୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି ବିକାଶଶୀଳ ଦେଶ ମଧ୍ୟ କରୋନା ଆଗରେ ଏକ ପ୍ରକାର ହାର ମାନିଛି କହିଲେ ଚଳେ। ତେବେ କରୋନା ସହ ଲଢିବାକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଅନେକେ ପରାମର୍ଶ ଦେଉଛନ୍ତି। ଇତି ମଧ୍ୟରେ କୋଲକାତାର ଏକ ମିଠା ଦୋକାନୀ ୧୫ ପ୍ରକାର ଜଡିବୁଟିର ମିଶ୍ରଣରୁ ଏକ ମିଠା ପ୍ରସ୍ତୁତ କରିଛନ୍ତି। ଆଉ ଏହାକୁ ନେଇ ସେ ଦାବି କରିଛନ୍ତି ଏହାକୁ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହାକୁ କିଛିଦିନ ଖାଇବା ପରେ ଏହା କରୋନା ଭଳି ଭାଇରସ ସହ ଲଢିବାକୁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ। ପଶ୍ଚିମବଙ୍ଗର ବହୁ ପୁରୁଣା ତଥା ପ୍ରସିଦ୍ଧ ମିଠା ବ୍ୟବସାୟୀ ବାଲାରାମ ଓ ରାଧାରମଣ ମୁଲ୍ଲିକ କହିଛନ୍ତି ୧୫ ପ୍ରକାର ଜଟିବୁଟିକୁ ନେଇ ତିଆରି ହୋଇଥିବା ଏହି ମିଠାର ନାମ ସେ (ଇମ୍ୟୁନିଟି ସନ୍ଦେଶ) ରଖିଛନ୍ତି। ଦୋକାନ ମାଲିକ କହିଛନ୍ତି ଉକ୍ତ ମିଠାରେ ତୁଳସୀ, ହଳଦୀ, ଛୋଟ ଗୁଜରାତି, ଜଷ୍ଟିମଧୁ, ଜାଇଫଳ, ଅଦା, ପିପଳି, ଗୋଲ ମରିଚ, ତେଜପତ୍ର ଆଦି ମିଶ୍ରଣ କରାଯାଇଛି। ଏହାପରେ ଏଥିରେ ଛେନା ଓ ଡ୍ରାଏ ଫ୍ରୁଟ୍ସ ମିଶାଇ ମିଠା ପ୍ରସ୍ତୁତ କରାଯାଇଛି ବୋଲି ଉକ୍ତ ବ୍ୟବସାୟୀ କହିଛନ୍ତି। ଏଥିରେ ଗୁଡ ଅବା ଚିନି ସ୍ଥାନରେ ହିମାଳୟ ମହୁ ବ୍ୟବହାର କରାଯାଇଛି କାରଣ ଏଥିରେ ଔଷଧିୟ ଗୁଣ ନଷ୍ଟ ହେବନାହିଁ ବୋଲି କୁହାଯାଇଛି। ମିଠା ବ୍ୟବସାୟୀ କହିଛନ୍ତି କରୋନା ସଂକ୍ରମଣ ସମୟରେ ଏହି ମିଠାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri