Posted inଜାତୀୟ

ମଙ୍ଗଳୟାନ ଉଠାଇଲା ‘ଫାବୋସ୍‌’ ଫଟୋ

ବେଙ୍ଗାଲୁରୁ,୫ା୭ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମଙ୍ଗଳୟାନ(ମାର୍ସ ଅର୍ବିଟର ମିଶନ)ରେ ଥିବା ମାର୍ସ କଲର କ୍ୟାମେରା (ଏମ୍‌ସିସି) ମଙ୍ଗଳ ଗ୍ରହର ବୃହତ୍ତମ ଚନ୍ଦ୍ର ‘ଫୋବୋସ୍‌’ର ଛବି ଉତ୍ତୋଳନ କରିଛି। ଏହି ଫଟୋ ଗତ ୧ ତାରିଖରେ ଉଠାଯାଇଥିଲା, ଯେତେବେଳେ ମଙ୍ଗଳୟାନ ମଙ୍ଗଳ ଗ୍ରହଠାରୁ ୭,୨୦୦ କିଲୋମିଟର ଏବଂ ଫୋବୋସ୍‌ ଠାରୁ ପ୍ରାୟ ୪,୨୦୦ କିଲୋମିଟର ଦୂରରେ ଥିଲା। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଏହି ଫଟୋର ଅନ୍ତରୀକ୍ଷ ସମ୍ବନ୍ଧୀୟ ରିଜୋଲ୍ୟୁଶନ ହେଉଛି ୨୧୦ଏମ୍‌। ଏହା ୬ଟି ଏମ୍‌ସିସି ଫ୍ରେମ୍‌ରୁ ନିଆଯାଇଥିବା ଏକ ମିଶ୍ରିତ ଛବି ଏବଂ ଏହାର ରଙ୍ଗ ସଂଶୋଧିତ କରାଯାଇଛି।
ଫୋବୋସ୍‌ ମୁଖ୍ୟତଃ ଅଙ୍ଗାରକାମ୍ଳମୟ ପଥୁରିଆ ଉଲ୍‌କାପିଣ୍ଡ ଦ୍ୱାରା ଗଠିତ ବୋଲି ବିଶ୍ୱାସ କରାଯାଏ। ଇସ୍ରୋ ଅନୁଯାୟୀ, ଫୋବୋସ୍‌ ଅତୀତରେ ଏକ ବଡ଼ଧରଣର ଧକ୍କାକୁ ସାମ୍ନା କରିଛି। ଫଳରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି। ଏହାର ନଁା ରହିଛି ଷ୍ଟିକ୍‌ନେ। ଏହା ଫୋବୋସ୍‌ର ସବୁଠୁ ବଡ଼ ଗର୍ତ୍ତ, ଯାହାର ବ୍ୟାସ ହେଉଛି ୯ କିଲୋମିଟର। ଏହା ଫଟୋରେ ସ୍ପଷ୍ଟ ଦେଖାଯାଉଛି। ଅନ୍ୟ ଗର୍ତ୍ତଗୁଡିକ ତଥା ସ୍ଲୋଭସ୍କି, ରୋଚେ ଏବଂ ଗ୍ରିଲ୍‌ଡ୍ରିଗ୍‌ ମଧ୍ୟ ଫଟୋରେ ଦେଖିବାକୁ ମିଳୁଛି।
ମଙ୍ଗଳୟାନ ମାତ୍ର ୬ ମାସ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଥମେ ଜଣାପଡ଼ିଥିଲା। କିନ୍ତୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ, ବହୁ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବା ପାଇଁ ଏହା ପାଖରେ ପର୍ଯ୍ୟାପ୍ତ ଇନ୍ଧନ ଅଛି। ୨୪ ସେପ୍ଟେମ୍ବର ୨୦୧୪ରେ, ଭାରତ ସଫଳତାର ସହିତ ମଙ୍ଗଳୟାନକୁ ଲାଲ ଗ୍ରହ ମଙ୍ଗଳର କକ୍ଷପଥରେ ସ୍ଥାପିତ କଲା। ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ କରାଯାଇଥିଲା। ଫଳରେ ପୂର୍ବରୁ ଏଭଳି ସଫଳତା ହାସଲ କରିଥିବା ଦେଶଗୁଡ଼ିକର ଇଲାଇଟ୍‌ କ୍ଲବ୍‌ରେ ଭାରତ ସାମିଲ ହୋଇପାରିଥିଲା। ଇସ୍ରୋ ଏହାକୁ ୫ ନଭେମ୍ବର ୨୦୧୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଉତ୍‌କ୍ଷେପଣ କେନ୍ଦ୍ରରୁୁ ପିଏସ୍‌ଏଲ୍‌ଭି ରକେଟ ମାଧ୍ୟମରେ ପ୍ରେରଣ କରିଥିଲା। ଏହି ମିଶନ ବାବଦରେ ଖର୍ଚ୍ଚ ହୋଇଛି ୪୫୦ କୋଟି ଟଙ୍କା। ମଙ୍ଗଳୟାନର ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହର ଉପରିଭାଗ(ପୃଷ୍ଠ) ଏବଂ କେଉଁସବୁ ଖଣିଜ ପଦାର୍ଥକୁ ନେଇ ଏହା ଗଠିତ ହୋଇଛି ସେ ସସମ୍ପର୍କରେ ଅଧ୍ୟୟନ କରିବା। ଏହାସହିତ ସେଠାକାର ବାୟୁମଣ୍ଡଳରେ ମିଥେନ୍‌(ମଙ୍ଗଳ ଗ୍ରହରେ ଜୀବନର ଏକ ସୂଚକ) ସମ୍ପର୍କରେ ମଧ୍ୟ ଏହା ଯାଞ୍ଚ କରୁଛି। ସୂଚନାଥାଉ କି, ମଙ୍ଗଳୟାନରେ ପାଞ୍ଚଟି ବୈଜ୍ଞାନିକ ଉପକରଣ ରହିଛି। ସେଗୁଡ଼ିକ ହେଲା ଲାଇମ୍ୟାନ ଆଲଫ୍‌ା ଫୋଟୋମିଟର (ଏଲ୍‌ଏପି), ମିଥେନ୍‌ ସେନସର୍‌ ଫର୍‌ ମାର୍ସ (ଏମ୍‌ଏସ୍‌ଏମ୍‌), ମାର୍ସ ଏକ୍ସୋଫେରିକ ନ୍ୟୁଟ୍ରାଲ କମ୍ପୋଜିଶନ ଆନାଲାଇଜର (ଏମ୍‌ଇଏନ୍‌ସିଏ), ମାର୍ସ କଲର କ୍ୟାମେରା (ଏମ୍‌ସିସି) ଏବଂ ଥର୍ମାଲ ଇନ୍‌ଫ୍ରାରେଡ୍‌ ଇମେଜିଂ ସ୍ପେକ୍ଟ୍ରୋମିଟର(ଟିଆଇଏସ୍‌)।


Enter your email to get our daily news in your inbox.

All Right Reserved By Dharitri.Com

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri