କରୋନା ସଂକ୍ରମଣ ବଳୟରେ କଟକର ହସ୍ପିଟାଲ, ବସ୍ତି: ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା

କଟକ ଅଫିସ୍‌,୫।୭: କଟକ ଜିଲାରେ ପ୍ରଥମେ ବିଭିନ୍ନ ହସ୍ପିଟାଲ ଓ ଏବେ ବସ୍ତିରେ କରୋନା ଭୂତାଣୁର ସଂକ୍ରମଣ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଏସ୍‌ସିବି ଆଇସୋଲେଶନ ଓ ଅନ୍ୟ ବିଭାଗ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ଓ ଚାଉଳିଆଗଞ୍ଜସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପୂର୍ବରୁ ସିଟି ହସ୍ପିଟାଲରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଗତ ଗୁରୁବାର ଗୋଟିଏ ଦିନରେ ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନରୁ ୫୫ ଜଣ ପଜିଟିଭ ବାହାରିବା ପରେ ଏହାର ସ୍ଥିତି ସଙ୍ଗୀନ ରହିଛି। ଶନିବାର ପୁଣି ଏଠାରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେଶନ ଓ୍ବାର୍ଡରୁ ୬ ଓ ନ୍ୟୁରୋସର୍ଜରି ଓ୍ବାର୍ଡରୁ ଜଣେ କର୍ମଚାରୀ ପଜିଟିଭ୍‌ ବାହାରିଛନ୍ତି। ସ୍ଥିତି ଏପରି ହୋଇଛି ଯେ ବାଧ୍ୟହୋଇ ସିଏମ୍‌ସି ସହରକୁ ୮ ତାରିଖ ଯାଏ ଶଟ୍‌ଡାଉନ କରିଛି।

ଅନ୍ୟପକ୍ଷରେ କଟକ ମାଳିସାହି ବସ୍ତି ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ପାଇଁ ବାହାର ଅଞ୍ଚଳରୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଠାରୁ କେହି ବାହାରକୁ ମଧ୍ୟ ଯାଇପାରିବେ ନାହିଁ। ଦକ୍ଷିଣରେ ହେମନ୍ତ ରାଉତଙ୍କ ଘରଠାରୁ ଉତ୍ତରରେ ତୁଳା ମିଶ୍ରଙ୍କ ଘର, ପଶ୍ଚିମରେ ଚମ୍ପାଦେଇ ମନ୍ଦିର ଓ ପୂର୍ବରେ ହନୁ ପାଲ୍‌ଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ସାଧାରଣ ଲୋକଙ୍କ ଚଳପ୍ରଚଳ, ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିବ। ଶଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଔଷଧ ଓ ମେଡିକାଲ୍‌ ସହାୟତା ଯୋଗାଇ ଦେବା ପାଇଁ ସିଏମ୍‌ସି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ସିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ପରିମଳ ନିରୀକ୍ଷକ ବିଜୟ ପାତ୍ରଙ୍କୁ ପରିମଳ, ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ପ୍ରଦୀପ ସାହା, ୱାର୍ଡ ଅଫିସର୍‌ ଚିତ୍ତରଞ୍ଜନ ପରିଡ଼ାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଲଳିତ ଦ୍ୱିବେଦୀ, ଫାର୍ମାସିଷ୍ଟ ବିପ୍ଲବ ସ୍ବାଇଁଙ୍କୁ ମେଡିକାଲ ସହାୟତା ପାଇଁ ଦାୟିତ୍ୱ ଦିଆଯାଇଛି।

ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା ସଂକ୍ରମଣ
ମାଳିସାହି ବସ୍ତିରୁ ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ କାହାରି ହେଲେ ଗସ୍ତ ସୂଚୀ ନାହିଁ। ସମସ୍ତେ ସ୍ଥାନୀୟ ଆକ୍ରାନ୍ତ। ଏହି ବସ୍ତିର ଜଣେ ବ୍ୟକ୍ତି ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନରେ କାର୍ଯ୍ୟ କରୁଛନ୍ତି। ସେ ସେଠାରେ ଆକ୍ରାନ୍ତ ହୋଇଥିଲେ। ଏଣୁ ସେ ରହୁଥିବା ମାଳିସାହିରେ କଣ୍ଟାକ୍ଟ ଟ୍ରେସିଂ ସହ ଅଞ୍ଚଳବାସୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ପରୀକ୍ଷା ପରେ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରୁ ୪ ଜଣ ସମ୍ପୃକ୍ତ ଆକ୍ରାନ୍ତଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଥିଲେ। କିନ୍ତୁ ଅନ୍ୟ ୯ ଜଣ କିପରି ଆକ୍ରାନ୍ତ ହେଲେ, ତାହାର କାରଣ ଖୋଜି ପାଉନି ପ୍ରଶାସନ। ବସ୍ତିରୁ ଆହୁରି ଅଧିକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri