳାଇବା ପାଇଁ ବିସିସିଆଇର…
ମହିଳା ଟି୨୦ ବିଶ୍ୱକପ୍: ପତ୍ନୀଙ୍କ ଲାଗି ଆଗୁଆ ସ୍ବଦେଶ ଫେରିିଲେ ଷ୍ଟାର୍କ
ମେଲବୋର୍ନ,୬।୩- ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ପୋଚେପ୍ଷ୍ଟ୍ରୁମ ଦିନିକିଆରେ ଖେଳିବେ ନାହିଁ ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ। ସେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଦେଖିବା ଲାଗି ସ୍ବଦେଶ…
Archives


