Home Left

ବିବାହ ଭୋଜିରୁ ବାପାପୁଅଙ୍କୁ ଉଠାଇନେଲା ପୋଲିସ

ଭଟଲି,୨୭। ୩(ଡି.ଏନ.ଏ.): କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଘରୁ ନ ବାହାରିବା ସହିତ କୌଣସି ପ୍ରକାର ଭୋଜି ମହୋତ୍ସବ ନ କରିବା ପାଇଁ କଟକଣା ଜାରି କରାଯାଇଛି । ଏହି କଟକଣାକୁ ନ ମାନିଲେ ଦଣ୍ଡବିଧାନର ବ୍ୟବସ୍ଥା…

କରୋନା କଟକଣା ଉଲ୍ଲଙ୍ଘନ: ସାପ୍ତାହିକ ହାଟରେ ପ୍ରବଳ ଭିଡ଼

ଆରଡ଼ି,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁଠାରେ ଶୁକ୍ରବାର ସକାଳେ ସାପ୍ତାହିକ ହାଟ ବସିଥିଲା। ଏହି ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲ। ଲୋକେ ସାମାଜିକ ଦୂରତା ବାବଦରେ ଜାଣି ନ ଥିବା କହିଥିବା ବେଳେ କେବଳ କିଛି ବ୍ୟକ୍ତି ମୁହଁରେ…

ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୭।୩: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଛି। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାରା…

ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍‌ଡାଉନ୍‌ ଅଛି । ରାସ୍ତା ଘାଟ ଶୂନ୍‌ଶାନ ଏବଂ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।…

କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା । ଏପରି ପରିସ୍ଥିତିରେ ଟ୍ରେନ ଓ ବସ୍‌ ଚଳାଚଳ ବନ୍ଦ ଥିବାରୁ ଘରକୁ ଫେରି…

ଲକ୍‌ଡାଉନ୍‌ରେ ଦର୍ଶକଙ୍କ ପାଇଁ ଖୁସିଖବର: ଶନିବାରଠାରୁ ପୁନଃ ପ୍ରସାରଣ ହେବ ରାମାୟଣ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ରସରକାର ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଘରେ ରହି ଲୋକଙ୍କୁ ସମୟ କାଟିବା କଷ୍ଟକର ହୋଇପଡ଼ିଛି। କରୋନା ଯୋଗୁ ସମସ୍ତ…

ଝାରସୁଗୁଡ଼ା ବ୍ଲଡ୍‌ବ୍ୟାଙ୍କ୍‌ରେ ରକ୍ତ ଅଭାବ

ଝାରସୁଗୁଡ଼ା ଅଫିସ,୨୭।୩: କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସମଗ୍ର ଭାରତରେ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା କରାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।…

ଦୁଇ ଦିନରେ କଟିଲାଣି ୭ ଲକ୍ଷ ଟଙ୍କାର ଚାଲାଣ

କଟକ ଅଫିସ,୨୭ା୩: ରାଜ୍ୟରେ ‘ଲକ୍‌ଡାଉନ୍‌’ ନିର୍ଦ୍ଦେଶ ବଳବତ୍ତର ଥିଲେ ସୁଦ୍ଧା ଲୋକେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ଫଳସ୍ବରୂପ ଗତ ଦୁଇ ଦିନରେ କଟକ ସହରରେ ଗାଡ଼ିଚାଳକମାନଙ୍କଠାରୁ ପୋଲିସ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଲାଣ କାଟିସାରିଲାଣି। ବିଭିନ୍ନ ଥାନା ପକ୍ଷରୁ…

ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୋଲିସ

କଟକ ଅଫିସ,୨୭ା୩: ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌…

ଘରେ ଜଳୁନି ଚୁଲି, ଚିନ୍ତାରେ ଦିନମଜୁରିଆ

ଖୋର୍ଦ୍ଧା ଅଫିସ,୨୭ା୩: ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି। ସେମାନେ କାମଧନ୍ଦା ପାଉ ନ ଥିବାରୁ ଅସୁବିଧାରେ ଚଳୁଛନ୍ତି। ଅଧିକାଂଶ ଲୋକଙ୍କ ଘରେ…

୧୮ ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ନୂଆଦିଲ୍ଲୀ, ୨୭ା୩: ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଥିବାବେଳେ ପଶ୍ଚିମବଙ୍ଗର ଲୋକେ ଦେଶର ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି। ସେମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ଅନୁରୋଧ କରିଛନ୍ତି।

ଆର୍ଥିକ ପ୍ୟାକେଜ୍‌କୁ ରାହୁଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭ା୩: କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟର ବୋଝ ସହୁଥିବା କୃଷକ, ଦିନ ମଜୁରିଆ, ମହିଳା ଓ ବରିଷ୍ଠ ନାଗରିକମାନଙ୍କ ନିକଟରେ ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri