Posted inଜାତୀୟ

୭୦ ବର୍ଷୀୟା ମା’ଙ୍କୁ ପର କରିଦେଲେ ପୁଅ, ଘରେ ଆଣି ରଖିଲେ ଏମ୍‌ପି

ଦିଲ୍ଲୀ,୨୬।୭: ଲକ୍‌ଡାଉନ ସମୟରେ ବେସାହାରା ହୋଇଯାଇଥିବା ୭୦ ବର୍ଷିୟା ଲୀଲାବତୀ ଦେବୀଙ୍କୁ ଶେଷରେ ସାହାରା ମିଳିଛି। ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିବା ଲୀଲାବତୀଙ୍କୁ ପୁଅ ଘରୁ ବାହାର କରି ଦେଇଥିଲେ। ଏବେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଲୀଳାବତୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ତାଙ୍କୁ ଏବେ ନିଜ ଘରେ ରଖିବେ ବୋଲି କହିଛନ୍ତି। ଲୀଲାବତୀ ଦେବୀ ଅସୁସ୍ଥ ପୁଅର ଯତ୍ନ ନେବାକୁ ମୁମ୍ବାଇ ଯାଇଥିଲେ। ତାଙ୍କ ପୁଅ ଜଣେ ଅଟୋ ଡ୍ରାଇଭର। ସେ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି। ଧୀରେ ଧୀରେ ପୁଅର ସ୍ବାସ୍ଥ୍ୟ ଭଲ ହୋଇଗଲା। ତେଣୁ ମା’ର ଆବଶ୍ୟକତା ମଧ୍ୟ ଶେଷ ହେଲା। ସେ ତାଙ୍କୁ ଘରୁ ବାହାର କରିଦେଲେ। ମୋ ସମସ୍ୟା କେବଳ ମୋ ସ୍ବାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା। ମୋର ପିଲାମାନେ ଭାବନ୍ତି ଯେ, ମୁଁ ଜଣେ ମାନସିକ ରୋଗୀ, ମୋତେ ସେମାନଙ୍କ ସହିତ ରଖିବାକୁ କେହି ଚାହାଁନ୍ତି ନାହିଁ ବୋଲି ଲୀଳାବତୀ କହିଛନ୍ତି।
ପୁଅ ଘରୁ ବାହାର କରିଦେବା ପରେ ସେ ବେସାହାରା ହୋଇଗଲେ। ମୁମ୍ବାଇରୁ ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀ ଆସିଥିଲେ। ଏଠାରେ ତାଙ୍କ ଅନ୍ୟ ଦୁଇ ପୁଅ ରୁହନ୍ତି। ଦିଲ୍ଲୀରେ ତାଙ୍କ ରହୁଥିବା ପୁଅମାନେ ମା’ଙ୍କ ଆସିବାର ଖବର ପାଇ ନ ଥିଲେ। ଲୀଳାବତୀ ଦେବୀ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା। ସେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଦୁଇ ସପ୍ତାହ ଧରି ଚିକିତ୍ସିତ ହୋଇଥିଲେ। ପ୍ରଥମେ ଦିଲ୍ଲୀର ଏକ ପରିବାର ଲୀଲାବତୀ ଦେବୀଙ୍କୁ ତାଙ୍କ ଘରେ ରଖିଥିଲେ। କିନ୍ତୁ ପରେ ଅଜଣା କାରଣରୁ ତାଙ୍କୁ ବିଦା କରିଦେଇଥିଲେ। ଏବେ ସେ ସଞ୍ଜୟ ସିଂଙ୍କ ଘରେ ରହିବେ ବୋଲି ଜଣାପଡିଛି। ସଞ୍ଜୟ ସିଂ ତାଙ୍କ ସ୍ତ୍ରୀ, ଦୁଇ ପିଲା ଏବଂ ପିତାମାତାଙ୍କ ସହ ଉତ୍ତର ଆଭେନ୍ୟୁରେ ଥିବା ତାଙ୍କ ସରକାରୀ ବାସଭବନରେ ରୁହନ୍ତି। ସଞ୍ଜୟ ସିଂଙ୍କର ଜଣେ ଘନିଷ୍ଠ ସହଯୋଗୀ ଅଜିତ ତ୍ୟାଗି କହିଛନ୍ତି ଯେ, ଲୀଳାବତୀ ଅଧିକାଂଶ ସମୟ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି। ବର୍ତ୍ତମାନ ସେ ଏହି ପରିବାରର ଅଂଶ ହୋଇଥିବାରୁ ତାଙ୍କୁ ଘରୁ ବାହାର କରି ଦେଇଥିବା ପରିବାରକୁ ଦିଆଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ମ୍ୟାନ୍‌ମାର ସୀମାରେ ଗୁଳି ବିନିମୟ…

କୋହିମା/ଇଟାନଗର, ୯।୮ : ଭାରତ-ମ୍ୟାନମାର ସୀମାରୁ ଆସିଥିବା ଉଗ୍ରବାଦୀ ଗୋଷ୍ଠୀ ମଙ୍ଗଳବାର ଅରୁଣାଚଳ ପ୍ରଦେଶରେ ଏବଂ ପରେ ନାଗାଲାଣ୍ଡରେ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରକୁ ଗୁଳି...

୧୪୫ ଦିନରେ ୪୦୦୦ କିଲୋମିଟର ଯାତ୍ରା, ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା.., ଶେଷ ହେବ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ,୩୦ ।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଶେଷ ହେବାକୁ ଯାଉଛି । ତାମିଲନାଡୁର କନ୍ୟା...

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଏଲଆଇପି ସମର୍ଥକ ମୁହାଁମୁହିଁ

ଚଣ୍ଡିଗଡ଼,୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ଇତିମଧ୍ୟରେ ସୋମବାର ରାତିରେ ଆତ୍ମ ନଗର...

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି...

ତେଲ ଦର ବଢ଼ାଇ ୨୩ ଲକ୍ଷ କୋଟି ଆଦାୟ କରିଛନ୍ତି ସରକାର:ରାହୁଲ

ନୂଆଦିଲ୍ଲୀ,୨ା୯: ତେଲ ଏବଂ ଗ୍ୟାସ୍‌ର ଲଗାତର ଦରବୃଦ୍ଧିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବୁଧବାର ଟାର୍ଗେଟ କରିଛନ୍ତି। ଗତ ୭ ବର୍ଷରେ...

ତେଜସ୍ବୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ବର୍ତ୍ତମାନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ହେବାପରେ...

ହିନ୍ଦୀକୁ ଶାହଙ୍କ ଗୁରୁତ୍ୱ ପ୍ରସଙ୍ଗ: ୟେଦୁରାପ୍ପା, କମଲ ହାସନ୍‌ଙ୍କ ବିରୋଧ

ନୂଆଦିଲ୍ଲୀ, ୧୭ା୯ (ପି.ଟି.): ହିନ୍ଦୀକୁ ଗୁରୁତ୍ୱ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା କଥା କହିଥିବାବେଳେ ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ତୀବ୍ର...

କଂଗ୍ରେସକୁ କେହି ବଞ୍ଚାଇ ପାରିବେ ନାହିଁ: ଶିବରାଜ

ଭୋପାଳ,୨୪।୮: ଗୋଟିଏ ପଟେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି )ର ବୈଠକ ଚାଲୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା...

Advertisement
Archives

Model This Week