ଆଇପିଏସ୍‌ ଅଫିସରଙ୍କୁ ଠକିଦେଲେ ବିଲ୍ଡର: ଘର ଦେବାକୁ କହି ନେଇଗଲେ ୩ଲକ୍ଷ

ଭୁବନେଶ୍ୱର,୫ା୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜମି ଓ ଘର କିଣାବିକାକୁ ନେଇ ବଡ଼ ବଡ଼ ଠକେଇ ହୋଇଛି। କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଅଭିଯୋଗର ଲମ୍ବା ତାଲିକା ଗଡୁଛି। ଅଧିକାଂଶ ଥାନାର ପୋଲିସକୁ ହାତବାରିସ କରି ବିଲ୍ଡରମାନେ ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିନେଉଛନ୍ତି। ଶହଶହ ଏକର ଜମି ଜବରଦଖଲ କରୁଛନ୍ତି। ଏବେ ଖୋଦ୍‌ ପୋଲିସ ଠକେଇର ଶିକାର ହୋଇଛି। ଜଣେ ଆଇପିଏସ୍‌ ଅଫିସର ଭୁବନେଶ୍ୱରରେ ଘରଟିଏ ପାଇବା ଆଶାରେ ୩ ଲକ୍ଷ ହରାଇଛନ୍ତି। ସାଧାରଣ ଅଭିଯୋଗକୁ ଗ୍ରହଣ କରିବାକୁ କୁନ୍ଥୁକୁନ୍ଥୁ ହେଉଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସ ବଡ଼ବାବୁଙ୍କ ଅଭିଯୋଗ ପାଇବା ପରେ ତତ୍ପର ହୋଇପଡିଛି। ବିଲ୍ଡର ରାଜେଶ ଅମ୍ବାନୀ ଓ ଅନ୍ୟ କେତେଜଣଙ୍କ ନାମରେ ଆଇପିସି ଦଫା ୪୧୯, ୪୨୦, ୫୦୬ ଓ ୩୪ରେ ମାମଲା (ନଂ.୨୨୮/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଠକେଇ ଫାଶରେ ଫସିଥିବା ଆଇପିଏସ୍‌ ଅଫିସର ହେଲେ ୧୯୮୮ ବ୍ୟାଚ୍‌ର ରବି କାନ୍ତ। ସେ ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ସ୍ପେଶାଲ ରେସିଡେଣ୍ଟ କମିଶନର ଅଫିସ୍‌ରେ ରେସିଡେଣ୍ଟ କମିଶନର ଭାବେ ଅବସ୍ଥାପିତ ଅଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀରେ ବିଲ୍ଡର ରାଜେଶ ଅମ୍ବାନୀଙ୍କ ସହ ଫୋନ୍‌ରେ ତାଙ୍କର ଯୋଗାଯୋଗ ହୋଇଥିଲା। ସାରା ଦେଶରେ ତାଙ୍କର ଗ୍ୟାସ୍‌ ଏଜେନ୍ସି ଥିବା ସହ ଅନେକ ବଡ଼ ବଡ଼ ଘର ଓ ଜମି ପ୍ରୋଜେକ୍ଟ କାମ ଚାଲିଥିବା କହି ରାଜେଶ ପ୍ରଥମେ ବିଶ୍ୱାସ ଜନ୍ମାଇଥିଲେ। ଭୁବନେଶ୍ୱରରେ ଏକାଧିକ ପ୍ରୋଜେକ୍ଟ କରି ଲୋକଙ୍କୁ ଯୋଗାଇଥିବା ଶୁଣି ନିଜ ପାଇଁ ଘରଟିଏ
ପାଇବାକୁ ରାଜେଶଙ୍କୁ କହିଥିଲେ ରବି କାନ୍ତ। ଏଥିପାଇଁ ସେ ୨୦୧୭ ଅକ୍ଟୋବର ୨୫ରେ ବିଲ୍ଡର ରାଜେଶଙ୍କୁ ୩ଲକ୍ଷ ଟଙ୍କାର ଦୁଇଟି ଚେକ୍‌ ଦେଇଥିଲେ। ୨୦୧୮ ଫେବୃୟାରୀ ଓ ମାର୍ଚ୍ଚରେ ଉକ୍ତ ଦୁଇ ଚେକ୍‌କୁ ଜମା କରି ବିଲ୍ଡର ଜଣକ ଟଙ୍କା ଉଠାଇନେଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ଦେଇ ନ ଥିଲେ। ତାଙ୍କୁ ରବିକାନ୍ତ ଫୋନ୍‌ କରି ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ସେ ଧରାଛୁଅଁା ଦେଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଆଇପିଏସ୍‌ ଅଫିସର ରବି କାନ୍ତ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ହେଲେ ଉଭୟଙ୍କ ମଧ୍ୟରେ ମାମଲାର ଆପୋସ ସମାଧାନ ହୋଇଗଲାଣି କହି କଥାକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୨ ଜଣଙ୍କ ଜୀବନ...

ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାଜିଲେ ଘାତକ

ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ବିଜେଡିରେ ଥିବା ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଚଳିତ ନିର୍ବାଚନରେ ଘାତକ ସାଜିଛନ୍ତି। ବୁଧବାର ଭୋଟ ଗ୍ରହଣ ବେଳେ...

ନିଷ୍ପତ୍ତି ବଦଳାଇଲେ ସରକାର

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ତେବେ ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି। ପୂର୍ବଭଳି...

୧୫ କେଜି ବାର୍‌ହା ମାଂସ ଜବତ: ୧ ଗିରଫ, ୩ ଫେରାର

ଓଡ଼ଗାଁ, ୨୫ା୫(ସ୍ବ.ପ୍ର.): ନୟାଗଡ ବନଖଣ୍ଡ ଏବଂ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ସନ୍ନିକଟ ହଳନ୍ଦାପଲ୍ଲୀ ଗ୍ରାମ ନିକଟରୁ ଶନିବାର ସକାଳେ ବନ ବିଭାଗ...

କାର୍ଯ୍ୟରେ ଯୋଗଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ : ଟ୍ରାଫିକ୍‌ ବ୍ୟବସ୍ଥାରେ ଆସିବ ସୁଧାର

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଭୁବନେଶ୍ୱରର ଟ୍ରାଫିକ ଡିସିପି ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର ସାଗରିକା ନାଥ। ସେ କମିଶନରେଟ...

ଦିବ୍ୟାଙ୍ଗ ପୁଅକୁ ଛାଡ଼ି ଚାଲିଗଲେ ମା’ବାପା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ନଗର ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦିବ୍ୟାଙ୍ଗ ନାବାଳକ ପୁଅକୁ ଛାଡ଼ିଦେଇ ମା’ବାପା କେଉଁଆଡେ ପଳାଇଛନ୍ତି।...

ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌, ୨ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୭(ବ୍ୟୁରୋ): କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ  ନୋଟିସ୍‌। ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି କାରଣ...

ଆଗକୁ ରଥଯାତ୍ରା: ପୁରୀରେ କରାଯିବ ବ୍ୟାପକ ଟିକାକରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଆଉ କିଛିଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ପୁରୀରେ ଅଧିକ ଟିକାକରଣ...

Advertisement
Archives

Model This Week