ମା’ କ୍ଷୀର ବୃଦ୍ଧି ଲାଗି

ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ ସମସ୍ତ ଉପାଦାନ ତା’କୁ ମା’ କ୍ଷୀରରୁ ମିଳିଥାଏ। ହେଲେ କେତେକ ମା’ଙ୍କ କ୍ଷେତ୍ରରେ କ୍ଷୀର କ୍ଷରଣ କମ ହେବା ଫଳରେ ଶିଶୁକୁ ଆବଶ୍ୟକ ମାତ୍ରାରେ କାର୍ବୋହାଇଡ୍ରେଟ୍‌, କ୍ୟାଲ୍‌ସିଅମ୍‌, ପ୍ରୋଟିନ୍‌, ମିନେରାଲ୍ସ, ଭିଟାମିନ୍ସ ଭଳି ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଅଭାବ ହୋଇଥାଏ। ଯାହାକୁ ଭରଣା କରିବା ଲାଗି ମା’କୁ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ମନେ ରଖନ୍ତୁ ଅନେକେ ଭାବନ୍ତି ନିର୍ଦ୍ଧିଷ୍ଟ ଖାଦ୍ୟ କିମ୍ବା ଭିଟାମିନ୍‌ ଔଷଧ, ପ୍ରୋଟିନ୍‌ ପାଉଡର, ଆଡିଶନାଲ ଫୁଡ୍‌ ସପ୍ଲିମେଣ୍ଟ ଇତ୍ୟାଦି ଖାଇଲେ ମା’ ଶରୀରିକ ଆବଶ୍ୟକତା ଭରଣା କରିହେବା ସହ କ୍ଷୀର ଅଧିକ ହେବ। କେହି କେହି ସ୍ତନ୍ୟଦାତ୍ରୀ ମା’ଙ୍କୁ ଏହା ଖାଇବା ଠିକ୍‌ ନୁହେଁ, ଏହା ଖାଇଲେ ଶିଶୁର ଝାଡା ହେବ, ଦେହ ଖରାପ ହେବ ଇତ୍ୟାଦି କହିଥାନ୍ତି। ହେଲେ ବାସ୍ତବରେ ଏସବୁ ଏକ ଭ୍ରାନ୍ତ ଧାରଣା ଯାହାକୁ ସୋସିଓ କଲ୍ଚରାଲ୍‌ ଆସ୍ପେକ୍ଟ୍‌ସ୍‌ ଅଫ୍‌ ଫୁଡ୍‌’ ବା ଆମ ଖାଦ୍ୟ ଅଭ୍ୟାସରେ ସାମାଜିକ ଓ ସାଂସ୍କୃତିକ କାରକଗୁଡିକର ପ୍ରଭାବ କୁହାଯାଏ। ତେଣୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଠିକ୍‌ ପରିମାଣରେ କ୍ଷୀର ହେବା ସହ ମା’ ଶରୀର ସୁସ୍ଥ ରହିବା ଲାଗି ମା’କୁ ସବୁବେଳେ ପେଟ ପୁରାଇ ଖାଇବା ଦରକାର ଏବଂ ଯାହାବି ପୂର୍ବରୁ ଖାଉଥିଲେ ତା’ଠାରୁ ଅଧିକ ପରିମାଣରେ ଖାଦ୍ୟ ଆବଶ୍ୟକ। ଅର୍ଥାତ୍‌ ଦୈନିକ ଭାତ, ଡାଲି, କ୍ଷୀର, ତେଲ, ଘିଅ ଏବଂ ଚିନି, ଗୁଡ଼ ଆଦି ଖାଦ୍ୟର ମାତ୍ରା ବଢାଇବା ଆବଶ୍ୟକ। ଏହା ବ୍ୟତୀତ ରୁଟି, ଦୁଧ, ଛେନା, ଫଳ, ଶାଗୁ, ଲାଉ, ସନ୍ତୁଳା ଓ ତଟକା ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ଫଳରସଠୁ ଆରମ୍ଭକରି ଅନ୍ୟ ସବୁ ପ୍ରକାର ଖାଦ୍ୟ ବି ଖାଇବା ଦରକାର। ଏ ସମୟରେ ପ୍ରଚୁର ପାଣି ପିଇବା ଦରକାର। ତେବେ ସାଧାରଣତଃ ସ୍ବାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଉଥିବା ଅଧିକ ଥଣ୍ଡା, ତେଲ ମସଲା ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ନ ଖାଇବା ଭଲ। ଏହାବ୍ୟତୀତ ବିନା ଡାକ୍ତରଙ୍କ ପରାମର୍ଶରେ କ୍ଷୀର ବଢାଇବା ଲାଗି କୌଣସି ଔଷଧ ଖାଇବା ଶିଶୁ ପାଇଁ ବିପଦପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାକୃତିକ ଉପାୟରେ ଧଳା କେଶକୁ କଳା କରିବାକୁ ଚାହୁଁଥିଲେ…

କେଶ ଧଳା ହେବା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ବର୍ତ୍ତମାନ ଏହି ସମସ୍ୟା ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କଠାରେ ମଧ୍ୟ ଦେଖାଯାଉଛି। ତେବେ...

ଆଜ୍‌ମାରୁ ମୁକ୍ତି ପାଇଁ ଘରୋଇ ଉପଚାର

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା...

ସ୍ମରଣ ଶକ୍ତିକୁ ସକ୍ରିୟ କରେ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଅଣ୍ଡା ଖାଇବା ଦ୍ୱାରା ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ...

ଖରାଦିନେ ତ୍ୱଚାର ଯତ୍ନ

ଖରାଦିନେ ମୁହଁର ତ୍ୱଚାକୁ ଧୂଳି ଏବଂ ଝାଳ ହେବାରୁ ଦୂରେଇ ରଖନ୍ତୁ। ଝାଳ ସହିତ ଅତ୍ୟଧିକ ଧୂଳି ରହିଲେ ଖୁବଶୀଘ୍ର ମୁହଁରେ ବ୍ରଣ ହୋଇଥାଏ। ତେଣୁ...

ଡିପ୍ରେଶନ ବଢ଼ାଇ ଥାଏ ଏହି ୫ ଜିନିଷ : ଡାଏଟରେ କରନ୍ତୁ ନାହିଁ ସାମିଲ

ଧାରାବାହିକରୁ ଚଳଚ୍ଚିତ୍ର ଜଗତକୁ ଯାଇଥିବା ସୁଶାନ୍ତ ସିଂ ରାଜପୁତ ଆଉ ଦୁନିଆରେ ନାହାଁନ୍ତି। ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ପାଇଁ, ତାଙ୍କର ଦେହାନ୍ତ କିଛି...

ଶୋଇବା ପୂର୍ବରୁ ପିଅନ୍ତୁ ଏକ ଗ୍ଲାସ୍‌ ଉଷୁମ ପାଣି

ଶରୀରରେ ଜଳୀୟଅଂଶର ମାତ୍ରା ନିୟନ୍ତ୍ରଣରେ ରଖିବା ଲାଗି ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ବିଷାକ୍ତ ପଦାର୍ଥ ଶରୀରରୁ ବାହାରିଯାଇଥାଏ। ତେବେ କ’ଣ ଆପଣ ଜାଣନ୍ତି...

ବାୟୋମ୍ୟାଗ୍ନେଟିକ୍‌ ଜୁଏଲେରି: ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡ ସହ ନିଜକୁ ଅପ୍‌ଡେଟ୍‌ ରଖିବାରେ ବେଶ୍‌ ଆଗରେ ଯୁବପିଢ଼ି। ସବୁବେଳେ ସେମାନେ ଫ୍ୟାଶନ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରିଥାନ୍ତି। ଠିକ୍‌...

ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ

ସୁସ୍ଥ ମଣିଷ ହେଉଛି ଦେଶ ଓ ସମାଜର ସମ୍ବଳ। ଜଣେ ଅସୁସ୍ଥ ରହିଲେ ସେ କାର୍ଯ୍ୟକ୍ଷମ ହୋଇ ନ ଥାନ୍ତି। ପୁଣି ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ...

Advertisement
Archives

Model This Week