Posted inଜାତୀୟ

ମଙ୍ଗଳୟାନ ଉଠାଇଲା ‘ଫାବୋସ୍‌’ ଫଟୋ

ବେଙ୍ଗାଲୁରୁ,୫ା୭ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମଙ୍ଗଳୟାନ(ମାର୍ସ ଅର୍ବିଟର ମିଶନ)ରେ ଥିବା ମାର୍ସ କଲର କ୍ୟାମେରା (ଏମ୍‌ସିସି) ମଙ୍ଗଳ ଗ୍ରହର ବୃହତ୍ତମ ଚନ୍ଦ୍ର ‘ଫୋବୋସ୍‌’ର ଛବି ଉତ୍ତୋଳନ କରିଛି। ଏହି ଫଟୋ ଗତ ୧ ତାରିଖରେ ଉଠାଯାଇଥିଲା, ଯେତେବେଳେ ମଙ୍ଗଳୟାନ ମଙ୍ଗଳ ଗ୍ରହଠାରୁ ୭,୨୦୦ କିଲୋମିଟର ଏବଂ ଫୋବୋସ୍‌ ଠାରୁ ପ୍ରାୟ ୪,୨୦୦ କିଲୋମିଟର ଦୂରରେ ଥିଲା। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଏହି ଫଟୋର ଅନ୍ତରୀକ୍ଷ ସମ୍ବନ୍ଧୀୟ ରିଜୋଲ୍ୟୁଶନ ହେଉଛି ୨୧୦ଏମ୍‌। ଏହା ୬ଟି ଏମ୍‌ସିସି ଫ୍ରେମ୍‌ରୁ ନିଆଯାଇଥିବା ଏକ ମିଶ୍ରିତ ଛବି ଏବଂ ଏହାର ରଙ୍ଗ ସଂଶୋଧିତ କରାଯାଇଛି।
ଫୋବୋସ୍‌ ମୁଖ୍ୟତଃ ଅଙ୍ଗାରକାମ୍ଳମୟ ପଥୁରିଆ ଉଲ୍‌କାପିଣ୍ଡ ଦ୍ୱାରା ଗଠିତ ବୋଲି ବିଶ୍ୱାସ କରାଯାଏ। ଇସ୍ରୋ ଅନୁଯାୟୀ, ଫୋବୋସ୍‌ ଅତୀତରେ ଏକ ବଡ଼ଧରଣର ଧକ୍କାକୁ ସାମ୍ନା କରିଛି। ଫଳରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି। ଏହାର ନଁା ରହିଛି ଷ୍ଟିକ୍‌ନେ। ଏହା ଫୋବୋସ୍‌ର ସବୁଠୁ ବଡ଼ ଗର୍ତ୍ତ, ଯାହାର ବ୍ୟାସ ହେଉଛି ୯ କିଲୋମିଟର। ଏହା ଫଟୋରେ ସ୍ପଷ୍ଟ ଦେଖାଯାଉଛି। ଅନ୍ୟ ଗର୍ତ୍ତଗୁଡିକ ତଥା ସ୍ଲୋଭସ୍କି, ରୋଚେ ଏବଂ ଗ୍ରିଲ୍‌ଡ୍ରିଗ୍‌ ମଧ୍ୟ ଫଟୋରେ ଦେଖିବାକୁ ମିଳୁଛି।
ମଙ୍ଗଳୟାନ ମାତ୍ର ୬ ମାସ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଥମେ ଜଣାପଡ଼ିଥିଲା। କିନ୍ତୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ, ବହୁ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବା ପାଇଁ ଏହା ପାଖରେ ପର୍ଯ୍ୟାପ୍ତ ଇନ୍ଧନ ଅଛି। ୨୪ ସେପ୍ଟେମ୍ବର ୨୦୧୪ରେ, ଭାରତ ସଫଳତାର ସହିତ ମଙ୍ଗଳୟାନକୁ ଲାଲ ଗ୍ରହ ମଙ୍ଗଳର କକ୍ଷପଥରେ ସ୍ଥାପିତ କଲା। ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ କରାଯାଇଥିଲା। ଫଳରେ ପୂର୍ବରୁ ଏଭଳି ସଫଳତା ହାସଲ କରିଥିବା ଦେଶଗୁଡ଼ିକର ଇଲାଇଟ୍‌ କ୍ଲବ୍‌ରେ ଭାରତ ସାମିଲ ହୋଇପାରିଥିଲା। ଇସ୍ରୋ ଏହାକୁ ୫ ନଭେମ୍ବର ୨୦୧୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଉତ୍‌କ୍ଷେପଣ କେନ୍ଦ୍ରରୁୁ ପିଏସ୍‌ଏଲ୍‌ଭି ରକେଟ ମାଧ୍ୟମରେ ପ୍ରେରଣ କରିଥିଲା। ଏହି ମିଶନ ବାବଦରେ ଖର୍ଚ୍ଚ ହୋଇଛି ୪୫୦ କୋଟି ଟଙ୍କା। ମଙ୍ଗଳୟାନର ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହର ଉପରିଭାଗ(ପୃଷ୍ଠ) ଏବଂ କେଉଁସବୁ ଖଣିଜ ପଦାର୍ଥକୁ ନେଇ ଏହା ଗଠିତ ହୋଇଛି ସେ ସସମ୍ପର୍କରେ ଅଧ୍ୟୟନ କରିବା। ଏହାସହିତ ସେଠାକାର ବାୟୁମଣ୍ଡଳରେ ମିଥେନ୍‌(ମଙ୍ଗଳ ଗ୍ରହରେ ଜୀବନର ଏକ ସୂଚକ) ସମ୍ପର୍କରେ ମଧ୍ୟ ଏହା ଯାଞ୍ଚ କରୁଛି। ସୂଚନାଥାଉ କି, ମଙ୍ଗଳୟାନରେ ପାଞ୍ଚଟି ବୈଜ୍ଞାନିକ ଉପକରଣ ରହିଛି। ସେଗୁଡ଼ିକ ହେଲା ଲାଇମ୍ୟାନ ଆଲଫ୍‌ା ଫୋଟୋମିଟର (ଏଲ୍‌ଏପି), ମିଥେନ୍‌ ସେନସର୍‌ ଫର୍‌ ମାର୍ସ (ଏମ୍‌ଏସ୍‌ଏମ୍‌), ମାର୍ସ ଏକ୍ସୋଫେରିକ ନ୍ୟୁଟ୍ରାଲ କମ୍ପୋଜିଶନ ଆନାଲାଇଜର (ଏମ୍‌ଇଏନ୍‌ସିଏ), ମାର୍ସ କଲର କ୍ୟାମେରା (ଏମ୍‌ସିସି) ଏବଂ ଥର୍ମାଲ ଇନ୍‌ଫ୍ରାରେଡ୍‌ ଇମେଜିଂ ସ୍ପେକ୍ଟ୍ରୋମିଟର(ଟିଆଇଏସ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ରେଲୱେ କୋଚରେ ରେସ୍ତୋରାଁ

ନାଗପୁର,୬ ।୨: ମହାରାଷ୍ଟ୍ର ନାଗପୁର ରେଲୱେ ଷ୍ଟେଶନ ବାହାରେ ନାଗପୁର ଡିଭିଜନର ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଖୋଲାଯାଇଛି ‘ରେଷ୍ଟୁରାଣ୍ଟ ଅନ୍ ହ୍ୱିଲ୍ସ’ । ଟେଣ୍ଡର ମାଧ୍ୟମରେ...

କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ପରଲୋକ

ଭୋପାଳ,୨୧।୧୨: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କର ଶନିବାର ସକାଳେ ପରଲୋକ ହୋଇଛି। ଭୋପାଳରେ ଚିକିତ୍ସିତ ହେଉଥିବା ସମୟରେ ୬୧...

ଡ୍ରୋନ୍‌ ଦ୍ୱାରା ହୋଇଛି ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲେ ଜମ୍ମୁ-କଶ୍ମୀର ଡିଜିପି…

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ରହିଛି। ଏସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପି ଦିଲ୍‌ ବାଗ୍‌ ସିଂ ସୂଚନା...

ଆମରଣ ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା କ୍ରାଇମ୍‌...

ସରକାରଙ୍କ ୧୮ ମାସ ସ୍ଥଗିତ ରଖିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ କୃଷକ ସଂଘ

ନୂଆଦିଲ୍ଲୀ,୨୧।୧: ୩ ନୂଆ ଚାଷୀ ଆଇନର କାର୍ଯ୍ୟକାରିତାକୁ ୧୮ ମାସ ପାଇଁ ସ୍ଥଗିତ ରଖିବାକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗୁରୁବାର ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଦୋଳନରତ...

୨୫ ବର୍ଷ ପରେ ଭାରତରେ ଇଣ୍ଟରପୋଲ ମହାସଭା, ମୋଦି କରିବେ ଉଦ୍‌ଘାଟନ, ପାକ ସମେତ ୧୯୫ ଦେଶ ହେବେ ସାମିଲ

ନୂଆଦିଲ୍ଲୀ,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ୯୦ତମ ଇଣ୍ଟରପୋଲ ମହାସଭାର ଉଦ୍‌ଘାଟନ କରିବେ । ଏହାପରେ ମୋଦି ମହାସଭାରେ...

ଏଏପିରେ ମିଶିଲେ ୨ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୪ା୧(ପି.ଟି.)- ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଏଏପି ନିଜ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ସୋମବାର ୨ କଂଗ୍ରେସ ନେତା ରାମ୍‌ ସିଂ ନେତାଜୀ...

ଜାହାଙ୍ଗୀରପୁରୀ ହିଂସା: ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୮।୪: ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୋନୁ ଶେଖ୍‌ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ଷ୍ଟାଫ୍‌...

Advertisement
Archives

Model This Week