Posted inଅପରାଧ

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ଶବକୁ ପାଇଖାନା ଟାଙ୍କିରେ ପୋତିଲା ସ୍ତ୍ରୀ

ହରିଦ୍ୱାର, ୨୬।୭: ଉତ୍ତରାଖଣ୍ଡର ତୀର୍ଥ ନଗରୀ ଭାବେ ପରିଚିତ ଋଷିକେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ଶବକୁ ପାଇଖାନା ଟାଙ୍କିରେ ପୋତି ଦେଇଛନ୍ତି। ପୋଲିସ ଏହି ଘଟଣାର ଖୁଲାସା କରି ଉଭୟ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଜଣାପଡ଼ିଛି ଯେ, ଋଷିକେଶରେ ରହୁଥିବା ଗୋପାଳ ରଥୀ ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର ଥିଲେ। ନରେନ୍ଦ୍ର ପ୍ରତିଦିନ ମଦ ପିଇ ସ୍ତ୍ରୀ ପୂଜାକୁ ପିଟୁଥିଲେ। ଯାହାକୁ ନେଇ ପୂଜା ବେଶ୍‌ ବିବ୍ରତ ଥିଲେ। ସୁଯୋଗକୁ ଘରେ ପ୍ଲମ୍ବର କାମ କରିବାକୁ ଆସୁଥିବା ଅମନ କୁମାରଙ୍କ ସହିତ ପୂଜାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଅମନଙ୍କୁ ନରେନ୍ଦ୍ରଙ୍କ ବିଷୟରେ ସମସ୍ତ କଥା ପୂଜା କହିଥିଲେ। ଶେଷରେ ଉଭୟ ନରେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ଜୁଲାଇ ୧ରେ ଅମନ ସନ୍ଧ୍ୟାରେ ଆସି ପୂଜାଙ୍କ ଘରେ ଛପି ରହିଥିଲେ। ଏହାପରେ ଯେତେବେଳେ ରାତିରେ ନରେନ୍ଦ୍ର ମଦ ପିଇ ଘରକୁ ଆସିଥିଲେ ପୂର୍ବ ଯୋଜନା ଅନୁଯାୟୀ ପୂଜା ତାଙ୍କୁ ଅଣ୍ଡା ଅମଲେଟ୍‌ରେ ନିଶା ବଟିକା ମିଶାଇ ଖାଇବାକୁ ଦେଇଥିଲେ। ଏହାପରେ ନରେନ୍ଦ୍ର ଶୋଇଯିବା ପରେ ଉଭୟ ପୂଜା ଓ ଅମନ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ବୃତ୍ତିରେ ପ୍ଲମ୍ବର ଥିବା ଅମନ ଏହାପରେ ଘରେ ଥିବା ପାଇଖାନା ଟାଙ୍କି ମଧ୍ୟରେ ନରେନ୍ଦ୍ରଙ୍କୁ ପୋତି ଦେଇ ପରେ ଟାଇଲ୍‌ ଗୁଡ଼ିକ ଲଗାଇ ଦେଇଥିଲା। ନରେନ୍ଦ୍ରଙ୍କ ପରିବାର ଲୋକ ଏନେଇ କୌଣସି ସୁରାକ ମଧ୍ୟ ପାଇ ନ ଥିଲେ। ଶେଷରେ ପରିବାର ଲୋକ ନରେନ୍ଦ୍ର ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ। କେହି ଯେପରି ସନ୍ଦେହ ନ କରିବେ ସେଥିଲାଗି ପୂଜା ଏକ ଉପାୟ ବାହାର କରିଥିଲେ। ସେ ଥାନାରେ ଯାଇ ମଧ୍ୟ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀ ଏକ ନମ୍ବରରୁ ଫୋନ କରି ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଛନ୍ତି। କିନ୍ତୁ ପୂଜାଙ୍କ ଏହି ପ୍ଲାନ ତାଙ୍କ ପାଇଁ କାଳ ହୋଇଥିଲା। ପୋଲିସ ପୂଜାଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କରିବା ସହ ଯେଉଁ ନମ୍ବରରୁ ଧମକ ଆସୁଥିଲା ସେହି ନମ୍ବର ଓ ଇଏମ୍‌ଆଇ ଟ୍ରେସ୍‌ କରିଥିଲା। ଏହାପରେ ପୋଲିସ ଜାଣିବାକୁ ପାଇଥିଲା ପୂଜା ଓ ଅମନ ଏହିଭଳି ଯୋଜନା କରି ଘଟଣା ଘଟାଇଛନ୍ତି। ଶେଷରେ ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା କରିବା କରେ ଉଭୟ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜି୍ୟକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?