ଶିଶୁ ଲାଗି ସର୍ବୋତ୍ତମ ଖାଦ୍ୟ

ମା’ କ୍ଷୀର ଅମୃତ, ଯାହାକୁ ପାନ କଲେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଓ ସେ ଦୀର୍ଘାୟୁ ହୁଏ। ଏହି କ୍ଷୀର ଶିଶୁ ପାଇଁ ସଂଜୀବନୀ ସଦୃଶ । ଶିଶୁକୁ ଏହା ଦିଏ ନୂଆ ଜୀବନ ।
ଶିଶୁର ଜନ୍ମଗତ ଅଧିକାର । ସ୍ତନ୍ୟପାନ ଦ୍ୱାରା ପ୍ରତ ିବର୍ଷ ଭାରତରେ ପ୍ରାୟ ଅଢ଼େଇ ଲକ୍ଷ ଶିଶୁଙ୍କର ଜୀବନ ରକ୍ଷା ହୋଇଥାଏ। ତେଣୁ ଶିଶୁ ପାଇଁ, ମା’ ପାଇଁ ତଥା ସମାଜ ପାଇଁ ସ୍ତନ୍ୟପାନର ଉପକାରକୁ ଆଖିରେ ରଖି ପ୍ରତିବର୍ଷ ସାରା ପୃଥିବୀରେ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ଯାଏ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହେଉଛି ।
ଏଥିପାଇଁ ଚଳିତବର୍ଷର ବାର୍ତ୍ତା ହେଉଛି ”ସପୋର୍ଟ ବ୍ରେଷ୍ଟ ଫିଡ଼ିଂ ଫର୍‌ ଏ ହେଲ୍‌ଦିଅର୍‌ ପ୍ଲାନେଟ୍‌“, ”ସୁସ୍ଥ ପୃଥିବୀ ପାଇଁ ସ୍ତନ୍ୟପାନକୁ ସମର୍ଥନ“। ସେଥିପାଇଁ ଜନ୍ମର ପ୍ରଥମ କେତେ ଘଣ୍ଟା ମଧ୍ୟରେ ହିଁ ଶିଶୁମାନଙ୍କୁ ସ୍ତନ୍ୟପାନ ପାଇଁ ମା’କୁ ସାହାଯ୍ୟ କରିବା ଆବଶ୍ୟକ। ଏଥିରେ ଲକ୍ଷ ଲକ୍ଷ ଶିଶୁଙ୍କର ଜୀବନରକ୍ଷା ହେବା ସହ ଶିଶୁମାନେ ସୁସ୍ଥସବଳ ଓ ନୀରୋଗ ରହିବେ। ଏଥିରେ ମା’ମାନେ ମଧ୍ୟ ସୁସ୍ଥ ରହିବେ ।
ମା’ କ୍ଷୀର ହେଉଛି ଏକ ସର୍ବୋତ୍କୃଷ୍ଟ, ପ୍ରାକୃତିକ, ପରିପୂରକ ଖାଦ୍ୟ; ଯେଉଁଥିରେ ରହିଛି ପୋଷକ ସନ୍ତୁଳନତା, ଯାହା ଶିଶୁଙ୍କ ପାଇଁ ସଂପୂର୍ଣ୍ଣ ଉପଯୋଗୀ । ଗର୍ଭର ୫ ମାସ ବେଳକୁ ଇଷ୍ଟ୍ରୋଜେନ୍‌, ପ୍ରୋଜେଷ୍ଟେରୋନ୍‌ ଓ ପ୍ରୋଲାକ୍ଟିନ୍‌ ପ୍ରଭାବରୁ କ୍ଷୀର ତିଆରିର ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେଣୁ ପ୍ରସବ ପରେ ମା’ର ସ୍ତନରୁ ବାହାରୁଥିବା ହଳଦିଆ ରଙ୍ଗର କ୍ଷୀରକୁ ‘କଷ କ୍ଷୀର’ ବା କୋଲୋଷ୍ଟ୍ରମ୍‌କୁ ଫୋପାଡ଼ି ନ ଦେଇ ଶିଶୁକୁ ଖୁଆଇବା ଆବଶ୍ୟକ । କାରଣ ଏହା ଶିଶୁର ପ୍ରଥମ ପ୍ରତିଷେଧକ ଟିକା ।
ଏହା ସହଜରେ ହଜମ ହୋଇଯାଏ ଓ ଏଥିରେ ବେଶି ପୁଷ୍ଟିସାର, ସୋଡିୟମ୍‌ କ୍ଲୋରାଇଡ୍‌, ପଟାସିୟମ୍‌ ଏବଂ ଫ୍ୟାଟ୍‌ ସଲ୍ୟୁବଲ୍‌ ଭିଟାମିନ୍‌ ଯଥା- ଏ, ଇ, ଡି ଏବଂ କାରୋଟିନ୍‌ ଥାଏ । ଏଥିରେ ଶ୍ୱେତସାର, ସ୍ନେହସାର ଓ ଲାକ୍ଟୋଜେନ୍‌ କମ୍‌ ଥାଏ। କଷକ୍ଷୀରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବଡ଼ି ଓ ଇମ୍ୟୁନୋଗ୍ଲୋବଲିନ୍‌ ଓ ଟ୍ରିପ୍‌ସିନ୍‌ ବେଶି ପରିମାଣରେ ଥାଏ, ଯାହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ଥିବା ଆଣ୍ଟିବାକ୍ଟେରିଆଲ୍‌ ଓ ଆଣ୍ଟିଭାଇରାଲ୍‌ ଗୁଣ ଯୋଗୁଁ ଏହା ଜୀବାଣୁ ନାଶକ ଓ ଭୂତାଣୁ ନାଶକ ହୋଇଥାଏ । ଶିଶୁ କଷକ୍ଷୀର ଖାଇବା ଦ୍ୱାରା ତା’ର କାମଳ ରୋଗ ବା ଜଣ୍ଡିସ୍‌ ପାଇଁ ଦାୟୀ ଅନ୍ତଃନଳୀରେ ଥିବା କଳାରଙ୍ଗର ମଇଳାଗୁଡ଼ିକ ବାହାର କରିବାରେ ସାହାଯ୍ୟ କରେ। କଷକ୍ଷୀରରେ ଥିବା ଭିଟାମିନ୍‌ ‘ଏ’ ଶରୀରବର୍ଦ୍ଧକ ତଥା ଚର୍ମ ଓ ଆଖିକୁ ରକ୍ଷା କରିଥାଏ। ଭିଟାମିନ୍‌ ‘ଇ’ ଓ ‘ବି’ ଶିଶୁର ହିମୋଲାଇଟିକ ଏନିମିଆ କରେ ନାହିଁ। ଭିଟାମିନ୍‌ ‘ଡି’ ଶିଶୁକୁ କର୍କଟ ରୋଗରୁ ରକ୍ଷା କରେ । ଏଥିରେ ଥିବା ଫ୍ୟାଟି ଏସିଡ୍‌ ଶିଶୁର ମସ୍ତିଷ୍କ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ। ଏହି କ୍ଷୀର ଶିଶୁକୁ ଶ୍ୱାସଜନିତ ସଂକ୍ରମଣ ବା ନିମୋନିଆରୁ ରକ୍ଷା କରେ । ତଥା ଶିଶୁକୁ ରକ୍ତ କର୍କଟ ବା ଲ୍ୟୁକୋମିଆରୁ ରକ୍ଷା କରିଥାଏ। ଏହାଦ୍ୱାରା ଭବିଷ୍ୟତରେ ମେଦବୃଦ୍ଧି, ମଧୁମେହ ଓ ହୃଦ୍‌ରୋଗ କମ୍‌ ହୋଇଥାଏ। ଯେଉଁ ଶିଶୁ ମା’ ଠାରୁ ସ୍ତନ୍ୟପାନ କରନ୍ତି, ସେମାନଙ୍କର ଅନ୍ୟ ଶିଶୁଙ୍କଠାରୁ କାନ ସଂକ୍ରମଣ ୩ ଗୁଣ କମ୍‌ ହୁଏ, ପରିସ୍ରା ସଂକ୍ରମଣ କମ୍‌ ହୋଇଥାଏ ତଥା ହଠାତ୍‌ ଶିଶୁ ମୃତ୍ୟୁ ମଧ୍ୟ କମିଯାଇଥାଏ । ମା’ କ୍ଷୀରରେ ୮୮% ଜଳୀୟ ଅଂଶ ଥିବାରୁ ଶିଶୁଙ୍କୁ ପାଣି କିମ୍ବା ଅନ୍ୟ କୌଣସି ତରଳ ନ ପିଆଇ ୬ ମାସ ଯାଏ କେବଳ ମା’ କ୍ଷୀର ଖୁଆଇବା ଜରୁରୀ । ତେବେ କେବଳ ଶିଶୁ ଯେ ଏଥିରେ ଉପକୃତ ହୁଏ ତା’ ନୁହେଁ ବରଂ ମା’ ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ତେଣୁ ପ୍ରତ୍ୟେକ ମା’ ମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜ ଶିଶୁକୁ ଛଅ ମାସ ଯାଏଁ କେବଳ ନିଜ କ୍ଷୀର ଖୁଆଇବା। ସ୍ତନ୍ୟପାନ ସପ୍ତାହରେ ସବୁ ମା’ମାନେ ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଏକ ଦୃଢ଼ ଇଚ୍ଛାଶକ୍ତି ସହ ସଂକଳ୍ପବଦ୍ଧ ହୋଇ ଏକ ସୁସ୍ଥ ଶିଶୁର ଜନନୀ ହେବାର ଗୌରବ ନିଅନ୍ତୁ ।
-ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ ରୋଡ, କଟକ-୧୨
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri