Home Left

ଲକ୍‌ଡାଉନରେ କୋହଳ: ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ହାର

ବ୍ରହ୍ମପୁର ଅଫିସ,୨୬ା୪-ବ୍ରହ୍ମପୁରରେ ରବିବାର ସକାଳେ ମାସ୍କ ପିନ୍ଧା ଦୁର୍ବୃତ୍ତ ୨ଟି ଥାନା ଇଲାକାରେ ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗର ଛକ ନିକଟ ଦେଇ ଯାଉଥିବା ଇ.ଜ୍ୟୋତି ପାତ୍ର ନାମ୍ନୀ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ହାର ଝାମ୍ପି…

ଚିନ୍ତା ବଢାଇଛି ରାଜ୍ୟ ବାହାରୁ ଆସୁଥିବା ଟ୍ରକ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ମହାମାରୀ କରୋନା ସଂକ୍ରମଣର ଭୟ ଅଞ୍ଚଳବାସୀଙ୍କୁ ବ୍ୟସ୍ତ କରୁଥିବାବେଳେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ବୁଗୁଡ଼ା ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଏଠାକାର ପରିବା ବଜାର ସହରର ମଧ୍ୟଭାଗରେ ରହିଥିବାବେଳେ ଚାରିପଟେ ଅରବିନ୍ଦନଗର, ବାଲିପିଣ୍ଡି ସାହି, ତେଲିସାହି ଓ ମୁଖ୍ୟ ସଡ଼କ…

ବାଉଁଶ ଗଛରେ ଫୁଲ, ମରୁଡ଼ି ଆଶଙ୍କା

କବିସୂର୍ଯ୍ୟନଗର୨୬ା୪- କବିସୂର୍ଯ୍ୟନଗରରେ ବାଉଁଶ ଗଛରେ ଫୁଲ ଫୁଟିବା ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। କରୋନା ମହାମାରୀ ଯୋଗୁ ମାନବଜାତି ହନ୍ତସନ୍ତ ହେଉଥିବାବେଳେ ବାଉଁଶ ପଛରେ ଫୁଲ ଧରିବା ଆଉ ଏକ ବିପତ୍ତିର ପୂର୍ବାଭାସ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି। ବାଉଁଶ ଗଛରେ…

ଚେନ୍ନାଇରେ କାଳବୈଶାଖୀ: ଗଞ୍ଜାମର ୫୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ଘର ଭାଙ୍ଗିଲା

ପାତ୍ରପୁର,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ବହୁ ଶ୍ରମିକ ଚେନ୍ନାଇରେ ରହି ଦାଦନ ଖଟୁଛନ୍ତି। ଲକଡାଉନ ପରେ ବହୁ ଶ୍ରମିକ ଚାଲିଚାଲି, ସାଇକେଲ ଓ ଜଳପଥରେ ବିପଦପୂର୍ଣ୍ଣ ଭାବେ ଘରକୁ ଫେରୁଛନ୍ତି। ଶନିବାର ଚେନ୍ନାଇରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ବ୍ୟାପକ କ୍ଷୟକ୍ଷତି…

ସୀମା ପାର ହୋଇ ଚାଉଳ, ବହି ନେବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫେରାଇଲା ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ କନ୍ଧମାଳ ଜିଲାର ସବୁ ସୀମାକୁ ସିଲ୍‌ କରାଯାଇଛି। କନ୍ଧମାଳ-ଗଜପତି ଜିଲାର ସୀମା ବ୍ରାହ୍ମଣୀଗଁା ଥାନା ଝିଞ୍ଜିରିଗୁଡାଠାରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛଡ଼୍‌ତି। ଗଜପତି ଜିଲା ଦମଦୁଆ ପଞ୍ଚାୟତ ଘାସପଦା ଗ୍ରାମର ୮ଜଣ ଛାତ୍ରୀଛାତ୍ର ଶନିବାର ଗୋଟିଏ ଅଟୋରେ…

ଯୌତୁକ ପାଇଁ ବଧୂହତ୍ୟା: ସ୍ବାମୀ ଗିରଫ

ରେମୁଣା, ୨୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ଶଟ୍‌ଡାଉନ ପ୍ରତ୍ୟାହାର ପରେ ଲକ୍‌ଡାଉନ କଡାକଡି: ୬୭ ଗାଡି ଜବତ, ୭୩ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ,୨୬।୪-ମହାମାରୀ କରୋନା ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନଜରରେ ରଖି ଗତ ୨୩ ତାରିଖ ରାତି୧୦ଟାରୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଦୀର୍ଘ ୬୦ଘଣ୍ଟା…

ନେଳିଆବାଗରେ କଣ୍ଟେନମେଣ୍ଟ ଅବଧି ଆଉ ୭ଦିନ ବଢିଲା

ବାଲେଶ୍ୱର ଅଫିସ,୨୬।୪-ବାଲେଶ୍ୱର ପୌରାଞ୍ଚଳର ନେଳିଆବାଗ ଅଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ତରଫରୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ) ଭାବେ ଘୋଷଣା କରାଯାଇଥିଲା। ସେହି ଅଞ୍ଚଳରେ ଲୋକମାନଙ୍କ ଯିବା ଓ ଆସିବା…

ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର କହ୍ନେଇ ମାଝୀ (୨୩) ନାମକ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…

୭୨ ବର୍ଷରେ ମୌସୁମୀ: ପ୍ରକୃତ ନାମ ଥିଲା ଇନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ରବିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୧୯୪୮ ଏପ୍ରିଲ୍‌ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ୍‌ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା…

ଖବର କାଗଜ ଅବା ଚିଠିରେ ବ୍ୟାପେନା କରୋନା

ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଏରୋସଲ ବୈଜ୍ଞାନିକ ଲିନ୍ସେ୍‌ ମାରେ କହିଛନ୍ତି ଯେ, କରୋନା ଖବର କାଗଜ ଅବା…

ଲକ୍ଷଣ ନ ଥିବା ୬୫ ପ୍ରତିଶତ କରୋନା ସଂକ୍ରମିତଙ୍କ ଯୋଗୁ ଭୋପାଳରେ ସଙ୍କଟ

ଭୋପାଳ,୨୬।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଏକ ବଡ଼ ସମସ୍ୟା ଦେଖାଦେଇଛି। ଏଠାରେ ୬୫ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ମାତ୍ର ପରବର୍ତ୍ତୀ ସମୟରେ ସେମାନେ ସୁପର ସ୍ପ୍ରେଡର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri