ରକ୍ତ ହେଲା ପର: ପ୍ରତିଶୋଧରୁ ଗୁଳିମାଡ

ଖୋର୍ଦ୍ଧା ଅଫିସ, ୨ା୭:ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁରୁବାର ଗୁଳି ଫୁଟିଛି। ସାନଭାଇ ଗୁଳିମାଡ଼ରେ ବଡଭାଇ ଗୁରତର ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ କାହ୍ନୁ ପରିିଡ଼ା (୩୭)। ଗୁଳି ନାକ ପାଖରେ ବାଜି ଭିିତରେ ରହିଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଥାନାରେ ଆଇପିସି ଦଫା ୩୦୭ରେ ମାମଲା ନଂ. ୨୧୪/୨୦ ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଗତ ମାସରେ ଏକ ଅବକାରୀ ଘଟଣାରେ ପୋଲିସ କାହ୍ନୁଙ୍କ ସାନଭାଇ ଗଙ୍ଗାଧର ପରିଡ଼ାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ଆସିଥିଲେ। ତେବେ ଘଟଣା ସମ୍ପର୍କରେ କାହ୍ନୁ ପୋଲିସକୁ ଖବର ଦେଇଥିବା ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ସେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ଗୁରୁବାର କାହ୍ନୁଙ୍କୁ ଗ୍ରାମ ନିକଟରେ ଏକାକୀ ଦେଖି ଗଙ୍ଗାଧର ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଚିତ୍କାର କରି କାହ୍ନୁ ଦୌଡ଼ିିବାବେଳେ ତାଙ୍କୁ ଗଙ୍ଗାଧର ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। କାହ୍ନୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, ପୋଲିସ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ବସିବ।...

ମହାନଦୀ ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ବୁଧବାର କ୍ଷେତ୍ରସ୍ତରୀୟ ସର୍ଭେ ଆରମ୍ଭ କରିଛନ୍ତି। ଟ୍ରିବ୍ୟୁନାଲ ଟିମ୍‌ ଛତିଶଗଡ଼ର ଫରସିୟା ଗ୍ରାମ ନିକଟରେ ମହାନଦୀର ଉତ୍ପତ୍ତି ସ୍ଥଳ...

୨୯ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ : ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ଅନୁଧ୍ୟାନ କଲେ ଡିଜିପି

ଭୁବନେଶ୍ୱର, ୨୭।୫(ବ୍ୟୁରୋ:  ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇଥିବା ବିଜେଡି ପୁଣି ସରକାର ଗଠନ କରିବାକୁ ଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମଥର...

ପାଟକୁରା ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୨% ମତଦାନ

ଡେରାବିଶ, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ଆସନ ଲାଗି ଶନିବାର ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଭୋଟ...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ପୁରୀ ଅଫିସ,୩।୪: ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଫିସର ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ସମ୍ପର୍କରେ ଶନିବାର...

ମହାତ୍ମାଙ୍କ ସ୍ମୃତି ସାଉଁଟୁଛି ମେରାମଣ୍ଡଳୀ

ଢେଙ୍କାନାଳ ଅଫିସ, ୨।୧୦ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମେରାମଣ୍ଡଳୀ ରେଳଷ୍ଟେଶନକୁ ପୂରିଲାଣି ୯୮ ବର୍ଷ। ୧୯୨୩ରେ ପ୍ରତିଷ୍ଠିତ ଏହି ରେଳଷ୍ଟେଶନ ପାଇଁ ୧୯୩୪ ଥିଲା...

ବଡସିମଲଇ ଗ୍ରାମର ସୋଲାର ଜଳ ପ୍ରକଳ୍ପ ଅଚଳ

ରିଆମାଳ, ୧୯।୧୨(ଡି.ଏନ.ଏ.) -ଦେବଗଡ ଜିଲା ରିଆମାଳ ବ୍ଲକ ବଡସିମଲଇ ଗ୍ରାମରେ ଜଳାଭାବ ଯୋଗୁ ଏକ ସୋଲାର ଜଳ ପ୍ରକଳ୍ପ ହୋଇଛି। କିନ୍ତୁ ଦୀର୍ଘ ୩ ମାସରୁ...

ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲିଚାଲି ଯାଉଥିଲେ, ସୋରଠାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ସୋର,୨୯।୫(ଡି.ଏନ.ଏ.): ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୋର ଜାତୀୟ ରାଜପଥ ବରଫକଳ ଛକଠାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର...

Advertisement
Archives

Model This Week