ଆଇପିଏସ୍‌ ଅଫିସରଙ୍କୁ ଠକିଦେଲେ ବିଲ୍ଡର: ଘର ଦେବାକୁ କହି ନେଇଗଲେ ୩ଲକ୍ଷ

ଭୁବନେଶ୍ୱର,୫ା୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜମି ଓ ଘର କିଣାବିକାକୁ ନେଇ ବଡ଼ ବଡ଼ ଠକେଇ ହୋଇଛି। କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଅଭିଯୋଗର ଲମ୍ବା ତାଲିକା ଗଡୁଛି। ଅଧିକାଂଶ ଥାନାର ପୋଲିସକୁ ହାତବାରିସ କରି ବିଲ୍ଡରମାନେ ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିନେଉଛନ୍ତି। ଶହଶହ ଏକର ଜମି ଜବରଦଖଲ କରୁଛନ୍ତି। ଏବେ ଖୋଦ୍‌ ପୋଲିସ ଠକେଇର ଶିକାର ହୋଇଛି। ଜଣେ ଆଇପିଏସ୍‌ ଅଫିସର ଭୁବନେଶ୍ୱରରେ ଘରଟିଏ ପାଇବା ଆଶାରେ ୩ ଲକ୍ଷ ହରାଇଛନ୍ତି। ସାଧାରଣ ଅଭିଯୋଗକୁ ଗ୍ରହଣ କରିବାକୁ କୁନ୍ଥୁକୁନ୍ଥୁ ହେଉଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସ ବଡ଼ବାବୁଙ୍କ ଅଭିଯୋଗ ପାଇବା ପରେ ତତ୍ପର ହୋଇପଡିଛି। ବିଲ୍ଡର ରାଜେଶ ଅମ୍ବାନୀ ଓ ଅନ୍ୟ କେତେଜଣଙ୍କ ନାମରେ ଆଇପିସି ଦଫା ୪୧୯, ୪୨୦, ୫୦୬ ଓ ୩୪ରେ ମାମଲା (ନଂ.୨୨୮/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଠକେଇ ଫାଶରେ ଫସିଥିବା ଆଇପିଏସ୍‌ ଅଫିସର ହେଲେ ୧୯୮୮ ବ୍ୟାଚ୍‌ର ରବି କାନ୍ତ। ସେ ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ସ୍ପେଶାଲ ରେସିଡେଣ୍ଟ କମିଶନର ଅଫିସ୍‌ରେ ରେସିଡେଣ୍ଟ କମିଶନର ଭାବେ ଅବସ୍ଥାପିତ ଅଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀରେ ବିଲ୍ଡର ରାଜେଶ ଅମ୍ବାନୀଙ୍କ ସହ ଫୋନ୍‌ରେ ତାଙ୍କର ଯୋଗାଯୋଗ ହୋଇଥିଲା। ସାରା ଦେଶରେ ତାଙ୍କର ଗ୍ୟାସ୍‌ ଏଜେନ୍ସି ଥିବା ସହ ଅନେକ ବଡ଼ ବଡ଼ ଘର ଓ ଜମି ପ୍ରୋଜେକ୍ଟ କାମ ଚାଲିଥିବା କହି ରାଜେଶ ପ୍ରଥମେ ବିଶ୍ୱାସ ଜନ୍ମାଇଥିଲେ। ଭୁବନେଶ୍ୱରରେ ଏକାଧିକ ପ୍ରୋଜେକ୍ଟ କରି ଲୋକଙ୍କୁ ଯୋଗାଇଥିବା ଶୁଣି ନିଜ ପାଇଁ ଘରଟିଏ
ପାଇବାକୁ ରାଜେଶଙ୍କୁ କହିଥିଲେ ରବି କାନ୍ତ। ଏଥିପାଇଁ ସେ ୨୦୧୭ ଅକ୍ଟୋବର ୨୫ରେ ବିଲ୍ଡର ରାଜେଶଙ୍କୁ ୩ଲକ୍ଷ ଟଙ୍କାର ଦୁଇଟି ଚେକ୍‌ ଦେଇଥିଲେ। ୨୦୧୮ ଫେବୃୟାରୀ ଓ ମାର୍ଚ୍ଚରେ ଉକ୍ତ ଦୁଇ ଚେକ୍‌କୁ ଜମା କରି ବିଲ୍ଡର ଜଣକ ଟଙ୍କା ଉଠାଇନେଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ଦେଇ ନ ଥିଲେ। ତାଙ୍କୁ ରବିକାନ୍ତ ଫୋନ୍‌ କରି ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ସେ ଧରାଛୁଅଁା ଦେଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଆଇପିଏସ୍‌ ଅଫିସର ରବି କାନ୍ତ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ହେଲେ ଉଭୟଙ୍କ ମଧ୍ୟରେ ମାମଲାର ଆପୋସ ସମାଧାନ ହୋଇଗଲାଣି କହି କଥାକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?