ସ୍ତନ୍ୟପାନ ସମୟରେ ସତର୍କତା

ଶିଶୁକୁ କ୍ଷୀର ଖୁଆଇବା ସମୟରେ ପ୍ରତ୍ୟେକ ମା’ଙ୍କୁ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ଅନେକ ମା’ ଅଣ୍ଟା ଏବଂ ପିଠିରେ କଷ୍ଟ ନ ହେବା ଲାଗି ଶୋଇକି ଶିଶୁକୁ କ୍ଷୀର ପିଆଇଥାନ୍ତି। ହେଲେ ଶୋଇବା ଅବସ୍ଥାରେ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁର ନାକରେ ଚାପ ପଡ଼ି ଶ୍ୱାସରୁଦ୍ଧ ହେବା ଆଶଙ୍କା ଥାଏ। ଏମିତିକି ଏହାଦ୍ୱାରା ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ୍ୟୁର ବି ନଜିର ରହିଛି। ତେଣୁ ସର୍ବଦା ବସିରହି ସ୍ତନ୍ୟପାନ କରାଇବା ନିରାପଦ। ଏଥିପାଇଁ ପିଠିକୁ ତକିଆ କିମ୍ବା ଅନ୍ୟ କୌଣସି ସପୋର୍ଟ ଦେଇ କମ୍ଫର୍ଟେବଲ୍‌ ପୋଜିସନ୍‌ରେ ବସି ଶିଶୁକୁ ଖୁଆନ୍ତୁ।
ଅନେକ ମା’ ଶିଶୁକୁ ଭୋକ ଲାଗୁଥିବ ଭାବି ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ସ୍ତନ୍ୟପାନ କରାଇଥାନ୍ତି। ବେଳେ ବେଳେ ଏହି କାରଣରୁ ଶିଶୁଠାରେ ଅରୁଚି, ବାନ୍ତି ଆଦି ଦେଖାଦେଇଥାଏ। ତେଣୁ ଶିଶୁକୁ ଭୋକ କଲେ ଅର୍ଥାତ୍‌ ସେ କାନ୍ଦିଲେ କ୍ଷୀର ପିଆଇବା କିମ୍ବା ଦେଢରୁ ଦୁଇ ଘଣ୍ଟା ବ୍ୟବଧାନରେ ଖୁଆଇବା ଦରକାର। ଏହାଦ୍ୱାରା ଶିଶୁର ଖାଦ୍ୟ ହଜମ ହେବା ସହଜ ହୋଇଥାଏ।
କ୍ଷୀର ପିଇବା ପରେ ଶିଶୁକୁ ନିଜ କାନ୍ଧରେ ପକାଇ( ଯେପରି ଶିଶୁର ପେଟ ଚାପିହେବ) ତା’ ପିଠିକୁ କିଛି ସମୟ ଥାପୁଡାନ୍ତୁ। ଏହାଦ୍ୱାରା ଶିଶୁ ପେଟରୁ ହାକୁଡି ଆକାରରେ ଗ୍ୟାସ୍‌ ବାହାରି ଆସିବ ଏବଂ ସେ ବାନ୍ତି କରିବ ନାହିଁ। ଏହାପରେ ଶିଶୁକୁ ଚିତ୍‌ କରି ନ ଶୁଆଇ କଡ଼ମାଡି କିମ୍ବା ତା’ର ମୁହଁକୁ ଗୋଟେ କଡ଼କୁ କରି ଶୁଆଇବାକୁ ଚେଷ୍ଟା କରନ୍ତୁ। କାରଣ ଚିତ୍‌ ହୋଇ ଶୋଇବା ଦ୍ୱାରା ଶିଶୁ ବାନ୍ତି କରିବା ସମୟରେ ଏହା ନାକ ଦେଇ ଭିତରକୁ ଯାଇ ନିଃଶ୍ୱାସ ବନ୍ଦ ହୋଇଯିବା ଆଶଙ୍କା ଥାଏ।
ଶିଶୁକୁ ସର୍ବଦା ଦୁଇସ୍ତନରୁ ସମାନ ପରିମାଣରେ କ୍ଷୀର ପିଆଇବାକୁ ଚେଷ୍ଟା କରନ୍ତୁ। ନଚେତ୍‌ ଗୋଟିଏ ସ୍ତନରେ ଅଧିକ କ୍ଷୀର ଜମାହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ତା’ଛଡ଼ା ଶିଶୁ ଯଦି ଠିକ୍‌ ଭାବେ କ୍ଷୀର ନ ପିଉଛି କିମ୍ବା ମା’ର ଅଧିକ କ୍ଷୀର ହେଉଛି ତେବେ ତାହା ଯେପରି ରହି ନ ଯାଏ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ। କାରଣ ଏହା ରହିଯିବା ଫଳରେ ସ୍ତନରେ ଗୋଟାଳି ହୋଇ ବିନ୍ଧିବା, ପୂଯ ହେବା ଏବଂ କେବେ କେବେ ଏହା ଅଧିକ କ୍ଷତିକାରକ ମଧ୍ୟ ହୋଇଥାଏ।
ମନେ ରଖନ୍ତୁ ଯଦି ମା’ ଅତି ଦୁର୍ବଳ, ପୁଷ୍ଟିହୀନତାର ଶିକାର କିମ୍ବା ରୁଗ୍‌ଣ ହୋଇଥାଏ ତେବେ ସେ କ୍ଷେତ୍ରରେ ସ୍ତନ୍ୟପାନ ମା’ର ଜୀବନ ପ୍ରତି ବିପଦଜନକ। ସେହିପରି ମାନସିକ ରୋଗଗ୍ରସ୍ତ, କୁଷ୍ଠ, ଏଚ୍‌ଆଇଭି, ଯକ୍ଷ୍ମା, ହାଡଫୁଟି, ମିଳିମିଳା, ଜଣ୍ଡିସ୍‌ ଆଦି ରୋଗ ଥିଲେ କିମ୍ବା ମା’ ସ୍ତନରେ ଘା’ ହୋଇଥିଲେ ସ୍ତନ୍ୟପାନ କରାଇବା ଶିଶୁ ପ୍ରତି ବିପଜ୍ଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri