ଚୋରାଚାଲାଣ ବେଳେ ଆଳୁ ଟ୍ରକ୍ ଜବତ: ୨ ଗିରଫ
ମାଲକାନଗିରି,୨୮ା୩(ଡି.ଏନ୍.ଏ.): ଲକ୍ଡାଉନ୍ର ସୁଯୋଗ ନେଇ ଆଳୁ କଳାବଜାର କରାଯାଉଥିବାବେଳେ ଖାଉଟି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିିତିରେ ନ୍ୟସ୍ତସ୍ବାର୍ଥ ବ୍ୟବସାୟୀ ଆଳୁ ଅନ୍ୟତ୍ର ଚାଲାଣ କରିବା ସମୟରେ ପୋଲିସ ଓ ପ୍ରଶାସନ ଦ୍ୱାରା ଧରାପଡ଼ିଛନ୍ତି। ଶୁକବ୍ରାର ମଧ୍ୟରାତ୍ରରେ ଉପଜିଲାପାଳ ରାମେଶ୍ୱର…
ପଞ୍ଚାୟତର ଗରିବଙ୍କୁ ମିଳିବ ରନ୍ଧାଖାଦ୍ୟ, ପଞ୍ଜୀକୃତ ଉଠାଦୋକାନୀ ପାଇବେ ୩ ହଜାର ଟଙ୍କାର ସହାୟତା
ଭୁବନେଶ୍ୱର,୨୮ା୩(ବ୍ୟୁରୋ)- ମହାମାରୀ କରୋନା ଯୋଗୁ ଲକଡାଉନ ଘୋଷଣା ପରେ ନିମ୍ନଶ୍ରେଣୀର ଗରିବଙ୍କ ମୁଣ୍ଡରେ ଚଡ଼କ ପଶିଯାଇଛି। ଦିନ ମଜୁରିଆ, ଶ୍ରମିକ, ମଜଦୁର ଭଉଣୀଭାଇମାନେ ରୋଜଗାର ନ ପାଇ ଏକରକମ ଭାଙ୍ଗି ପଡ଼ିଛନ୍ତି। ତେବେ ଏମାନଙ୍କ ସୁବିଧା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ…
ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଲେଖାଏ ସହାୟତା ଦେଲେ ଦେବଗଡ଼ ବିଧାୟକ
ଦେବଗଡ଼,୨୮।୩(ଡି.ଏନ୍.ଏ): କରୋନା ମୁକାବିଲା ଲାଗି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ବିଧାୟକ ପାଣିଗ୍ରାହୀ ଏହି ଅର୍ଥ ତାଙ୍କର ପ୍ରାପ୍ୟ ଦରମାରୁ…
କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍ ହଙ୍କସ୍-ସ୍ତ୍ରୀ ରୀଟା
ଓ୍ବାଶିଂଟନ୍,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍ ଅଭିନେତା ଟମ୍ ହଙ୍କସ୍ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ସେମାନଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ସୁସ୍ଥ ହେବାପରେ ସେମାନେ ଆମେରିକାର ଲସ୍…
ଘରେ ରହି ପୂଜାପାଠ କରିବାକୁ ଉପଦେଶ ଦେଲେ ହେମା
ମୁମ୍ବାଇ: କରୋନା ଭାଇରସ ଯୋଗୁ ଏବେ ଦେଶର ପ୍ରତି କୋଣ ଅନୁକୋଣରେ ଲୋକେ ଘରେ ବନ୍ଦ ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲକ୍ଡାଉନ୍ ଘୋଷଣା ପରେ ଲୋକେ ଆଉ ବାହାରକୁ ବାହାରୁ ନାହାନ୍ତି। ଏହି ସମୟରେ ବଲିଉଡ୍ ଡ୍ରିମ୍ଗର୍ଲ ହେମା ମାଳିନୀ କହିଛନ୍ତି…
ଗାଁକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ
ଧମା, ୨୮।୩ (ଡି.ଏନ.ଏ.):କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟରେ ଲକ୍ ଡାଉନ ସାଙ୍ଗକୁ ସଚେତନତା ଆରମ୍ଭ କରାଯାଇଛି। ଏହିକ୍ରମରେ ମାନେଶ୍ୱର ବ୍ଲକ୍ ଡକରା ପଞ୍ଚାୟତର ଭୃଙ୍ଗାପାଲି ଗ୍ରାମବାସୀ ନିଜେ ସଚେତନ ହୋଇ ଗ୍ରାମରେ ବାହାର ଲୋକଙ୍କ ପ୍ରବେଶ ନିଷେଧ କରିଛନ୍ତି…
ଲକ୍ଡାଉନ୍ ସମୟରେ ଫସଲ ଅମଳ କରିପାରିବେ ଚାଷୀ: କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ୍ ଯୋଗୁ ସାରା ଦେଶରେ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ଚାଷୀ ଫସଲ କାର୍ଯ୍ୟ ମଧ୍ୟ କରିପାରୁ ନାହାନ୍ତି। ଏଥିଯୋଗୁ ଫସଲ ନଷ୍ଟ…
କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !
ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏଭଳି ସ୍ଥଳେ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ତେବେ…
ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ
ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍ଡାଉନ୍ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍ର ଭେଟେରାନ କଳାକାର ରିଷି କପୁର ଟୁଇଟର୍ରେ କିଛି ନା କିଛି ଶେୟାର କରୁଥିବା ଦେଖାଯାଇଛି। ଏହି ମାଇକ୍ରୋବ୍ଲଗିଙ୍ଗ ସାଇଟ୍ରେ ରିଷି…
ବ୍ରିଟେନ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ନେବେ ବିଦେଶ ସଚିବ
ଲଣ୍ଡନ,୨୮।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଏବେ କରୋନାରେ ପୀଡିତ। ଶୁକ୍ରବାର ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍ ଆସିବା ପରେ ସେ ସେଲ୍ଫ ଆଇସୋଲେଶନ୍ରେ ରହିଛନ୍ତି। ଏନେଇ ଟୁଇଟ କରି ସେ ସମସ୍ତଙ୍କୁ ଜଣାଇଥିଲେ। ତେବେ ସେ ସୁସ୍ଥ ହେବା ପର୍ଯ୍ୟନ୍ତ…
ଜିଅନ୍ତା ଛେଳିକୁ ମାରି ଖାଇଦେଲେ ବୁଲା କୁକୁର
ଧମା, ୨୮।୩ (ଡି.ଏନ.ଏ.): ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି । ଫଳରେ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ହୋଟେଲ, ଦୋକାନ ବଜାର ବନ୍ଦ ରହଛି। ଏହାଦ୍ୱାରା ବୁଲା ଗୋରୁ ଓ କୁକୁରଙ୍କ…
କରୋନା ଭାଇରସ ଭଳି ହେଲମେଟ୍ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ
ଚେନ୍ନାଇ,୨୮।୩: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ ରାଜ୍ୟରେ ପୋଲିସ ବାହାରକୁ ବାହାରୁଥିବା ଲୋକଙ୍କୁ ଏ ସମ୍ପର୍କରେ ବୁଝାଉଥିବା ବେଳେ ଅନେକ ଲୋକ…
Archives


