କରୋନା ସଂକ୍ରମଣ ବଳୟରେ କଟକର ହସ୍ପିଟାଲ, ବସ୍ତି: ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା

କଟକ ଅଫିସ୍‌,୫।୭: କଟକ ଜିଲାରେ ପ୍ରଥମେ ବିଭିନ୍ନ ହସ୍ପିଟାଲ ଓ ଏବେ ବସ୍ତିରେ କରୋନା ଭୂତାଣୁର ସଂକ୍ରମଣ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଏସ୍‌ସିବି ଆଇସୋଲେଶନ ଓ ଅନ୍ୟ ବିଭାଗ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ଓ ଚାଉଳିଆଗଞ୍ଜସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସଂଖ୍ୟାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପୂର୍ବରୁ ସିଟି ହସ୍ପିଟାଲରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଗତ ଗୁରୁବାର ଗୋଟିଏ ଦିନରେ ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନରୁ ୫୫ ଜଣ ପଜିଟିଭ ବାହାରିବା ପରେ ଏହାର ସ୍ଥିତି ସଙ୍ଗୀନ ରହିଛି। ଶନିବାର ପୁଣି ଏଠାରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେଶନ ଓ୍ବାର୍ଡରୁ ୬ ଓ ନ୍ୟୁରୋସର୍ଜରି ଓ୍ବାର୍ଡରୁ ଜଣେ କର୍ମଚାରୀ ପଜିଟିଭ୍‌ ବାହାରିଛନ୍ତି। ସ୍ଥିତି ଏପରି ହୋଇଛି ଯେ ବାଧ୍ୟହୋଇ ସିଏମ୍‌ସି ସହରକୁ ୮ ତାରିଖ ଯାଏ ଶଟ୍‌ଡାଉନ କରିଛି।

ଅନ୍ୟପକ୍ଷରେ କଟକ ମାଳିସାହି ବସ୍ତି ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନେମଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ପାଇଁ ବାହାର ଅଞ୍ଚଳରୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଠାରୁ କେହି ବାହାରକୁ ମଧ୍ୟ ଯାଇପାରିବେ ନାହିଁ। ଦକ୍ଷିଣରେ ହେମନ୍ତ ରାଉତଙ୍କ ଘରଠାରୁ ଉତ୍ତରରେ ତୁଳା ମିଶ୍ରଙ୍କ ଘର, ପଶ୍ଚିମରେ ଚମ୍ପାଦେଇ ମନ୍ଦିର ଓ ପୂର୍ବରେ ହନୁ ପାଲ୍‌ଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ସାଧାରଣ ଲୋକଙ୍କ ଚଳପ୍ରଚଳ, ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିବ। ଶଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଔଷଧ ଓ ମେଡିକାଲ୍‌ ସହାୟତା ଯୋଗାଇ ଦେବା ପାଇଁ ସିଏମ୍‌ସି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ସିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ପରିମଳ ନିରୀକ୍ଷକ ବିଜୟ ପାତ୍ରଙ୍କୁ ପରିମଳ, ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ପ୍ରଦୀପ ସାହା, ୱାର୍ଡ ଅଫିସର୍‌ ଚିତ୍ତରଞ୍ଜନ ପରିଡ଼ାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଲଳିତ ଦ୍ୱିବେଦୀ, ଫାର୍ମାସିଷ୍ଟ ବିପ୍ଲବ ସ୍ବାଇଁଙ୍କୁ ମେଡିକାଲ ସହାୟତା ପାଇଁ ଦାୟିତ୍ୱ ଦିଆଯାଇଛି।

ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା ସଂକ୍ରମଣ
ମାଳିସାହି ବସ୍ତିରୁ ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ କାହାରି ହେଲେ ଗସ୍ତ ସୂଚୀ ନାହିଁ। ସମସ୍ତେ ସ୍ଥାନୀୟ ଆକ୍ରାନ୍ତ। ଏହି ବସ୍ତିର ଜଣେ ବ୍ୟକ୍ତି ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନରେ କାର୍ଯ୍ୟ କରୁଛନ୍ତି। ସେ ସେଠାରେ ଆକ୍ରାନ୍ତ ହୋଇଥିଲେ। ଏଣୁ ସେ ରହୁଥିବା ମାଳିସାହିରେ କଣ୍ଟାକ୍ଟ ଟ୍ରେସିଂ ସହ ଅଞ୍ଚଳବାସୀଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ପରୀକ୍ଷା ପରେ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରୁ ୪ ଜଣ ସମ୍ପୃକ୍ତ ଆକ୍ରାନ୍ତଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଥିଲେ। କିନ୍ତୁ ଅନ୍ୟ ୯ ଜଣ କିପରି ଆକ୍ରାନ୍ତ ହେଲେ, ତାହାର କାରଣ ଖୋଜି ପାଉନି ପ୍ରଶାସନ। ବସ୍ତିରୁ ଆହୁରି ଅଧିକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri