Home Left

ଘରୋଇ ହସ୍ପିଟାଲ ସହାୟତାରେ ସ୍ଥାପନ ହେବ ୧ହଜାର ବେଡ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ(କୋଭିଡ-୧୯) ସଂକ୍ରମଣ ସଂଖ୍ୟା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲ ସହାୟତାରେ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ୧ହଜାର୍‌ ବେଡ ପାଇଁ ଆୟୋଜନ କରିଛନ୍ତି। ଏ ନେଇ…

ଚାଇନାରେ ଠିକ୍‌ ହୋଇଥିବା ୧୦ ପ୍ରତିଶତ ରୋଗୀ ପୁଣି କରୋନାରେ ସଂକ୍ରମିତ!

ବେଜିଂ,୨୬।୩: ପ୍ରଥମ କରି ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ବ୍ୟାପି ସାରିଲାଣି। ନିକଟରେ ଚାଇନାରୁ ଗୋଟିଏ ଦିନରେ କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବା ଖରବ ଆସିଥିଲା। ହେଲେ ୩ ଦିନ…

୨ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା

ପୁରୀ ଅଫିସ,୨୬ା୩: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ଟଙ୍କା। ଗୁରୁବାର ଟେଣ୍ଡର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦାକୁ ଚୟନ କରାଯାଇଛି। ବର୍ଷିକିଆ ୬.୨୬ ପ୍ରତିଶତ ସୁଧ ହାରରେ ଏହି ଦୁଇଟି ବ୍ୟାଙ୍କ ୨୮୭…

ଲକ୍‌ଡାଉନ୍‌ ଯୋଗୁ ଭୋକ ଉପାସରେ ଅସହାୟ: ଖାଦ୍ୟ ବିତରଣ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ,୨୬।୩- ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବା ଲୋକଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି। ଏହାକୁ ହୃଦୟଙ୍ଗମ କରି ଗୁରୁବାର…

ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର: ବାହାର ରାଜ୍ୟରୁ ଫେରି ବେଧଡ଼କ ବୁଲୁଛନ୍ତି ଦାଦନ ଶ୍ରମିକ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗାଁ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ ଅଭାବରୁ କିଛିଦିନ ହେଲା ବାହାର ରାଜ୍ୟ ତଥା କେରଳ, ତାମିଲନାଡୁ, କର୍ଣ୍ଣାଟକ ଆଦି ରାଜ୍ୟରୁ…

କୋଭିଡ-୧୯: ୫୦ ଲକ୍ଷ ଟଙ୍କା ଦାନ କରିବ ଏମ୍‌ସିଏ

ମୁମ୍ବାଇ,୨୬।୩(ପି.ଟି.)- କୋଭିଡ-୧୯ ମହାମାରୀର ରୂପ ନେଇ ସାରିଥିବା ବେଳେ ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ମହରାଷ୍ଟ୍ର ସରକାରଙ୍କୁ ୫୦ ଲକ୍ଷ ଟଙ୍କା ଦାନ କରିବ। ଏମ୍‌ସିଏ ସମ୍ପାଦକ ସଞ୍ଜୟ ନାଏକ ଏ ନେଇ ସୂଚନା…

ଅଲିମ୍ପିକ୍‌ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍‌ଲେଟ

ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଏବେ ଆଥଲେଟମାନେ ସେମାନଙ୍କ ପ୍ରାୟୋଜକ ନେଇ ଅନିଶ୍ଚିତତାରେ…

ଦିଲ୍ଲୀରେ ଫସିରହିଛନ୍ତି ୭୦ ଓଡ଼ିଆ ଶ୍ରମିକ

ବ୍ରହ୍ମଗିରି,୨୬ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ୧୯୫ରୁ ଊର୍ଦ୍ଧ୍ୱ ଦେଶକୁ କରୋନା କାୟା ବିସ୍ତାର କରିସାରିଲାଣି। ଏହି ଭୂତାଣୁରୁ ରକ୍ଷା ପାଇବା ଏପର୍ଯ୍ୟନ୍ତ କୌଣସି ମେଡିସିନ ବାହାରି ନ ଥିବାବେଳେ କେବଳ ସଚେତନ ହିଁ…

ଲକ୍‌ଡାଉନ୍‌ ସମୟରେ ଅସହାୟଙ୍କ ସାହାରା ପାଲଟିଛନ୍ତି ଯୁବଗୋଷ୍ଠୀ

ଝାରସୁଗୁଡ଼ା ଅଫିସ,୨୬।୩: ସମଗ୍ର ଦେଶରେ କରୋନା କଟକଣା ଯୋଗୁ ଯାନବାହନ ସମେତ ହୋଟଲଗୁଡ଼ିକ ବନ୍ଦ ରହିଛି। ଏପରିସ୍ଥିତିରେ ବହୁ ସ୍ଥାନରେ ଲୋକେ ଫସି ରହିଛନ୍ତି। ଦୁଇ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। ସେହିପରି ରାସ୍ତା କଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକେ ମଧ୍ୟ…

ଜୋର୍‌ରେ ହସିଲେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସମସ୍ତେ ସତର୍କ। ସେଥିପାଇଁ ଏବେ ସମସ୍ତେ ସାନିଟାଇଜ୍‌ ସହ ସାମାଜିକ ଦୂରତା ଉପରେ ଜୋର ଦେଉଛନ୍ତି। କିନ୍ତୁ କରୋନା ସଂକ୍ରମଣ ବ୍ୟକ୍ତି ଜୋର୍‌ରେ ହସୁଥିବାବେଳେ ବି ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି।…

ଠିକଣା ଦେଖିଲେ ଲାଗୁଛି ଡର

କାନପୁର: ଏବେ କରୋନା ଭାଇରସ୍‌ ପାଇଁ ସବୁଆଡେ ଭୟର ବାତାବରଣ। ପାଖ ପଡ଼ିଶା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବମାନଙ୍କୁ ବି ଲୋକେ ଘରେ ପୁରାଇବାକୁ ରାଜି ହେଉନାହାନ୍ତି । ଏହି ଭାଇରସ୍‌ ସଂକ୍ରମଣରେ ଚାଇନା ପରେ ସବୁଠୁ ଅଧିକ ଲୋକ ମୃତ୍ୟୁବରଣ…

ବିଲରେ ପଚୁଛି ତରଭୁଜ

ଦେବଗଡ,୨୬ା୩(ଡି.ଏନ.ଏ.): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ବାରକୋଟ ବ୍ଲକ ମଧ୍ୟପୁର ପଞ୍ଚାୟତର ଲାଣ୍ଡିଝରୀ ଗ୍ରାମରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡିଲେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri