ବେଶ୍‌ ଉପକାରୀ ସ୍ତନ୍ୟପାନ: ଶିଶୁ ପାଇଁ ସଂଜୀବନୀ

ଶିଶୁଟି ଭୂମିଷ୍ଠ ହେବା ପରେ ତା’ର ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଲା ଜନ୍ମଦାତ୍ରୀ ମା’ର କ୍ଷୀର; ଯାହାକୁ ଅମୃତ ସହ ତୁଳନା କରାଯାଏ। ଆଜିର ଅଲଟ୍ରାମଡର୍ନ ଯୁଗରେ ବିଭିନ୍ନ ଜିନିଷର ବିକଳ୍ପ ମିଳୁଛି। ହେଲେ ଶିଶୁ ପାଇଁ ମା’ କ୍ଷୀରର ବିକଳ୍ପ ଭାବେ ଅନ୍ୟ କୌଣସି ଖାଦ୍ୟର ସ୍ଥାନ ନାହିଁ। ଭଗବାନଙ୍କ ସୃଷ୍ଟିରେ ଶିଶୁ ପାଇଁ ମା’ କ୍ଷୀର ହେଉଛି ସର୍ବୋତ୍କୃଷ୍ଟ ଅବଦାନ। ହେଲେ ବିଭିନ୍ନ କାରଣରୁ ଅନେକ ଶିଶୁ ମା’ କ୍ଷୀର ଖାଇବାରୁ ବଞ୍ଚତ୍ତ ହୋଇଥାନ୍ତି, ଯାହା କି ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅହିତକର। ତେଣୁ ସ୍ତନ୍ୟପାନ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏହି ଅବସରକୁ ନେଇ ବିଶେଷ ଉପସ୍ଥାପନା…

କେଉଁ ଆଦିମ କାଳରୁ ମାନବ ଶଶୁଟି ପୃଥିବୀ ପୃଷ୍ଠକୁ ଆସିବା ପରେ ମାତୃ ସ୍ତନ୍ୟପାନ କରିଆସୁଅଛି। ମାତୃ ସ୍ତନ୍ୟପାନ ଓ ଅନାବିଳ ମାତୃସ୍ନେହର ନିବିଡ ଆଶ୍ଳେସ ଦ୍ୱାରା ସେ ନିଜ ସ୍ଥିତିକୁ ଏ ଭୂପୃଷ୍ଠରେ ସୁଦୃଢ କରିଥାଏ। ତେବେ ମନୁଷ୍ୟ ଜୀବନର ମୂଳଦୁଆ ପ୍ରଥମ ୧୦୦୦ ଦିନର ଯତ୍ନ ଉପରେ ନିର୍ଭର କରେ। ଏଥିରେ ଜନ୍ମ ସମୟର ରାଶି ନକ୍ଷତ୍ରର ପ୍ରଭାବ ମୂଲ୍ୟହୀନ। ଏକହଜାର ଦିନକୁ ଏହିପରି ଭାବରେ ବିଭକ୍ତ କରାଯାଇଛି। ଗର୍ଭରେ ଥିବା ୯ମାସ ବା ୨୭୦ ଦିନ ଓ ଜନ୍ମଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ୭୩୦ ଦିନ। ପ୍ରଥମ ୬ ମାସ କେବଳ ମାତୃ ସ୍ତନ୍ୟପାନ ଓ ୨ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ସହ ଅନ୍ୟାନ୍ୟ ବୟସ ଉପଯୋଗୀ ଖାଦ୍ୟ ଶିଶୁଟିର ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ।
ପୃଥିବୀ ପୃଷ୍ଠରେ ଯେତେ ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି ସମସ୍ତେ ନିଜର ମାତୃ ସ୍ତନ୍ୟପାନ କରି ନିଜର ଶରୀର ଗଠନ, ସ୍ବଭାବ, ପ୍ରକୃତି ଓ ପରିବେଶ ସହିତ ଚଳିବାର କଳାକୁ ସାକାର କରିଥାନ୍ତି। ଯେପରି ବ୍ୟାଘ୍ର ଗୋଟିଏ ମାଂସାସୀ ପ୍ରାଣୀ ଓ ତା’ର ଶରୀର ତଥା ମସ୍ତିଷ୍କ ବୃଦ୍ଧି ନିମିତ୍ତ ସମସ୍ତ ଉପାଦାନ ସେ ତା’ର ମାତୃ ସ୍ତନ୍ୟରୁ ପାଇଥାଏ। ସେହିପରି ଏକ ଗୋ ଶାବକ ଶାକାହାରୀ ଖାଦ୍ୟ ଖାଇବା ଲାଗି ଗୋ ଦୁଗ୍ଧରୁ ଉପାଦାନ ଆହରଣ କରିଥାଏ। ତିମି ମାଛ ଏକ ସ୍ତନ୍ୟପାୟୀ ଜଳଜୀବ; ଯାହାର ଶରୀରର ଉତ୍ତାପ ରକ୍ଷା ପାଇଁ ଅଧିକ ଚର୍ବି ଦରକାର ହୋଇଥାଏ। ସେଥିପାଇଁ ତା’ର ମାତୃସ୍ତନ୍ୟରେ ଅଧିକ ଚର୍ବି ଥାଏ। ଏସବୁ ଆଲୋଚନାର ଅର୍ଥ ହେଲା, ଯେଉଁ ପ୍ରାଣୀର ଶରୀର ଗଠନ ଓ ଜୀବନଯାପନ ପାଇଁ ଯେଉଁ ଉପାଦାନ ଆବଶ୍ୟକତା ଥାଏ ତାହା ସେହି ଜୀବର ମାତୃ ସ୍ତନ୍ୟରେ ଥାଏ। ହେଲେ ପରିତାପର ବିଷୟ କେତେକ ଶିଶୁ ବିଭିନ୍ନ କାରଣରୁ ଏଥିରୁ ବଞ୍ଚତ୍ତ ହୋଇଥାନ୍ତି। ଫଳରେ ସେମାନଙ୍କ ଠାରେ ଆବଶ୍ୟକ ପୋଷକତତ୍ତ୍ୱ ଅଭାବ ହୋଇଥାଏ। ତେଣୁ ଏଦିଗରେ ସଚେତନ କରିବା ଲାଗି ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ କରାଯାଉଛି। ତେବେ ସୁଖର ବିଷୟ ଆମ ଦେଶରେ ସ୍ତନ୍ୟପାନ ହାର ବୃଦ୍ଧିପାଉଛି। ପ୍ରଥମ ୬ ମାସ କେବଳ ସ୍ତନ୍ୟପାନ କରାଇବା ହାର ୨୦୦୫-୨୦୦୬ରେ ୪୬.୪% ଥିବା ବେଳେ ୨୦୧୫-୧୬ରେ ଏହା ବୃଦ୍ଧି ପାଇ ୫୪.୯ ପ୍ରତିଶତ ହୋଇଛି। ତଥାପି ଚିକିତ୍ସାଳୟରେ ପ୍ରସବ ହାର ବୃଦ୍ଧି ସତ୍ତ୍ୱେ ସ୍ତନ୍ୟପାନ ହାର ଆଶାଜନକ ନୁହେଁ।
ମାତୃସ୍ତନ୍ୟ କ୍ଷରଣ ଏକ ମାନସିକ ଓ ଶାରୀରିକ ପ୍ରକ୍ରିୟା। ଏହାକୁ ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟାନ୍ବିତ ହେବାକୁ ପଡେ। ଏକ ଅପରିପକ୍ୱ ଶିଶୁ ପାଇଁ ମାତୃସ୍ତନ୍ୟରେ ଅଧିକ ଶକ୍ତି ଓ ପୁଷ୍ଟି ଥାଏ। ସେହିପରି ଏକ ପରିପକ୍ୱ ଶିଶୁ ପାଇଁ ଖାଦ୍ୟସାର ସ୍ବତନ୍ତ୍ର ହୋଇଥାଏ। ପ୍ରୋଲକ୍ଟିନ୍‌ ଓ ଅକ୍ସିଟୋସିନ ଦୁଇଟି ହରମୋନ ଦ୍ୱାରା ଦୁଗ୍ଧ କ୍ଷରଣ ନିୟନ୍ତ୍ରିତ ହୋଇଥାଏ।
କ୍ଷୀର କ୍ଷରଣ ବୃଦ୍ଧିର ଉପାୟ
ଶିଶୁକୁ ୬ ମାସ ପର୍ଯ୍ୟନ୍ତ ଅନ୍ୟ କିଛି ନ ଦେଇ କେବଳ ସ୍ତନ୍ୟପାନ କରାଇବା ଏବଂ ବିଶେଷ କରି ରାତିରେ ସ୍ତନ୍ୟପାନ କରାଇବା ସହ ମା’ ସମସ୍ତ ଖାଦ୍ୟ ଖାଇବା ଓ ଅଧିକ ଜଳପାନ କରିବା।
କ୍ଷୀର ହ୍ରାସର କାରଣ:
ଶିଶୁକୁ ବୋତଲରେ ଖୁଆଇବା, ସମ୍ପୂର୍ଣ୍ଣ କ୍ଷୀର ନ ପିଆଇ ବାହାର କ୍ଷୀର, ଚିନି ପାଣି, ମହୁ ପାଣି, ଗାଈ କ୍ଷୀର ପିଆଇବା ଏବଂ ସ୍ତନ୍ୟପାନ ସମୟରେ ଭୁଲ ଭାବେ ଶିଶୁକୁ ଧରିବା କ୍ଷୀର ହ୍ରାସ ପାଇଁ ଦାୟୀ।
ସ୍ତନ୍ୟପାନର ଉପକାର:
ସ୍ତନ୍ୟପାନର ଉପକାର ଅସୁମାରୀ। କାରଣ ମା’ର କ୍ଷୀର ସହଜରେ ଉପଲବ୍ଧ। ଏହାର ଉତ୍ତାପ ଶିଶୁର ଶରୀର ଉତ୍ତାପ ସହିତ ସମାନ। ଏହା ସଂକ୍ରାମକ ଜୀବାଣୁମୁକ୍ତ ଓ ପ୍ରଥମ ଦିନରୁ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ଥାଏ। ଏହା ନ୍ୟୁମୋନିଆ, ଡାଇରିଆ ରୋଗରୁ ଶିଶୁକୁ ରକ୍ଷା କରିଥାଏ। ଯେପରି ଇମ୍ୟୁନୋଗ୍ଲୋବୁଲିନ୍‌ ଜି(IgG), ଲାକ୍ଟୋଫେରିନ୍‌, ଲାଇସୋଜାଇମ୍‌, ଇଣ୍ଟରଫେରନ୍‌, କମ୍ପ୍ଲିମେଣ୍ଟ, ଟି ଓ ବି ଲିମ୍ଫୋସାଇଟ୍‌, ବାଇଫିଡସ୍‌ ଫ୍ୟାକ୍ଟର pABA ରୋଗ ଆକ୍ରମଣରୁ ଶିଶୁକୁ ମୁକ୍ତ ରଖେ। ସ୍ତନ୍ୟପାନ ବୁଦ୍ଧିର ବିକାଶ ସହ ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଭବିଷ୍ୟତରେ ଶିଶୁକୁ କରୋନାରୀ ଅର୍ଟେରୀ ରୋଗ, ଉଚ୍ଚ ରକ୍ତଚାପ ରୋଗ, ବହୁମୂତ୍ର ରୋଗ, ପୃଥୁଳତା, ଆଜ୍‌ମା ଓ ଆଲର୍ଜି, ଲିମ୍ଫୋମା ସଂକ୍ରମଣଜନିତ ଆନ୍ତ୍ରିକ ରୋଗ ହୁଏ ନାହିଁ। ମା’ କ୍ଷୀର ପିଇବା ଦ୍ୱାରା ମାଣ୍ଡିବଲ୍‌ ବା ତଳ ମାଢି ହାଡର ଉପଯୁକ୍ତ ଚାଳନା ହୋଇଥାଏ ଏବଂ ତାହା ଶକ୍ତ ହୋଇଥାଏ। କେବଳ ଏତିକି ନୁହେଁ ମା’ କ୍ରୋଡରେ ରହି ଶିଶୁ କ୍ଷୀର ପିଇବା ଦ୍ୱାରା ଶିଶୁ ମୃତ୍ୟୁ ହାର କମିଥାଏ।
ସ୍ତନ୍ୟପାନ ଦ୍ୱାରା ମା’ର ଉପକାରିତା
– ମାତୃସ୍ତନ୍ୟ ଶିଶୁ ପାଇଁ ସହଜଲବ୍ଧ। ତେଣୁ ଏଥିରେ ମା’ର ସମୟ ଅପଚୟ ହୁଏ ନାହିଁ। ବିଶ୍ରାମ ନେବାକୁ ସମୟ ପାଇଥାଏ। ଏହା ସ୍ତନ କର୍କଟ, ଡମ୍ବି କୋଷର କର୍କଟ, ଜରାୟୁ ଗ୍ରୀବା କର୍କଟ ଆଦି ରୋଗରୁ ରକ୍ଷା କରିଥାଏ। ଏହା ପ୍ରସବୋତ୍ତର ଋତୁସ୍ରାବ ହ୍ରାସ କରିଦିଏ(ପିପିଏମ୍‌)। ଗର୍ଭାବସ୍ଥାରେ ଜମିଥିବା ଚର୍ବିକୁ ହ୍ରାସ କରିଥାଏ। ଏହା ଏକ ପ୍ରାକୃତିକ ଗର୍ଭ ନିରୋଧକ।
ପରିବାର ଓ ସମାଜର ଉପକାର:
ମା’ କ୍ଷୀରର ବିକଳ୍ପ ନାହିଁ। ହେଲେ ଏହା ବଦଳରେ ଡବାକ୍ଷୀର ଖୁଆଇବା ଦ୍ୱାରା ଓଲଟା ଶିଶୁର ଦେହ ବାରମ୍ବାର ରୁଗ୍‌ଣ ହୋଇଥାଏ। ପ୍ରତିଦିନ ଶିଶୁକୁ ଆବଶ୍ୟକ ମାତ୍ରାରେ ଡବାକ୍ଷୀର ଯୋଗାଇବା ପରିବାର ଉପରେ ଆର୍ଥତ୍କ ବୋଝ ହୋଇଥାଏ। ଫଳରେ ଏହି ଖର୍ଚ୍ଚ ସହିତ ଶିଶୁର ଔଷଧ ଖର୍ଚ୍ଚ, ଡାକ୍ତର ଫିଜ୍‌, ଲାବୋରେଟୋରୀ, ଏକ୍ସ-ରେ ଖର୍ଚ୍ଚ ଇତ୍ୟାଦି ବେଡି ଉପରେ କୋରଡା ମାଡ। କେବଳ ଏତିକି ନୁହେଁ, ଶିଶୁ ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ୟାସ୍‌ କିମ୍ବା କାଠ ଲାଗି ଜଙ୍ଗଲ ହ୍ରାସ। କ୍ଷୀର ଡବା, ବୋତଲ ଏଣେ ତେଣେ ପଡିବା ଫଳରେ ପରିବେଶ ଦୂଷିତ ହେଇଥାଏ। ତେଣୁ ଶିଶୁ ସହିତ ଉଭୟ ପରିବାର ଓ ସମାଜର କଲ୍ୟାଣ ପାଇଁ ଶିଶୁକୁ ମା’ କ୍ଷୀର ଖୁଆଇବା ଆବଶ୍ୟକ।
ଏହିଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଚଳିତବର୍ଷ ବିଶ୍ୱ ସ୍ତନ୍ୟପାନ ସପ୍ତାହର ବାର୍ତ୍ତା- ସପୋର୍ଟ ବ୍ରେଷ୍ଟ ଫିଡିଙ୍ଗ୍‌ ଫର୍‌ ଏ ହେଲ୍‌ଦିଅର୍‌ ପ୍ଲାନେଟ୍‌।
– ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ
ଶିଶୁରୋଗ ବିଶେଷଜ୍ଞ
ଲିଙ୍ଗରାଜ ବିହାର, ପୋଖରୀପୁଟ
ମୋ- ୯୪୩୭୧୦୩୬୭୭


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri