Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗଦେଲେ ସିମନ୍ସ

ମାଞ୍ଚେଷ୍ଟର, ୩।୭(ପି.ଟି.): ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଯୋଗ ଦେଇଛନ୍ତି କୋଚ୍‌ ଫିଲ୍‌ ସିମନ୍ସ। ସମ୍ପର୍କିୟଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାପରେ ସେ କ୍ୱାରାଣ୍ଟାଇନରେ ରହିଥିଲେ। କୋଭିଡ-୧୯ ଟେଷ୍ଟ ନେଗେଟିଭ୍‌ ଆସିବାପରେ ସେ ଗୁରୁବାର ଦଳରେ ପୁନଃ ଯୋଗ ଦେଇଛନ୍ତି ବୋଲି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରଥମ ଟେଷ୍ଟ ପୂର୍ବରୁ ଏବେ ଓ୍ବେଷ୍ଟଇଣ୍ଡିଜ ଦଳର ୪ ଦିନିଆ ଓ୍ବାର୍ମଅପ୍‌ ଗେମ୍‌ ଚାଲିଛି। ସିମନ୍ସ ଓ୍ବାର୍ମଅପ୍‌ରେ ଖେଳାଳିଙ୍କ ପ୍ରଦର୍ଶନକୁ ଅନୁଧ୍ୟାନ କରିବା ସହ ଟେଷ୍ଟ ପାଇଁ ପ୍ରସ୍ତୁତ କରିବେ। ପ୍ରକାଶ ଯୋଗ୍ୟ ଯେ, ଜୈବ-ସୁରକ୍ଷିତ ଅଞ୍ଚଳରୁ ବାହାରକୁ ଯାଇ ଶ୍ୱଶୂରଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇଥିବାରୁ ସିମନ୍ସଙ୍କୁ କୋଚ୍‌ ପଦରୁ ବହିଷ୍କୃତ କରାଯାଉ ବୋଲି ବୋର୍ଡର ଜଣେ ସଦସ୍ୟ ଦାବି କରିଥିଲେ। ମାତ୍ର ୫୭ ବର୍ଷୀୟ ସିମନ୍ସଙ୍କୁ ବୋର୍ଡର ସମର୍ଥନ ମିଳିଥିଲା। ସେ ଅନୁମତି ନେଇ ବାହାରକୁ ଯାଇଥିଲେ ବୋଲି ଓ୍ବେଷ୍ଟଇଣ୍ଡିଜ ବୋର୍ଡ ସଭାପତି ରିକି ସ୍କେରିଟ ପ୍ରକାଶ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ଦଳ ଏବେ ଇଂଲଣ୍ଡରେ ୨ ଦଳରେ ବିଭକ୍ତ ହୋଇ ଓ୍ବାର୍ମଅପ୍‌ ମ୍ୟାଚ ଖେଳିବା ସହ ନିଜକୁ ପ୍ରସ୍ତୁତ କରୁଛି। ଜୁଲାଇ ୮ରେ ସାଉଥାମ୍ପଟନଠାରେ ପ୍ରଥମ ଟେଷ୍ଟ ସହ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri