Posted inରାଜ୍ୟ

କୁମ୍ଭୀର ମାରି ମାଂସ ଖାଇବା ଘଟଣା: ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ମାଲକାନଗିରି,୨ା୭(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତ ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଅଞ୍ଚଳରେ ଏକ କୁମ୍ଭୀରକୁ ସାବେରୀ ନଦୀରୁ ଧରି କେତେକ ଲୋକ ତାକୁ ଗଛରେ ବାନ୍ଧି ମାଂସ କାଟି ନେଇଥିବା ଘଟଣାରେ ପ୍ରଶାସନ ଖୋଳତାଡ ଆରମ୍ଭ କରିଛି। କାଲିମେଳା ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡକାମି ଏବଂ ବନ ବିଭାଗର କର୍ମଚାରୀ ବୁଧବାର ସେହି ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିଥିଲେ। ମାତ୍ର ଅଞ୍ଚଳବାସୀ ଏହି ଘଟଣାକୁ ଅସ୍ବୀକାର କରିଥିଲେ। ଡିଏଫ୍‌ଓ ପ୍ରଦୀପ ଦେବିଦାସ ମିରାଶେ ଏହି ଘଟଣା ଜାଣିବା ପରେ ୩ଟି ଟିମ୍‌ ଗଠନ କରି ସମ୍ପୃକ୍ତ ଅଞ୍ଚଳକୁ ପଠାଇଛନ୍ତି। ଏନେଇ ଡିଏଫ୍‌ଓ ମିରାଶେଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମ୍ପୃକ୍ତ ଅଞ୍ଚଳକୁ ତଦନ୍ତକାରୀ ଟିମ୍‌ ପଠାଯାଇଛି। ତଦନ୍ତ ପରେ ଯଦି ଏହାର ସତ୍ୟତା ଜଣାପଡେ ତେବେ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ନିରାକାରପୁର,୬ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ...

ଅନ୍‌ଲାଇନ୍‌ ଠକେଇ: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଆକାଉଣ୍ଟରୁ ୧୫ ହଜାର ଗାଏବ

କଟକ ଅଫିସ,୧୬।୨: ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଏସ୍‌ଟି ବିଭାଗ ସ୍ନାତକ ତୃତୀୟ ବର୍ଷର ଛାତ୍ର କୈଳାସ ବେହେରା। ତାଙ୍କ ଆକାଉଣ୍ଟରୁ କେହି...

ଆଜି ରାଜ୍ୟରୁ ଆଉ ୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶର,୧୦।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୫୨ ଜଣ କୋଭିଡ଼ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ...

କୋରଡ଼ରୁ ଶୁଆଧରା ଭିଡିିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲା ବନ ବିଭାଗ

ଭୁବନେଶ୍ୱର,୪।୩(ବ୍ୟୁରୋ): କନ୍ଧମାଳ ଜିଲାରେ ଗଛ କୋରଡରୁ ଶୁଆ ଶାବକଙ୍କୁ ଅତି ଅମାନୁଷିକ ଭାବେ ଉଠାଇ ନିଆଯାଉଥିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ...

ବସ୍‌ ମାଲିକଙ୍କୁ ଆକ୍ରମଣ ଘଟଣା:୨ ଗିରଫ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ରବିବାର ବସ୍‌ ମାଲିକ ଆଇଗିଣିଆର ବିମ୍ବାଧର ସୁନ୍ଦରାୟଙ୍କୁ ଗୁଳି ମାଡ଼ କରିବା ସହ ଗୋଡେଇ ଗୋଡେଇ ହାଣିଥିଲେ।...

‘ରାଜ୍ୟରେ ପିଲାଙ୍କୁ ଦିଆଯିବ କରୋନା ଟିକା’

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ସୋମବାର ପରିବାର କଲ୍ୟାଣ ନିର୍ଦ୍ଦେଶକ...

ୱାନ୍‌ମ୍ୟାନ୍‌ ଗ୍ୟାଙ୍ଗ୍‌ ‘ସଞ୍ଜୟ’ ପୁଣି ଗିରଫ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏକା ଚୋରି କରି ‘ୱାନ୍‌ମ୍ୟାନ୍‌ ଗ୍ୟାଙ୍ଗ’ ବନିଥିବା ପେସାଦାର ଚୋର ପୁଣି କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ଚୋରି...

ଜୟ ଜଗନ୍ନାଥ, ରସଗୋଲା ଆମର…

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ପୂର୍ବରୁ ଅନେକ ବିତର୍କ ହୋଇଆସୁଛି। ଗୋଟିଏ ପଟେ ଓଡ଼ିଶାବାସୀ ରସଗୋଲା ଆମର ବୋଲି କହୁଥିବା...

Advertisement
Archives

Model This Week