ଶେରଗଡ଼ରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୭୭; ସୁସ୍ଥ ହେଲେଣି ୨୫୪, ୨ ମୃତ

ଶେରଗଡ଼, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶେରଗଡ଼ ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ତେବେ ବିଗତ ୪ମାସ ମଧ୍ୟରେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଛି। ସେଥିମଧ୍ୟରୁ ୨୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣଙ୍କ ମୃତ୍ୟ ଘଟିଛି। ୧୧ଜଣ ହୋମ୍‌ ଆଇସୋଲେଶନରେ ଥିବା ବେଳେ ଅନ୍ୟ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ବିଡିଓ ସୁରଞ୍ଜନ କୁମାର ସାହୁ ସୂଚନା ଦେଇଛନ୍ତି। ବ୍ଲକର ୨୧ଗ୍ରାମକୁ ପ୍ରଶାସନ ପକ୍ଷରୁ ରେଡ୍‌ ଜୋନ ଭାବେ ଘୋଷଣା କରାଯିବା ପରେ ସ୍ବାବ୍‌ ଟେଷ୍ଟ ଆରମ୍ଭ ହୋଇଥିଲା। ଶେରଗଡ଼ରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଆଗକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ। ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ବ୍ୟବହାର କରିବା ଜରୁରୀ ବୋଲି ସ୍ଥାନୀୟ ତହସିଲଦାର ଡ. ଦୟାସିନ୍ଧୁ ପରିଡା କହିଛନ୍ତି । ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭାବିକ ବର୍ଷା, କୃଷି କାର୍ଯ୍ୟ ଆଗେଇଲା

ସୋନପୁର, ୭।୭(ନି.ପ୍ର.) ବିଳମ୍ବିତ ମୌସୁମୀ ଓ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଚାଷ ପ୍ରାରମ୍ଭିକ ଅବସ୍ଥାରେ ପ୍ରଭାବିତ ହୋଇଥିଲା। କିନ୍ତୁ କାଳବୈଶାଖୀ...

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ...

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ...

ସାଇକେଲ ଯୋଗେ ବିଶାଖାପାଟଣାରୁ ୧୪ ଶ୍ରମିକ ଘରମୁହାଁ

ରାୟଗଡ଼ା ଅଫିସ,୧୦ା୫ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାର ପ୍ରାୟ ୪୫ ଦିନରୁ ଊର୍ଦ୍ଧ୍ୱ ହେବ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ...

ବସ୍ତିରେ ହୋଇନାହିଁ ସଂକ୍ରମଣ: ବିଏମ୍‌ସି

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କରୋନା ସଂକ୍ରମଣରେ ରୋକ୍‌ ଲଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନାନା ପଦକ୍ଷେପ ହାତକୁ ନେଇଛି। ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ...

ନଦୀର ଅଧାପାଣି ସମୁଦ୍ରକୁ ବୋହିଯାଉଛି: ହାତ ଟେକି ଦେଇଛନ୍ତି ସରକାର, ଜଳ ସଂରକ୍ଷଣକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ନଦୀରୁ ଜଳ ସିଧାସଳଖ ସମୁଦ୍ରକୁ ବୋହିଯାଉଛି। ଏହାକୁ ରାଜ୍ୟ ସରକାର ସଂରକ୍ଷଣ କରିପାରୁନାହାନ୍ତି। ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି...

ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର

ଦେବଗଡ଼, ୭ା୧୨(ଡ଼ି.ଏନ୍‌.ଏ.) – ଦେବଗଡ଼ରେ ଭାଜପା ଯୁବ ମୋର୍ଚ୍ଚାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ...

ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦାନ କଲେ ୨ ଭଉଣୀ

କୋକସରା,୧୧।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୁଣ୍ଡିରେ ରଖିଥିବା ସଞ୍ଚିତ ଟଙ୍କା ଦାନ କରିଛନ୍ତି ୨ କୁନି ଭଉଣୀ। ସେମାନେ ହେଲେ କଳାହାଣ୍ଡି...

Advertisement


Archives

Model This Week