Home Left

ବଲିଉଡ୍‌ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ,୨୬।୩: ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ନିମିଙ୍କର ବୁଧବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପ୍ରଥମେ ଫିଲ୍ମ ନିର୍ମାତା ଶେଖର ଏହି ସୂଚନା ଦେଇଥିଲେ। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେ କିଛିଦିନ ହେବ ହସ୍ପିଟାଲରେ ଥିବା ବେଳେ ବୁଧବାର ଶେଷ…

ଲକ୍‌ ଡାଉନ୍‌ରେ ଘରୁ ବାହାରୁଥିବା ଲୋକଙ୍କ ଗୋଡ଼କୁ ପୋଲିସ ଗୁଳି କରିବା ଆବଶ୍ୟକ: ଭାଜପା ବିଧାୟକ

ଗାଜିଆବାଦ୍‌,୨୬।୩: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ଭାଜପା ସଦସ୍ୟ ନନ୍ଦକିଶୋର ଗୁର୍ଜର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉତ୍ତରପ୍ରଦେଶର ଲୋନି ବିଧାନସଭା ଆସନର ବିଧାୟକ ନନ୍ଦକିଶୋର କହିଛନ୍ତି…

ଭୋକିଲା ମାଙ୍କଡ଼ଙ୍କୁ ଆହାର

ରସୁଲପୁର,୨୬।୩(ଡି.ଏନ୍.ଏ.): କରୋନା ପ୍ରଭାବରେ ମଣିଷ ସହିତ ପରୋକ୍ଷରେ ପ୍ରାଣୀ ଜଗତ ବି ପ୍ରଭାବିତ ହୋଇଛି। ବୁଲା ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯାଜପୁର ଜିଲାର ମହାବିନାୟକ ପୀଠରେ ମାଙ୍କଡ଼ଙ୍କ ପାଇଁ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଏହି ସ୍ଥାନ ଜନଶୂନ୍ୟ…

କରୋନା ମୁକାବିଲା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭାଇରସର ମୁକାବିଲା ଲାଗି ସାରା ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନ ଘୋଷଣା ପରେ ଅଧିକାଂଶ ଓଡ଼ିଆ ଲୋକ ଦେଶ ତଥା ରାଜ୍ୟ ବାହାରେ ଅଟକି ରହିଯାଇଛନ୍ତି। ଏହି ଲୋକମାନେ ଓଡ଼ିଶା ଆସିବାକୁ କାକୁତି ମିନତି…

ଓଲଟି ପଡ଼ିଲା ଯାତ୍ରୀବାହୀ ଅଟୋ

ଦେବଗଡ,୨୬।୩(ଡି.ଏନ.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଖିଲେଇ ଗ୍ରାମରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି। ସେଥିରେ ବସିଥିବା ୪ ଜଣ ମହିଳାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆଁଲୋଇ ଗ୍ରାମର ଏକ ପରିବାର ତାଙ୍କର ଜଣେ…

ଚାଷୀଙ୍କ ଚିନ୍ତା ବଢ଼ାଇଛି କରୋନା

ରସୁଲପୁର,୨୬।୩(ଡି.ଏନ୍.ଏ.): ଅମଳ ଅପେକ୍ଷାରେ ଖରିଫ କ୍ଷେତ ରହିଥିଲାବେଳେ ଏଥିରେ ବାଧକ ସାଜିଛି କରୋନା। ମାତ୍ର ଏବେ କରୋନା ଆତଙ୍କ ଯୋଗୁ ଶ୍ରମିକ ମିଳୁ ନାହାନ୍ତି। ଫଳରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟକୁ ଏକାକୀ ଅମଳ କରିବାରେ ଅକ୍ଷମତା ପ୍ରକାଶ କରୁଛି। ତେଣେ…

ଲକ୍‌ଡାଉନ୍‌ ନ ମାନି ଜରିମାନା ଗଣିଲେ ଶତାଧିକ ଲୋକ: ଦୁଇଦିନରେ ୨୯ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୩: କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ସମେତ ବିଭିନ୍ନ କଟକଣା କରାଯାଇଛି। ଏହି ପରିସ୍ଥିତିରେ ମଧ୍ୟ ଲୋକେ ଘରୁ ବାହାରକୁ ବାହାରୁଛନ୍ତି। ତେବେ ଘରୁ ମୋଟରସାଇକେଲ ନେଇ ବାହାରକୁ ଆସୁଥିବା ତିନି ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରୁ ଜରିମାନା…

ବିଭିନ୍ନ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଶେରଗଡ଼,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶେରଗଡ ବ୍ଲକ ପରିଦର୍ଶନରେ ଆସିଥିଲେ। କରୋନା ପାଇଁ ଶେରଗଡ଼ ବ୍ଲକରେ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ତଦାରଖ କରିବା ସହ ଆଇସୋଲେଶନ କେନ୍ଦ୍ର ବୁଲି ଦେଖିଥିଲେ। ପ୍ରଥମେ ଶେରଗଡ଼…

ଲକ୍‌ଡାଉନକୁ ନେଇ ବସ୍ତା ପ୍ରଶାସନର ବୈଠକ: ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବସ୍ତା,୨୬।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ ଘୋଷଣା ପରେ ଏହାକୁ କଡ଼ାକଡି ଭାବେ କାର୍ଯ୍ୟକାରୀ କରାଯାଉଛି। ଏ ନେଇ ବୁଧବାର ଅପରାହ୍ନରେ ବାଲେଶ୍ୱର ଜିଲା ବସ୍ତା ପ୍ରଶାସନର ଜରୁରୀ ବୈଠକ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ କୁକୁମୀନା ଦାସ,…

ରାଜ୍ୟରେ ନାହାନ୍ତି ଜଣେ ବି କରୋନା ରୋଗୀ: ନିର୍ମାଣ ହେଲାଣି ଆଇସୋଲେଶନ ସେଣ୍ଟର

ଗୁଆହାଟୀ,୨୬।୭: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ଭାରତରେ ସବୁ ରାଜ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଆସାମ କିନ୍ତୁ କରୋନାଠାରୁ ଦୂରେଇ ରହିଛି।…

ଲୁଚାଛପାରେ ଚାଲୁଥିଲା ଦୋକାନ: ସାଦାପୋଷାକରେ ଗ୍ରାହକ ଭାବେ ପହଞ୍ଚି ବାନ୍ଧିଲା ପୋଲିସ

ଆସିକା,୨୬।୩(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଂଘନକରି ଗଞ୍ଜାମ ଜିଲା ଆସିକାରେ ୮ ଜଣଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେମାନେ ହେଲେ ଗୟା…

ସାମାଜିକ ଦୂରତା ରକ୍ଷା କରୁଛନ୍ତି ବ୍ୟବସାୟୀ

ରାଇକିଆ,୨୬।୩(ଡି.ଏନ୍‌.ଏ.)- ସାରା ଦେଶରେ କରୋନା ପାଇଁ ଲକ୍‌ଡାଉନ ହେବା ପରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି। କେବଳ ନିତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି। ପ୍ରତ୍ୟେକ ଦିନ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ରାଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri