କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟରେ ମିଳିବ ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର, ୨୬।୭(ବ୍ୟୁରୋ)-କାରୋନା ମହାମାରୀ ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଏପରିସ୍ଥିତିରେ ଦୁଃଖରେ ଥିବା କାରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍‌ ବିଶ୍ୱବିଦ୍ୟାଳୟ। କାରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ ନିଃଶୁଳ୍କ ଶିକ୍ଷା ଦେବ ବୋଲି ରବିବାର ଘୋଷଣା କରାଯାଇଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଓଡ଼ିିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟ୍‌ରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାଆନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍‌ ବିଶ୍‌ବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକ୍ନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦିଆଯିବ। ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧, ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ମଥ ଶତପଥୀଙ୍କୁ ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ବିଶିଷ୍ଟ ଲୋକସଂସ୍କୃତି ଗବେଷକ ଡ. ମନ୍ମଥ ଶତପଥୀଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଛି। ଖ୍ୟାତନାମା ନାଟ୍ୟକାର, ଅନୁବାଦକ, ସଂସ୍କୃତିକର୍ମୀ ଓ ଲୋକସଂସ୍କୃତି...

୨ ବର୍ଷ ପରେ ଫେରିଲେ ଗାଁକୁ

ଭେଡେନ,୨୯।୭(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଗୋଡ଼ଭଗା-ସୋନପୁର ୫୪ ନମ୍ବର ରାଜ୍ୟ ରାଜପଥର ପଧାନପାଲି ଗ୍ରାମରେ ଥିବା ଆବର୍ଜନା କୁଣ୍ଡ...

ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ଗତି କରୁଛି ‘ଅମ୍ଫନ୍‌’; କିଛି ସମୟ ପାଇଁ ବାଲେଶ୍ୱରରେ ପବନ ବେଗ ବଢ଼ିବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବେଳକୁ ବେଳ ଦୀଘା ନିକଟତର ହେଉଛି ବାତ୍ୟା ‘ଅମ୍ଫନ୍‌’। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ସେହିଭଳି ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଫଟୋ ଭାଇରାଲ ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୁଣା ଭୁବନେଶ୍ୱର, ୨୨ା୮ (ଡି.ଏନ.ଏ.): ଶ୍ରାବଣ ଶେଷ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ କାଉଡ଼ିଆଙ୍କ ସମାଗମ ସମୟରେ ଜନୈକ ସେବାୟତ ମନ୍ଦିରର ବିଭିନ୍ନ ସ୍ଥାନରେ ନିଜର...

ମଧ୍ୟରାତ୍ରିରେ ଉତ୍ସବ, ଜନ୍ମନେଲେ ଯିଶୁ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଖ୍ରୀଷ୍ଟ୍ରିୟାନ ଧର୍ମାବଲମ୍ବୀଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ। ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ପାଳନ କରିବା ଓ ତାଙ୍କ ଜନ୍ମମୁହୂର୍ତ୍ତରେ ଉତ୍ସବ ମନାଇବାକୁ...

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ପୁରୀ,୧୮ା୯(ଅଜିତ ମହାନ୍ତି): ପୁରୀ ବାଲିଘାଇ ଛକ ନିକଟରେ ସୋମବାର ବସ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ...

CORONAVIRUS UPDATE:ରାଜ୍ୟରେ ଶତକ ଛୁଇଁଲା ୭ ଜିଲା; ସର୍ବାଧିକ ଆକ୍ରାନ୍ତ ତାଲିକା ଶୀର୍ଷରେ ଗଞ୍ଜାମ

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୧୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ...

ବିକଶିତ ହେବ ଅଣଆକାଂକ୍ଷା ଜିଲା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଅନୁନ୍ନତ ଜିଲାର ବିକାଶ ପାଇଁ ଆଂକାକ୍ଷା ଯେଜନାରେ କେନ୍ଦ୍ର ସରକାର ଓଡ଼ିଶାର ୧୦ଜିଲାକୁ ସାମିଲ କରିଥିଲେ। ଏବେ ଏବେ ଅଣଆକାଂକ୍ଷା ଜିଲାର ସ୍ବତନ୍ତ୍ର ବିକାଶ...

Advertisement
Archives

Model This Week