ଶ୍ରମିକଙ୍କ ସମସ୍ୟା ବୁଝିବାକୁ ନୋଡାଲ ଅଫିସର ନିଯୁକ୍ତି କର
ଭୁବନେଶ୍ୱର,୧୮ା୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନକୁ ମେ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟର ରିଲିଫ କ୍ୟାମ୍ପରେ ଫସି ରହିଥିବା ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଉପଯୁକ୍ତ…
ଜୀବନର ମୂଲ୍ୟ ୩୦ ଟଙ୍କା
ନୂଆଦିଲ୍ଲୀ,୧୮ା୪: ଭାରତରେ ପ୍ରାୟ ୯୦,୦୦୦ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ କରୋନା ବିରୋଧୀ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛନ୍ତି। କିନ୍ତୁ ସେମାନଙ୍କୁ ଖୁବ୍ କମ୍ ପାରିଶ୍ରମିକ ମିଳୁଛି। ଘାତକ ମହାମାରୀ ବିରୋଧରେ ଏହି ଯୁଦ୍ଧ ଲଢ଼ିବା ପାଇଁ ସେମାନଙ୍କ ମନୋବଳ ଥିଲେ ହେଁ…
ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି
ନୂଆଦିଲ୍ଲୀ,୧୮ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ମେ’ ୩ ପର୍ଯ୍ୟନ୍ତ ଲକ୍ଡାଉନ ବଢ଼ାଇଥିବାବେଳେ ୨୦ ତାରିଖରୁ ଗ୍ରାମାଞ୍ଚଳରେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ବୋଲି କହିଥିଲେ। ତଦନୁଯାୟୀ ୨୦ ପରେ ଲକ୍ଡାଉନରୁ…
ମାନ୍ଦାବସ୍ଥାକୁ ଆର୍ବିଆଇ ବୁଷ୍ଟର
ମୁମ୍ବାଇ,୧୮।୪: କୋଭିଡ୍-୧୯ ଯୋଗୁ ବଜାରରେ ଉପୁଜିଥିବା ମାନ୍ଦାବସ୍ଥା ଲଢ଼େଇ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଆଗେଇ ଆସିଛି। ଏଥିଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ଲକ୍ଡାଉନ ଅବଧିକୁ ମେ ୩ ଯାଏ ବଢ଼ାଯାଇଛି। ଦେଶ ମଧ୍ୟରେ…
ସବୁଠୁ ତତଲା ସହର ସୋନପୁର
ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ତାତି ଅସମ୍ଭାଳ ହୋଇପଡ଼ିଲାଣି। ଶୁକ୍ରବାର ୭ ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ସୋନପୁର ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଅନୁଗୋଳ ଓ ବଲାଙ୍ଗୀର ୪୧.୫, ତାଳଚେର…
ଉହାନରେ କରୋନା ମୃତ୍ୟୁସଂଖ୍ୟା ୫୦% ବଢ଼ିଲା
ବେଜିଂ/ଉହାନ,୧୮ା୪(ପି.ଟି.): ଚାଇନା ସରକାର ପୂର୍ବରୁ ପ୍ରକାଶିତ କରୋନାଜନିତ ମୃତ୍ୟୁସଂଖ୍ୟାରେ ଶୁକ୍ରବାର ସଂଶୋଧନ କରିଛନ୍ତି। ଦେଶରେ କରୋନା ସଂକ୍ରମଣରେ ୪,୬୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ କୁହାଯାଇଛି। ଭୂତାଣୁ ଉତ୍ପତ୍ତିର କେନ୍ଦ୍ରସ୍ଥଳ ଉହାନ ସହରରେ ମୃତ୍ୟୁସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି।…
ବ୍ରିଟେନ ଆକାଶରେ ରହସ୍ୟମୟ ଧୂଆଁ
ଲଣ୍ଡନ,୧୮ା୪: ବ୍ରିଟେନ ଆକାଶରେ ଗୁରୁବାର ରାତି ୮ଟାରେ ଏକ ରହସ୍ୟଜନକ ବସ୍ତୁ ଜଳି ଜଳି ଯାଉଥିବାବେଳେ ତା’ ପଛପଟରୁ ଧୂଆ ବାହାରୁଥିବା ଦେଖିବାକୁ ମିଳିଥିଲା। ତାହା ୨୦ ମିନିଟ ଜଳିବା ସହ ଆକାଶରେ ଧୂମ ବଳୟ ସୃଷ୍ଟି କରିଥିଲା। କେମ୍ବ୍ରିଜ୍ଶାୟରର ଜଣେ…
ଯୌତୁକ ପାଇଁ ନିର୍ଯାତନା : ୪ ଗିରଫ
ନିମାପଡ଼ା,୧୮ା୪(ଡି.ଏନ.ଏ): ଚାରିଛକ ଫାଣ୍ଡି ଅନ୍ତର୍ଗତ ଦାଣ୍ଡିଆପଡ଼ା ଗ୍ରାମର ମଲ୍ଳିକା ଭୋଇ ନାମ୍ନୀ ବଧୂଙ୍କୁ ଯୌତୁକ ଦାବିରେ ନିର୍ଯାତନା ଦେବା ସହ ଆକ୍ରମଣ କରିବା ଅଭିଯୋଗରେ ୪ଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ମଲ୍ଲିକାଙ୍କ ସ୍ବାମୀ ମାଧବ ଭୋଇ, ଦେଢଶୁର…
ଉପବାସରେ କୁଟୀରଶିଳ୍ପ କାରିଗର
କୃଷ୍ଣପ୍ରସାଦ,୧୮ା୪(ଡି.ଏନ.ଏ.): କୁଟୀରଶିଳ୍ପ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଲକ୍ଡାଉନ ଯୋଗୁ ଶିଳ୍ପୀ ପରିବାର ଆଜି ଭୋକ ଉପବାସରେ ଦିନ କାଟୁଛନ୍ତି। ଏଭଳି ଦେଖିବାକୁ ମିଳିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଡଅଁଳ ପଞ୍ଚାୟତ ହରିଜନସାହିରେ।…
ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର
ପୁରୀ ଅଫିସ,୧୮ା୪: ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମାଛ ଚାଲାଣକାରୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶକୁ ରପ୍ତାନୀ କରୁଛନ୍ତି। ସଚେତନ ଅଭାବରୁ ସାଧାରଣ ମତ୍ସ୍ୟଜୀବୀ ଏହି ମାଛର ମୂଲ୍ୟ ଜାଣିପାରୁ ନ…
୧୦୦ କି.ମି. ଚାଲିଲେ ୫ ଯୁବକ
ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି ଚାଲି ଘରକୁ ଫେରିଛନ୍ତି କେତେଜଣ ଦିନମଜୁରିଆ। ଶୁକ୍ରବାର ପିପିଲି ବଜାରରେ ଏମାନେ ପହଞ୍ଚିଛନ୍ତି। ଢେଙ୍କାନାଳ…
ଅସ୍ତିତ୍ୱ ହରାଉଛି ରତ୍ନଚିରା
ସାକ୍ଷୀଗୋପାଳ,୧୮ା୪(ଡି.ଏନ.ଏ.): ସତ୍ୟବାଦୀ ଅଞ୍ଚଳର ଜୀବନଧାରା ଭାବେ ପରିଚିତ ରନତ୍ଚିରା ନଦୀ ଏବେ ଅସ୍ତିତ୍ୱ ହରାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଅଭାବରୁ ଏହି ନଦୀ ପୋତି ହୋଇପଡୁଛି। ଏହି ନଦୀ କୂଳରେ ବାସ କରୁଥିବା ପ୍ରାୟ ୧୦୦ଟି ଗ୍ରାମର ଲୋକେ ବର୍ଷାଋତୁରେ…
Archives


