ବଚସା ହେଲା କାଳ: ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କେସିଙ୍ଗା,୨୬।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବ୍ରାହ୍ମଣୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ଟାଙ୍ଗିଆରେ ହାଣି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତା ମହିଳା ହେଲେ ପୁଷ୍ପା ରାଉତ (୪୦)। ଖବରପାଇ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଡାକ୍ତରଖାନାକୁ ପଠାଇଛି। ମୃତା ମହିଳାଙ୍କ ଭାଇ କୃଷ୍ଣଚନ୍ଦ୍ର ଗଉଡ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ଆଇଆଇସି ଅଶୋକ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଅଭିଯୋଗ ଅନୁସାରେ, ପୁଷ୍ପାଙ୍କୁ ତାଙ୍କ ଶାଶୁଘର ଲୋକେ ବହୁଦିନ ହେଲା ମାନସିକ ନିର୍ଯାତନା ଦେଇଆସୁଥିଲେ। ରବିବାର ସକାଳେ ପୁଷ୍ପା ନିଜ ଜମିରେ ଧାନ ପହ୍ଲା ରୋଇ ମଧ୍ୟାହ୍ନରେ ଘରକୁ ଆସିବା ପରେ କୌଣସି କଥାକୁ ନେଇ ତାଙ୍କ ସ୍ବାମୀ ରମାକାନ୍ତଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରମାକାନ୍ତ ଘରେ ଥିବା ଏକ ଟାଙ୍ଗିଆରେ ପୁଷ୍ପାଙ୍କ ବେକରେ ଚୋଟ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ...

ନିରାଶ ହେଲେ ବି ଥଇଥାନ: ସୁବାସଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ରମେଶ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଖାଲି ପଡ଼ିଥିବା ୪ ରାଜ୍ୟ ସଭା ଆସନ ଲାଗି ଶନିବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ...

ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ: ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରୀଙ୍କୁ କାଉନ୍‌ସେଲିଂ କରାଗଲା

ପୁରୀ ଅଫିସ,୩।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର...

ପରପାରିରେ ପୂର୍ବତନ ବିଧାୟକ ଅଜିତ ଦାସ

ଭବାନୀପାଟଣା,୪।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅଜିତ ଦାସଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ...

ସ୍ମରଣୀୟ ହୋଇ ରହିବେ ବିଜୟ: ରାଜ୍ୟପାଳ

ଭୁବନେଶ୍ୱର,୨୦ା୭(ବ୍ୟୁରୋ)-ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡିଆ ଅଭିନୟ ଜଗତକୁ ବିଜୟଙ୍କ...

ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି...

କାଠଯୋଡିରୁ ଉଦ୍ଧାର ହେଲେ ମା’ ଝିଅ

କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ନିକଟସ୍ଥ ସୁଭାସ ଚନ୍ଦ୍ର ବୋଷ ବ୍ରିଜ୍‌ରୁ ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଆମତ୍ହତ୍ୟା ଉଦ୍ୟମ କରିଥିବା ୨ଜଣଙ୍କୁ ଅଗ୍ନିଶମ...

ରାସ୍ତାପାର୍ଶ୍ୱରେ ଛିଡା ହୋଇଥିବାବେଳେ ଦମ୍ପତିଙ୍କ ଉପରେ ମାଡିଗଲା ଟ୍ରକ

ରାଇରଙ୍ଗପୁର,୨୮ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ରାଇରଙ୍ଗପୁର-ବାରିପଦା ରାସ୍ତାର ସାନାଛକଠାରେ ସୋମବାର ଅପରାହ୍ନରେ ଟ୍ରକ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର...

Advertisement
Archives

Model This Week