Posted inଜାତୀୟ

୭୦ ବର୍ଷୀୟା ମା’ଙ୍କୁ ପର କରିଦେଲେ ପୁଅ, ଘରେ ଆଣି ରଖିଲେ ଏମ୍‌ପି

ଦିଲ୍ଲୀ,୨୬।୭: ଲକ୍‌ଡାଉନ ସମୟରେ ବେସାହାରା ହୋଇଯାଇଥିବା ୭୦ ବର୍ଷିୟା ଲୀଲାବତୀ ଦେବୀଙ୍କୁ ଶେଷରେ ସାହାରା ମିଳିଛି। ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିବା ଲୀଲାବତୀଙ୍କୁ ପୁଅ ଘରୁ ବାହାର କରି ଦେଇଥିଲେ। ଏବେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଲୀଳାବତୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ତାଙ୍କୁ ଏବେ ନିଜ ଘରେ ରଖିବେ ବୋଲି କହିଛନ୍ତି। ଲୀଲାବତୀ ଦେବୀ ଅସୁସ୍ଥ ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିଲେ। ତାଙ୍କ ପୁଅ ଜଣେ ଅଟୋ ଡ୍ରାଇଭର। ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି। ଧୀରେ ଧୀରେ ପୁଅର ସ୍ବାସ୍ଥ୍ୟ ଭଲ ହୋଇଗଲା। ତେଣୁ ମା’ର ଆବଶ୍ୟକତା ମଧ୍ୟ ଶେଷ ହେଲା। ସେ ତାଙ୍କୁ ଘରୁ ବାହାର କରିଦେଲେ। ମୋ ସମସ୍ୟା କେବଳ ମୋ ସ୍ବାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା। ମୋର ପିଲାମାନେ ଭାବନ୍ତି ଯେ, ମୁଁ ଜଣେ ମାନସିକ ରୋଗୀ, ମୋତେ ସେମାନଙ୍କ ସହିତ ରଖିବାକୁ କେହି ଚାହାଁନ୍ତି ନାହିଁ ବୋଲି ଲୀଳାବତୀ କହିଛନ୍ତି।
ପୁଅ ଘରୁ ବାହାର କରିଦେବା ପରେ ସେ ବେସାହାରା ହୋଇଗଲେ। ମୁମ୍ବାଇରୁ ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀ ଆସିଥିଲେ। ଏଠାରେ ତାଙ୍କ ଅନ୍ୟ ଦୁଇ ପୁଅ ରୁହନ୍ତି। ଦିଲ୍ଲୀରେ ତାଙ୍କ ରହୁଥିବା ପୁଅମାନେ ମା’ଙ୍କ ଆସିବାର ଖବର ପାଇ ନ ଥିଲେ। ଲୀଳାବତୀ ଦେବୀ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା। ସେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଦୁଇ ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ। ପ୍ରଥମେ ଦିଲ୍ଲୀର ଏକ ପରିବାର ଲୀଲାବତୀ ଦେବୀଙ୍କୁ ତାଙ୍କ ଘରେ ରଖିଥିଲେ। କିନ୍ତୁ ପରେ ଅଜଣା କାରଣରୁ ତାଙ୍କୁ ବିଦା କରିଦେଇଥିଲେ। ଏବେ ସେ ସଞ୍ଜୟ ସିଂଙ୍କ ଘରେ ରହିବେ ବୋଲି ଜଣାପଡିଛି। ସଞ୍ଜୟ ସିଂ ତାଙ୍କ ସ୍ତ୍ରୀ, ଦୁଇ ପିଲା ଏବଂ ପିତାମାତାଙ୍କ ସହ ଉତ୍ତର ଆଭେନ୍ୟୁରେ ଥିବା ତାଙ୍କ ସରକାରୀ ବାସଭବନରେ ରୁହନ୍ତି। ସଞ୍ଜୟ ସିଂଙ୍କର ଜଣେ ଘନିଷ୍ଠ ସହଯୋଗୀ ଅଜିତ ତ୍ୟାଗି କହିଛନ୍ତି ଯେ, ଲୀଳାବତୀ ଅଧିକାଂଶ ସମୟ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି। ବର୍ତ୍ତମାନ ସେ ଏହି ପରିବାରର ଅଂଶ ହୋଇଥିବାରୁ ତାଙ୍କୁ ଘରୁ ବାହାର କରି ଦେଇଥିବା ପରିବାରକୁ ଦିଆଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?