ବଡ଼ଭଉଣୀ ସହ ମୋବାଇଲ ପାଇଁ ଝଗଡା କରି ଜୀବନ ହାରିଲେ ସାନଭାଇ

ପାଟଣା,୨।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ଗ୍ରାମରେ ଏକ ଅଭାନୀୟ ଘଟଣା ଘଟିଛି। ଗୁରୁବାର ଜଣେ ନାବାଳକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା କୁସୁମୀ ଗ୍ରାମର ମାନସ ମହାନ୍ତଙ୍କ ୧୪ ବର୍ଷୀୟ ପୁଅ ମୋହିତ ମହାନ୍ତ। ସୂଚନାଯୋଗ୍ୟ, ମାନସ ପଲାଣିଘାଟି ହାଇସ୍କୁଲରେ ସିବିଜେଡ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଉକ୍ତ ପରିବାର ଏକ ଭଡା ଘରେ ରହୁଥିବା ବେଳେ ମାନସ ସ୍ତ୍ରୀଙ୍କୁ ନେଇ ଗାଁକୁ ଯାଇଥିଲେ। ଘରେ ଭଉଣୀ ଭାସି ଓ ଭାଇ ମୋହିତ ଏକୁଟିଆ ରହୁଥିଲେ। ବୁଧବାର ରାତିରେ ମୋହିତ ବଡ଼ଭଉଣୀଙ୍କୁ ମୋବାଇଲ ମାଗିଥିଲେ। ଏନେଇ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ୨ଜଣ ଶୋଇବାକୁ ଚାଲିଯାଇଥିାଊ। ଗୁରୁବାର ସକାଳୁ ଭାଇ ଶୋଇବା ଘର କବାଟ ନ ଖୋଲିବାରୁ ଭଉଣୀ ପଡ଼ିଶା ଲୋକଙ୍କୁ ଡକାଇ କବାଟ ଭାଙ୍ଗିଥିଲେ। ସେହି ସମୟରେ ଭାଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲ ନେଲେ ଯନ୍ତ୍ରୀ

ଫିରଙ୍ଗିଆ,୨୮ା୧୨(ଡି.ଏନ.ଏ.): ଫିରିଙ୍ଗିଆ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଦୁର୍ଘଟଣାର ଶୀକାର ହୋଇ ରାସ୍ତାରେ ପଡ଼ିଥିବା ୨ଜଣ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଇ ମାନବିକତାର ପରିଚୟ ଦେଇଛନ୍ତି। ପ୍ରକାଶଯେ,...

୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ସଜନାଗଡ,୩୦।୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଛୁଆ ଅଞ୍ଚଳରେ ଜଣେ ୪ ବର୍ଷୀୟା ନାବାଳିକାଙ୍କୁ ଚକୋଲେଟ୍‌ ପ୍ରଲୋଭନ ଦେଖାଇ...

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା...

ମହାନଦୀରେ ବନ୍ୟାଜଳ ପ୍ରବାହିତ, ୩ ବ୍ଲକର ଲୋକେ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେତୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ପାଣି ପଶିଛି। ଏହି...

ଭୋଗରାଇର ୭ ପଞ୍ଚାୟତ ସଟଡାଉନ

ଭୋଗରାଇ,୧୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୭ ପଞ୍ଚାୟତ ବାରବାଟିଆ, କୁମ୍ଭାରମୂଳୀ, ଭୋଗରାଇ, ସୁଲତାନପୁର, ନିମାତପୁର, ସୁନାଧରବସାଣ, ଜୟୀରାମପୁରକୁ ସ୍ଥାନୀୟ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗତ...

ଅନ୍ୟ ଜିଲାରୁ ଫେରିଥିବା ଶ୍ରମିକଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଗଲା

ପାଟଣା , ୨୭।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମଖସାପିଟା ସାହିରୁ ଯାଜପୁର ଜିଲା କୋରେଇ ଥାନା ଅଞ୍ଚଳକୁ ମାଟି କାମ କରିବାକୁ ଯାଇଥିବା...

ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍‌ ଗାର୍ଲଙ୍କ ନୃତ୍ୟ

ବିଜେପୁର,୧୭।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ...

ଭଦ୍ରକ ଷ୍ଟେଶନରେ ଓହ୍ଲାଇବେ ପ୍ରବାସୀ ଓଡ଼ିଆ: ବ୍ୟାପକ ପ୍ରସ୍ତୁତି

ଭଦ୍ରକ ଅଫିସ,୧୧ା୫: ଭଦ୍ରକ ଷ୍ଟେଶନରେ ସୋମବାର ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ଆସି ପହଞ୍ଚିବେ। ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *