Posted inଜାତୀୟ

ମାଟିରେ ମିଶିଲା ଗ୍ୟାଙ୍ଗ୍‌ଷ୍ଟର ବିକାଶଙ୍କ ଘର

ଲକ୍ଷ୍ନୌ,୫ା୭(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ଜେସିବି ଲଗାଇ ତାଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଛି। ଏହି ମାମଲାରେ ଚୌବେପୁର ଥାନାର ଷ୍ଟେଶନ ଅଫିସର ଏସ୍‌ଓ ବିନୟ ତିଓ୍ବାରୀଙ୍କୁ ନିଲମ୍ବନ କରାଯାଇଛି। ବିନୟଙ୍କ ସମେତ କେତେଜଣ କର୍ମଚାରୀ ପୋଲିସର ଚଢ଼ାଉ ସମ୍ପର୍କରେ ବିକାଶଙ୍କୁ ଆଗୁଆ ସୂଚନା ଦେଇଥିବାରୁ ଅପରାଧୀମାନେ ଏତେବଡ଼ କାଣ୍ଡ ଭିଆଇବାରେ ସକ୍ଷମ ହେଲେ ବୋଲି କଲ୍‌ ଡିଟେଲ୍ସରୁ ଜଣାପଡ଼ିଛି ।
କାନପୁର ସ୍ଥିତ ବିକ୍‌ରୁ ଗ୍ରାମରେ ଶୁକ୍ରବାର ଭୋର ସମୟରେ ଘଟିଥିବା କାଣ୍ଡ ସାରା ଦେଶକୁ ଚକିତ କରିଦେଇଛି। ବିକାଶଙ୍କୁ ଧରିବାକୁ ଯାଇଥିବା ଡିଏସ୍‌ପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ପୋଲିସ କର୍ମଚାରୀଙ୍କ ଜୀବନ ଅପରାଧୀଙ୍କ ଅତର୍କିତ ଆକ୍ରମଣରେ ଚାଲିଯିବା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିକାଶଙ୍କୁ ଧରିବା ପାଇଁ ୨୫ଟି ପୋଲିସ ଟିମ୍‌ ଗଠନ କରାଯାଇଛି। ତାଙ୍କୁ ଧରାଇଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଘରେ ଅପରାଧୀମାନେ ଆଶ୍ରୟ ନେଉଥିଲେ। ସେଠାରେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିବା ସନ୍ଦେହରେ ପୋଲିସ ପକ୍ଷରୁ ଜେସିବି ମେଶିନ ଜରିଆରେ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। ପୋଲିସର ରାସ୍ତା ଅବରୋଧ ପାଇଁ ଉକ୍ତ ଜେସିବି ବ୍ୟବହାର କରାଯାଇଥିଲା। ଗାଁ ଲୋକଙ୍କ ମତରେ ଏହି ନୂଆଘରକୁ ବିକାଶ ୭ ବର୍ଷ ତଳେ ନିର୍ମାଣ କରିଥିଲେ। ଉକ୍ତ ଘରର ମୁଖ୍ୟ ପ୍ରବେଶପଥ ବ୍ୟତୀତ ଅନ୍ୟ ୪ଟି ଏଣ୍ଟ୍ରି ଗେଟ୍‌ ଥିଲା। ମୁଖ୍ୟ ପ୍ରବେଶପଥରୁ ୮୦ ମିଟର ଦୂରରେ ୪ଟି ବିଳାସପୂର୍ଣ୍ଣ ରୁମ୍‌ ଥିଲା, ଯେଉଁଠି ବିକାଶ ରହୁଥିଲେ।
ଅନ୍ୟପକ୍ଷରେ ପୋଲିସ ଉପରେ ହୋଇଥିବା ଆକ୍ରମଣରେ ଚୌବେପୁର ଷ୍ଟେଶନ ଅଫିସର ବିନୟ ତିଓ୍ବାରୀଙ୍କ ଭୂମିକା ସ୍କାନରକୁ ଆସିଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହାସହ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ବିନୟଙ୍କ ଦୋଷ ପ୍ରମାଣିତ ହେଲେ ତାଙ୍କୁ ବହିଷ୍କାର କରାଯିବ ବୋଲି ଆଇଜି ମୋହିତ ଅଗ୍ରଓ୍ବାଲ କହିଛନ୍ତି।
‘ପୁଅକୁ ଗୁଳିକରି ମାରିଦିଅ’

ମୋ ପୁଅ ଅପରାଧ କରିଛି। ତାକୁ ଯେଉଁଠି ଦେଖୁଛ ଏନ୍‌କାଉଣ୍ଟର କରି ମାରିଦିଅ। ଶନିବାର ପୋଲିସକୁ ଏପରି କହିଛନ୍ତି କାନ୍‌ପୁରର ହିଷ୍ଟ୍ରି-ଶିଟର ବିକାଶ ଦୁବେଙ୍କ କ୍ଷୁବ୍ଧ ମା’ ଶାରଳା ଦୁବେ।
୮ ପୋଲିସ ଅଧିକାରୀଙ୍କୁ ହତ୍ୟା କରିବା ପରେ ବିକାଶ ନେପାଳକୁ ଫେରାର ହୋଇଯାଇଥିବା କିମ୍ବା ଉତ୍ତରପ୍ରଦେଶର ଏକ ପଡ଼ୋଶୀ ରାଜ୍ୟରେ ଆଶ୍ରୟ ନେଇଥିବା ସନ୍ଦେହ କରାଯାଉଛି। ଏନେଇ ତାଙ୍କ ମା’ ଶାରଳା କୋଧିତ ହୋଇ କହିଛନ୍ତି, ଘଟଣା ସମ୍ପର୍କରେ ଲୋକଙ୍କଠାରୁ ସେ ଜାଣିବାକୁ ପାଇଲେ। ଟିଭିରେ ମଧ୍ୟ ଦେଖିଲେ। ଅନ୍ୟମାନଙ୍କୁ ଏତେ କଷ୍ଟ ଦେଇଥିବା ବିକାଶଙ୍କୁ ପାପର ଫଳ ଭୋଗିବାକୁ ପଡ଼ିବ। ସେ ପୋଲିସ ନିକଟରେ ଆମତ୍ସମର୍ପଣ କରିବା ଉଚିତ। ନ ହେଲେ ତାଙ୍କୁ ଯେଉଁଠି ପାଉଛ ଗୁଳି କରି ମାରିଦିଅ ବୋଲି ସେ କହିଛନ୍ତି। ବିକାଶଙ୍କ ବାପା ରାମ କୁମାର ଦୁବେ ମଧ୍ୟ ଅସହାୟତା ପ୍ରକାଶ କରିବା ସହ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୮ ସୁଦ୍ଧା ପୃଥିବୀର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ…

ନୂଆଦିଲ୍ଲୀ,୧୬।୧୦ : ଆସନ୍ତା ୨୦୨୮ ବର୍ଷ ବେଳକୁ ଭାରତ ଜର୍ମାନୀ ଏବଂ ଜାପାନକୁ ଅତିକ୍ରମ କରି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ। ଅନ୍ତର୍ଜାତୀୟ ମୁଦ୍ରା...

ଉତ୍ତରପ୍ରଦେଶରେ ଆଇନ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ,୩।୭: ଉତ୍ତରପ୍ରଦେଶ ମିରଟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ୨୧ ବର୍ଷୀୟ ଜଣେ ଆଇନ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଅଖାରେ ଭରି...

ଗଣେଶ ଭକ୍ତଙ୍କୁ ଚାଲାଣ ଡର

ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ...

ମାତ୍ର ୨୨ ବର୍ଷର ଝିଅକୁ ଡରିଗଲେ ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୧୫ ।୨: ପୋଲିସ ଟୁଲକିଟ ମାମଲାରେ ୨୨ ବର୍ଷିୟା ସାମାଜିକ କର୍ମୀ ଦିଶା ରବିଙ୍କୁ ଗିରଫ କରିଛି । ଏବେ ଏହାକୁ କୃଷକ ଓ କଂଗ୍ରେସ...

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଡିନରର ଆୟୋଜନ କରିବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି...

ଆଲିଗଡ ବଳାତ୍କାର ଘଟଣାକୁ ‘ଭୟାନକ’ କହିଲେ ରାହୁଲ

ଲକ୍ଷ୍ନୌ, ୭।୬: ଉତ୍ତର ପ୍ରଦେଶର ଆଲିଗଡରେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣାକୁ ‘ଭୟାନକ’ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।...

ଚମ୍ପାଓ୍ବତ୍‌ ଆସନରୁ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ୍‌,୪।୪: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାଓ୍ବତ୍‌ ଆସନରୁ ଉପନିର୍ବାଚନ ଲଢ଼ିପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସେ ଦିଦିହାଟ ଆସନରୁ ଲଢ଼ିବା ନେଇ...

ଗେହଲଟ-ରାଜକୁମାରଙ୍କୁ ମିଳିଲା ସିସୋଡିଆଙ୍କ ବିଭାଗ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି। ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ...

Advertisement
Archives

Model This Week