କରୋନାରେ ମୃତ ବରିଷ୍ଠ ନାଗରିକଙ୍କୁ ୪୮ ଘଣ୍ଟା ଫ୍ରିଜରରେ ରଖିଲେ ପରିବାର!

କୋଲକାତା,୨।୭: କରୋନା ସଂକ୍ରମଣ ଓ ଏଥିରେ ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ବେଳେ ବେଳେ ଏମିତି ଖବର ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରି ଦେଉଛି। ନିକଟରେ ପଶ୍ଚିମବଙ୍ଗରେ ଜଣେ ବୃଦ୍ଧଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ସଂସ୍କାର କରିବା ପୂର୍ବରୁ ଅତିକମ୍‌ରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଫ୍ରିଜରରେ ରଖିଛନ୍ତି ପରିବାର ଲୋକେ। ଅସଲ କଥା ହେଲା ଏମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ନ ମିଳିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ମିଳିଥିବା ସୂଚନାରୁ ଜଣାପଡିଛି କି ମଧ୍ୟ କୋଲକାତାର ରାମମୋହନରାୟ ସରନି ଅଞ୍ଚଳରେ ରହୁଥିବା ୭୧ ବର୍ଷ ବୟସ୍କ ଜଣେ ବୃଦ୍ଧ ବ୍ୟକ୍ତି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଜଣେ ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ। ଡାକ୍ତର ଜଣଙ୍କ ତାଙ୍କର କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଥିବା ବେଳେ ଘରକୁ ଆସିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଓ ପରେ ମୃତ୍ୟୁ ହୋଇଥିଲା। ଘରୋଇ ଡାକ୍ତର ଜଣଙ୍କ ତାଙ୍କୁ ଘରେ ଦେଖିବା ପାଇଁ ଆସିଥିଲେ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ନ ଦେବାରୁ ପରିବାର ଲୋକେ ତାଙ୍କର ସଂସ୍କାର କରାଇ ପାରି ନ ଥିଲେ। ଏ ସମ୍ପର୍କରେ ନିକଟସ୍ଥ ଥାନା ସହ ଯୋଗାଯୋଗ କରିବାକୁ ସେ କହିଥିଲେ। ହେଲେ ସେଠାରୁ କୌଣସି ସହଯୋଗ ନ ମିଳିବାରୁ ସେମାନେ ସ୍ଥାନୀୟ କାଉନସିଲରଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ କିଛି ଫଳ ହୋଇ ନ ଥିଲା। ଏହାପରେ ସେମାନେ ସ୍ବାସ୍ଥ୍ୟ ବିଭାଗର ହେଲ୍‌ପ ଲାଇନ ନମ୍ବରକୁ ମଧ୍ୟ ଯୋଗାଯୋଗ କରିଥିଲେ। ସେଠାରୁ ନିରାଶ ହେବା ପରେ ପରିବାର ସଦସ୍ୟ ମୃତଦେହ ସଂସ୍କାର କରୁଥିବା କିଛି ସଂସ୍ଥା ସହ ଯୋଗାଯୋଗ କରିଥିଲେ। ତେଣୁ ବେଳକୁ ବେଳ ସମୟ ବଢି ଚାଲିଥିବାରୁ ମୃତକଙ୍କ ପରିବାର ଏକ ଫ୍ରିଜରର ଯୋଗାଡ କରି ମୃତ ଦେହକୁ ପାଖାପାଖି ୪୮ ଘଣ୍ଟା ସେଥିରେ ରଖିବା ପରେ କୋଲକତା ନଗର ନିଗମ ଦ୍ୱାରା ଶେଷରେ କରୋନା ସଂକ୍ରମିତଙ୍କ ମୃତ ଦେହକୁ ସଂସ୍କାର କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri