ସ୍ତନ୍ୟପାନ ସମୟରେ ସତର୍କତା

ଶିଶୁକୁ କ୍ଷୀର ଖୁଆଇବା ସମୟରେ ପ୍ରତ୍ୟେକ ମା’ଙ୍କୁ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ଅନେକ ମା’ ଅଣ୍ଟା ଏବଂ ପିଠିରେ କଷ୍ଟ ନ ହେବା ଲାଗି ଶୋଇକି ଶିଶୁକୁ କ୍ଷୀର ପିଆଇଥାନ୍ତି। ହେଲେ ଶୋଇବା ଅବସ୍ଥାରେ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁର ନାକରେ ଚାପ ପଡ଼ି ଶ୍ୱାସରୁଦ୍ଧ ହେବା ଆଶଙ୍କା ଥାଏ। ଏମିତିକି ଏହାଦ୍ୱାରା ଶ୍ୱାସରୁଦ୍ଧ ହୋଇ ଶିଶୁ ମୃତ୍ୟୁର ବି ନଜିର ରହିଛି। ତେଣୁ ସର୍ବଦା ବସିରହି ସ୍ତନ୍ୟପାନ କରାଇବା ନିରାପଦ। ଏଥିପାଇଁ ପିଠିକୁ ତକିଆ କିମ୍ବା ଅନ୍ୟ କୌଣସି ସପୋର୍ଟ ଦେଇ କମ୍ଫର୍ଟେବଲ୍‌ ପୋଜିସନ୍‌ରେ ବସି ଶିଶୁକୁ ଖୁଆନ୍ତୁ।
ଅନେକ ମା’ ଶିଶୁକୁ ଭୋକ ଲାଗୁଥିବ ଭାବି ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ସ୍ତନ୍ୟପାନ କରାଇଥାନ୍ତି। ବେଳେ ବେଳେ ଏହି କାରଣରୁ ଶିଶୁଠାରେ ଅରୁଚି, ବାନ୍ତି ଆଦି ଦେଖାଦେଇଥାଏ। ତେଣୁ ଶିଶୁକୁ ଭୋକ କଲେ ଅର୍ଥାତ୍‌ ସେ କାନ୍ଦିଲେ କ୍ଷୀର ପିଆଇବା କିମ୍ବା ଦେଢରୁ ଦୁଇ ଘଣ୍ଟା ବ୍ୟବଧାନରେ ଖୁଆଇବା ଦରକାର। ଏହାଦ୍ୱାରା ଶିଶୁର ଖାଦ୍ୟ ହଜମ ହେବା ସହଜ ହୋଇଥାଏ।
କ୍ଷୀର ପିଇବା ପରେ ଶିଶୁକୁ ନିଜ କାନ୍ଧରେ ପକାଇ( ଯେପରି ଶିଶୁର ପେଟ ଚାପିହେବ) ତା’ ପିଠିକୁ କିଛି ସମୟ ଥାପୁଡାନ୍ତୁ। ଏହାଦ୍ୱାରା ଶିଶୁ ପେଟରୁ ହାକୁଡି ଆକାରରେ ଗ୍ୟାସ୍‌ ବାହାରି ଆସିବ ଏବଂ ସେ ବାନ୍ତି କରିବ ନାହିଁ। ଏହାପରେ ଶିଶୁକୁ ଚିତ୍‌ କରି ନ ଶୁଆଇ କଡ଼ମାଡି କିମ୍ବା ତା’ର ମୁହଁକୁ ଗୋଟେ କଡ଼କୁ କରି ଶୁଆଇବାକୁ ଚେଷ୍ଟା କରନ୍ତୁ। କାରଣ ଚିତ୍‌ ହୋଇ ଶୋଇବା ଦ୍ୱାରା ଶିଶୁ ବାନ୍ତି କରିବା ସମୟରେ ଏହା ନାକ ଦେଇ ଭିତରକୁ ଯାଇ ନିଃଶ୍ୱାସ ବନ୍ଦ ହୋଇଯିବା ଆଶଙ୍କା ଥାଏ।
ଶିଶୁକୁ ସର୍ବଦା ଦୁଇସ୍ତନରୁ ସମାନ ପରିମାଣରେ କ୍ଷୀର ପିଆଇବାକୁ ଚେଷ୍ଟା କରନ୍ତୁ। ନଚେତ୍‌ ଗୋଟିଏ ସ୍ତନରେ ଅଧିକ କ୍ଷୀର ଜମାହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ତା’ଛଡ଼ା ଶିଶୁ ଯଦି ଠିକ୍‌ ଭାବେ କ୍ଷୀର ନ ପିଉଛି କିମ୍ବା ମା’ର ଅଧିକ କ୍ଷୀର ହେଉଛି ତେବେ ତାହା ଯେପରି ରହି ନ ଯାଏ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ। କାରଣ ଏହା ରହିଯିବା ଫଳରେ ସ୍ତନରେ ଗୋଟାଳି ହୋଇ ବିନ୍ଧିବା, ପୂଯ ହେବା ଏବଂ କେବେ କେବେ ଏହା ଅଧିକ କ୍ଷତିକାରକ ମଧ୍ୟ ହୋଇଥାଏ।
ମନେ ରଖନ୍ତୁ ଯଦି ମା’ ଅତି ଦୁର୍ବଳ, ପୁଷ୍ଟିହୀନତାର ଶିକାର କିମ୍ବା ରୁଗ୍‌ଣ ହୋଇଥାଏ ତେବେ ସେ କ୍ଷେତ୍ରରେ ସ୍ତନ୍ୟପାନ ମା’ର ଜୀବନ ପ୍ରତି ବିପଦଜନକ। ସେହିପରି ମାନସିକ ରୋଗଗ୍ରସ୍ତ, କୁଷ୍ଠ, ଏଚ୍‌ଆଇଭି, ଯକ୍ଷ୍ମା, ହାଡଫୁଟି, ମିଳିମିଳା, ଜଣ୍ଡିସ୍‌ ଆଦି ରୋଗ ଥିଲେ କିମ୍ବା ମା’ ସ୍ତନରେ ଘା’ ହୋଇଥିଲେ ସ୍ତନ୍ୟପାନ କରାଇବା ଶିଶୁ ପ୍ରତି ବିପଜ୍ଜନକ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?