ଶିଶୁ ଲାଗି ସର୍ବୋତ୍ତମ ଖାଦ୍ୟ

ମା’ କ୍ଷୀର ଅମୃତ, ଯାହାକୁ ପାନ କଲେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଓ ସେ ଦୀର୍ଘାୟୁ ହୁଏ। ଏହି କ୍ଷୀର ଶିଶୁ ପାଇଁ ସଂଜୀବନୀ ସଦୃଶ । ଶିଶୁକୁ ଏହା ଦିଏ ନୂଆ ଜୀବନ ।
ଶିଶୁର ଜନ୍ମଗତ ଅଧିକାର । ସ୍ତନ୍ୟପାନ ଦ୍ୱାରା ପ୍ରତ ିବର୍ଷ ଭାରତରେ ପ୍ରାୟ ଅଢ଼େଇ ଲକ୍ଷ ଶିଶୁଙ୍କର ଜୀବନ ରକ୍ଷା ହୋଇଥାଏ। ତେଣୁ ଶିଶୁ ପାଇଁ, ମା’ ପାଇଁ ତଥା ସମାଜ ପାଇଁ ସ୍ତନ୍ୟପାନର ଉପକାରକୁ ଆଖିରେ ରଖି ପ୍ରତିବର୍ଷ ସାରା ପୃଥିବୀରେ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ଯାଏ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହେଉଛି ।
ଏଥିପାଇଁ ଚଳିତବର୍ଷର ବାର୍ତ୍ତା ହେଉଛି ”ସପୋର୍ଟ ବ୍ରେଷ୍ଟ ଫିଡ଼ିଂ ଫର୍‌ ଏ ହେଲ୍‌ଦିଅର୍‌ ପ୍ଲାନେଟ୍‌“, ”ସୁସ୍ଥ ପୃଥିବୀ ପାଇଁ ସ୍ତନ୍ୟପାନକୁ ସମର୍ଥନ“। ସେଥିପାଇଁ ଜନ୍ମର ପ୍ରଥମ କେତେ ଘଣ୍ଟା ମଧ୍ୟରେ ହିଁ ଶିଶୁମାନଙ୍କୁ ସ୍ତନ୍ୟପାନ ପାଇଁ ମା’କୁ ସାହାଯ୍ୟ କରିବା ଆବଶ୍ୟକ। ଏଥିରେ ଲକ୍ଷ ଲକ୍ଷ ଶିଶୁଙ୍କର ଜୀବନରକ୍ଷା ହେବା ସହ ଶିଶୁମାନେ ସୁସ୍ଥସବଳ ଓ ନୀରୋଗ ରହିବେ। ଏଥିରେ ମା’ମାନେ ମଧ୍ୟ ସୁସ୍ଥ ରହିବେ ।
ମା’ କ୍ଷୀର ହେଉଛି ଏକ ସର୍ବୋତ୍କୃଷ୍ଟ, ପ୍ରାକୃତିକ, ପରିପୂରକ ଖାଦ୍ୟ; ଯେଉଁଥିରେ ରହିଛି ପୋଷକ ସନ୍ତୁଳନତା, ଯାହା ଶିଶୁଙ୍କ ପାଇଁ ସଂପୂର୍ଣ୍ଣ ଉପଯୋଗୀ । ଗର୍ଭର ୫ ମାସ ବେଳକୁ ଇଷ୍ଟ୍ରୋଜେନ୍‌, ପ୍ରୋଜେଷ୍ଟେରୋନ୍‌ ଓ ପ୍ରୋଲାକ୍ଟିନ୍‌ ପ୍ରଭାବରୁ କ୍ଷୀର ତିଆରିର ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେଣୁ ପ୍ରସବ ପରେ ମା’ର ସ୍ତନରୁ ବାହାରୁଥିବା ହଳଦିଆ ରଙ୍ଗର କ୍ଷୀରକୁ ‘କଷ କ୍ଷୀର’ ବା କୋଲୋଷ୍ଟ୍ରମ୍‌କୁ ଫୋପାଡ଼ି ନ ଦେଇ ଶିଶୁକୁ ଖୁଆଇବା ଆବଶ୍ୟକ । କାରଣ ଏହା ଶିଶୁର ପ୍ରଥମ ପ୍ରତିଷେଧକ ଟିକା ।
ଏହା ସହଜରେ ହଜମ ହୋଇଯାଏ ଓ ଏଥିରେ ବେଶି ପୁଷ୍ଟିସାର, ସୋଡିୟମ୍‌ କ୍ଲୋରାଇଡ୍‌, ପଟାସିୟମ୍‌ ଏବଂ ଫ୍ୟାଟ୍‌ ସଲ୍ୟୁବଲ୍‌ ଭିଟାମିନ୍‌ ଯଥା- ଏ, ଇ, ଡି ଏବଂ କାରୋଟିନ୍‌ ଥାଏ । ଏଥିରେ ଶ୍ୱେତସାର, ସ୍ନେହସାର ଓ ଲାକ୍ଟୋଜେନ୍‌ କମ୍‌ ଥାଏ। କଷକ୍ଷୀରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବଡ଼ି ଓ ଇମ୍ୟୁନୋଗ୍ଲୋବଲିନ୍‌ ଓ ଟ୍ରିପ୍‌ସିନ୍‌ ବେଶି ପରିମାଣରେ ଥାଏ, ଯାହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ଥିବା ଆଣ୍ଟିବାକ୍ଟେରିଆଲ୍‌ ଓ ଆଣ୍ଟିଭାଇରାଲ୍‌ ଗୁଣ ଯୋଗୁଁ ଏହା ଜୀବାଣୁ ନାଶକ ଓ ଭୂତାଣୁ ନାଶକ ହୋଇଥାଏ । ଶିଶୁ କଷକ୍ଷୀର ଖାଇବା ଦ୍ୱାରା ତା’ର କାମଳ ରୋଗ ବା ଜଣ୍ଡିସ୍‌ ପାଇଁ ଦାୟୀ ଅନ୍ତଃନଳୀରେ ଥିବା କଳାରଙ୍ଗର ମଇଳାଗୁଡ଼ିକ ବାହାର କରିବାରେ ସାହାଯ୍ୟ କରେ। କଷକ୍ଷୀରରେ ଥିବା ଭିଟାମିନ୍‌ ‘ଏ’ ଶରୀରବର୍ଦ୍ଧକ ତଥା ଚର୍ମ ଓ ଆଖିକୁ ରକ୍ଷା କରିଥାଏ। ଭିଟାମିନ୍‌ ‘ଇ’ ଓ ‘ବି’ ଶିଶୁର ହିମୋଲାଇଟିକ ଏନିମିଆ କରେ ନାହିଁ। ଭିଟାମିନ୍‌ ‘ଡି’ ଶିଶୁକୁ କର୍କଟ ରୋଗରୁ ରକ୍ଷା କରେ । ଏଥିରେ ଥିବା ଫ୍ୟାଟି ଏସିଡ୍‌ ଶିଶୁର ମସ୍ତିଷ୍କ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ। ଏହି କ୍ଷୀର ଶିଶୁକୁ ଶ୍ୱାସଜନିତ ସଂକ୍ରମଣ ବା ନିମୋନିଆରୁ ରକ୍ଷା କରେ । ତଥା ଶିଶୁକୁ ରକ୍ତ କର୍କଟ ବା ଲ୍ୟୁକୋମିଆରୁ ରକ୍ଷା କରିଥାଏ। ଏହାଦ୍ୱାରା ଭବିଷ୍ୟତରେ ମେଦବୃଦ୍ଧି, ମଧୁମେହ ଓ ହୃଦ୍‌ରୋଗ କମ୍‌ ହୋଇଥାଏ। ଯେଉଁ ଶିଶୁ ମା’ ଠାରୁ ସ୍ତନ୍ୟପାନ କରନ୍ତି, ସେମାନଙ୍କର ଅନ୍ୟ ଶିଶୁଙ୍କଠାରୁ କାନ ସଂକ୍ରମଣ ୩ ଗୁଣ କମ୍‌ ହୁଏ, ପରିସ୍ରା ସଂକ୍ରମଣ କମ୍‌ ହୋଇଥାଏ ତଥା ହଠାତ୍‌ ଶିଶୁ ମୃତ୍ୟୁ ମଧ୍ୟ କମିଯାଇଥାଏ । ମା’ କ୍ଷୀରରେ ୮୮% ଜଳୀୟ ଅଂଶ ଥିବାରୁ ଶିଶୁଙ୍କୁ ପାଣି କିମ୍ବା ଅନ୍ୟ କୌଣସି ତରଳ ନ ପିଆଇ ୬ ମାସ ଯାଏ କେବଳ ମା’ କ୍ଷୀର ଖୁଆଇବା ଜରୁରୀ । ତେବେ କେବଳ ଶିଶୁ ଯେ ଏଥିରେ ଉପକୃତ ହୁଏ ତା’ ନୁହେଁ ବରଂ ମା’ ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ତେଣୁ ପ୍ରତ୍ୟେକ ମା’ ମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜ ଶିଶୁକୁ ଛଅ ମାସ ଯାଏଁ କେବଳ ନିଜ କ୍ଷୀର ଖୁଆଇବା। ସ୍ତନ୍ୟପାନ ସପ୍ତାହରେ ସବୁ ମା’ମାନେ ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଏକ ଦୃଢ଼ ଇଚ୍ଛାଶକ୍ତି ସହ ସଂକଳ୍ପବଦ୍ଧ ହୋଇ ଏକ ସୁସ୍ଥ ଶିଶୁର ଜନନୀ ହେବାର ଗୌରବ ନିଅନ୍ତୁ ।
-ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ ରୋଡ, କଟକ-୧୨
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri