Posted inଜାତୀୟ

ଚିକିତ୍ସା ପାଇଁ ଗୋଟିଏ ବୋତଲ ମଦ ମାଗିଲେ ଡାକ୍ତର, ତା’ପରେ

ରାଞ୍ଚି,୨୬।୭: କରୋନା ମହାମାରୀ ସମୟରେ ଡାକ୍ତରଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସେମାନଙ୍କୁ କେରାନା ଯୋଦ୍ଧା ଆଖ୍ୟା ଦିଆଯାଇଛି। କିନ୍ତୁ ଝାଡଖଣ୍ଡରେ ଏମିତି ଜଣେ ଡାକ୍ତର ମଧ୍ୟ ଅଛନ୍ତି ଯିଏ ରୋଗୀଙ୍କ ଚିକିତ୍ସା ପାଇଁ ଏକ ବୋତଲ ମଦ ଆବଶ୍ୟକ କରନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଉକ୍ତ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛନ୍ତି। ଏହି ମାମଲା ଝାଡଖଣ୍ଡର ଗିରିଡିହ ଜିଲାରୁ ଆସିଛି। ବିରନି ବ୍ଲକର କାର୍ଯ୍ୟନିର୍ବାହୀ ଚିକିତ୍ସା ଡାକ୍ତର ସେକ ମହମ୍ମଦ ତାଜାଉଦ୍ଦିନ ଚିକିତ୍ସା ବଦଳରେ ଏକ ବୋତଲ ମଦ ବୋତଲ ନେଉଥିବାର ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଚିକିତ୍ସା ପାଇଁ ସେ ସମ୍ପୂର୍ଣ୍ଣ ଗୋଟିଏ ବୋତଲ ମାଗୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ସେକ୍‌ ବିବାଦରେ ଥିଲେ। ସ୍ଥାନୀୟ ବିଧାୟକ ବିନୋଦ ସିଂ ତାଙ୍କ ନାଁରେ ଅଭିଯୋଗ ଆଣି ଡାକ୍ତରଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ସେ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କୁ ଦାବି କରିଛନ୍ତି। ଏହି କାର୍ଯ୍ୟ କେବଳ ଡାକ୍ତରୀ ବୃତ୍ତିକୁ ଦୁର୍ବଳ କରିନାହିଁ ବରଂ ପ୍ରଶାସନକୁ ମଧ୍ୟ ବିବାଦ ଭିତରକୁ ଆଣିଛି। ଚିକିତ୍ସା ପାଇଁ ମଦ ମାଗିବା ସ୍ବାସ୍ଥ୍ୟ ବିଭାଗର ଭାବମୂର୍ତ୍ତିରେ କଳା ଦାଗ ସୃଷ୍ଟି କରିଛି ବୋଲି ବିଧାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଖୁସି ଖବର, ଭାରତକୁ ମିଳିବ ନୂଆ ଭାକ୍ସିନ୍‌ ଜାୟକୋଭ୍‌-ଡି…

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଳାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌, ସିରମ୍‌...

ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ...

‘ପୁଷ୍ପା’ ଷ୍ଟାଇଲରେ ଲାଲ ଚନ୍ଦନ କାଠ ଚୋରୀ

ନୂଆଦିଲ୍ଲୀ,୩ ।୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ର ଏବେ ସବୁଠି ଚର୍ଚ୍ଚା । ଲୋକେ ଏହାର ଗୀତ ଓ ଡାଏଲଗକୁ ମନେ...

ଚୋରି କରିବାକୁ ଆସିଥିଲା ଚୋର, ବ୍ୟାଗ୍‌ ଭର୍ତ୍ତି ଟଙ୍କା ଦେଖି ହେଲା ହାର୍ଟ ଆଟାକ୍‌, ଆଉ ତା’ ପରେ…

ଲକ୍ଷ୍ନୌ,୧।୪: ଉତ୍ତରପ୍ରଦେଶର ବିଜନୋରରେ ଚୋରି କରିବାକୁ ଆସିଥିବା ଜଣେ ଚୋର ବ୍ୟାଗ୍‌ରେ ୭ ଲକ୍ଷ ଟଙ୍କା ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ସେ ଏତେ ଖୁସି...

ଆଇଏନଏସ ସତପୁରାର ଶକ୍ତି ପ୍ରଦର୍ଶନ…

ନୂଆଦିଲ୍ଲୀ, ୨୫।୯ : ରୟାଲ ଅଷ୍ଟ୍ରେଲିଆନ ନେଭି ଦ୍ୱାରା ପରିଚାଳିତ କାକାଡୁ ମିଳିତ ସମରାଭ୍ୟାସ ଅଷ୍ଟ୍ରେଲିଆର ଡାର୍ବିନରେ ଚାଲିଛି। ଏଥିରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ ସତପୁରା...

ମାସିକ କିସ୍ତି ପୁଣି ମହଙ୍ଗା

ମୁମ୍ବାଇ,୬।୮: ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ରେପୋ ରେଟ୍‌ ପୁଣି ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ଫଳରେ...

ଜେଏନ୍‌ୟୁ ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ,୬।୧: ରାଜଧାନୀ ଦିଲ୍ଲୀରେ ଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନୟୁ)ରେ ରବିବାରଠାରୁ ଉପୁଜିଥିବା ହିଂସା ଘଟଣାକୁ ନେଇ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ।...

ସାବରିମାଳା ମନ୍ଦିରରେ ମହିଳାଙ୍କ ଉପରକୁ ଲଙ୍କା ପାଉଡର ସ୍ପ୍ରେ କଲେ ଯୁବକ

ଥିରୁଭନନ୍ତପୁରମ,୨୬।୧୧: କେରଳର ସାବରିମାଳା ମନ୍ଦିରରେ ଜଣେ ମହିଳାଙ୍କ ଲଙ୍କା ପାଉଡର ସ୍ପ୍ରେ କରାଯାଇଛି। ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର ଉପରେ ଲଢୁଥିବା ବିନ୍ଦୁ ଅମିନିଙ୍କ ଉପରେ...

Advertisement
Archives

Model This Week