Home Left

ଓଡ଼ିଶାକୁ ଜଗନ୍ନାଥ ଭରସା: ନିରଞ୍ଜନ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ରାଜ୍ୟ ସ୍ଥିତିକୁ ଦେଖିଲେ ବର୍ତ୍ତମାନ ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ତାହା କିଛି ବୁଝି ପାରୁନି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।…

ପ୍ରବାସୀ ଓଡ଼ିଆଙ୍କ ଜାତୀୟ ରାଜପଥ ଅବରୋଧ, ଅଟକିଲା ଶହ ଶହ ଗାଡି

ଭଦ୍ରକ ଅଫିସ,୨୬ା୫ : ଭଦ୍ରକ ନିକଟ ମାଛ ମାର୍କେଟ ନିକଟ ଜାତୀୟ ରାଜପଥ ୧୬ରେ ମଙ୍ଗଳବାର ସକାଳେ ହଜାର ହଜାର ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ କରିଥିଲେ। ଫଳରେ ଭୁବନେଶ୍ୱର-ବାଲେଶ୍ୱର ଦେଇ ଯାଉଥିବା ସମସ୍ତ ରାସ୍ତା ସମସ୍ତ ବନ୍ଦ ହୋଇଯାଇଥିଲା। ଏଥିସହ…

୭ କଏଦୀ, ୫ ଜେଲ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ

ପୁରୀ ଅଫିସ,୨୬ା୫: ଆଶ୍ୱସ୍ତି ହୋଇଛନ୍ତି ପୁରୀ ଜେଲ୍‌ କର୍ତ୍ତୃପକ୍ଷ। ଜଣେ ଅଭିଯୁକ୍ତ ଜେଲ୍‌କୁ ଆସିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚିନ୍ତାରେ ପଡ଼ିିଥିଲେ ଅନ୍ୟ ବିଚାରାଧୀନ କଏଦୀ ଏବଂ ଜେଲ୍‌ କର୍ମଚାରୀ। ତେଣୁ ସମ୍ପୃକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା…

ହୋଟେଲ ଖୋଲିବାକୁ ଅନୁମତି ମାଗିଲା ଏଚ୍‌ଆର୍‌ଏଓ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ଗତ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇ ପଡ଼ିଥିବା ହୋଟେଲ ଶିଳ୍ପକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି। ସୋମବାରଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ, ରିସର୍ଟ ଆଦି…

ପୁଣି ଫୁଟ୍‌ପାଥ୍‌ରେ ଫଳ ବେପାର

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ବୋଲ ମାନୁନାହାନ୍ତି ଭୁବନେଶ୍ୱରର ଫଳ ବେପାରୀ। ରାଜମହଲରୁ ଏଜି ଛକ ଯାଏ ଥିବା ଫୁଟ୍‌ପାଥ୍‌କୁ କବ୍‌ଜା କରି ଫଳ ବେପାର କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ କରୁଥିବାରୁ ଗତ ୧୮ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ…

ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ରେଲ୍‌ଓ୍ବେରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ପ୍ରଶାନ୍ତ କୁମାର ବାଘଙ୍କୁ ସୋମବାର ପୋଲିସ ଗିରଫ କରିଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଆଇପିସି…

ମାନିଲେନି, କାଉଣ୍ଟରରୁ ବୋହିନେଲେ ମଦ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ରାଜଧାନୀ ସମେତ ଅନ୍ୟ କେତେକ ସ୍ଥାନରେ ସୋମବାରଠାରୁ ଅନ୍‌ଲାଇନ୍‌ ମଦ ବିକ୍ରି ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ ସମୟରେ ସରକାର କେବଳ ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଦୋକାନୀ ଓ ଗ୍ରାହକ ଏହି ନିୟମକୁ ଫୁ କରି…

ରିଟେଲ ବ୍ୟବସାୟୀଙ୍କୁ ୯ ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୬।୫: କରୋନା ମହାମାରୀକୁ ରୋକିବା ଲାଗି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବଜାର କିନ୍ତୁ କ୍ଷତିଗ୍ରସ୍ତ ହୋଇ ରହିଛି। ଗତ ୬୦ଦିନ ମଧ୍ୟରେ ଦେଶର ରିଟେଲ ବ୍ୟବସାୟୀଙ୍କୁ ପ୍ରାୟ ୯ ଲକ୍ଷ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନବଦମ୍ପତିଙ୍କ ଅର୍ଥ ପ୍ରଦାନ

ଦିଗପହଣ୍ଡି,୨୬ା୫(ଡି.ଏନ.ଏ.)-କରୋନା ପ୍ରଭାବରେ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉତ୍ସବ ମହୋତ୍ସବ, ବାହାଘର ଓ ସଭାସମିତି ବନ୍ଦ କରାଯାଇଛି। ଏଭଳି ସ୍ଥିତିରେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ଅନୁଷ୍ଠିତ ହୋଇଛି ନିଆରା ବାହାଘର। ଗ୍ରାମ…

କ୍ୱାରାଣ୍ଟାଇନ୍‌ ଅବଧି ପରେ ପ୍ରବାସୀଙ୍କୁ ମିଳିବ କର୍ମନିଯୁକ୍ତି

ଛତ୍ରପୁର,୨୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲାକୁ ଅନ୍ୟ ରାଜ୍ୟରୁ ପ୍ରବାସୀଙ୍କ ଆସିବା ଜାରି ରହିଛ। ଜିଲାକୁ ଫେରିବାପରେ ସେମାନଙ୍କୁ ବିଭିନ୍ନ ପଞ୍ଚାୟତ ଓ ସହରାଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। ଅପରପକ୍ଷରେ ଏମାନଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିବାପରେ କର୍ମ ନିଯୁକ୍ତି ଚିନ୍ତା ରହିବ। ଏଥିଲାଗି ପ୍ରଶାସନ…

ଦୋକାନ ସମ୍ମୁଖରେ ମଦ କଳାବଜାର

ଅନୁଗୋଳ ଅଫିସ, ୨୬।୫ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ ଅନୁଗୋଳରେ ତାହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ସହରର ଜଣେ ମଦ ବ୍ୟବସାୟୀ ଅନ୍‌ଲାଇନ୍‌ରେ ମଦ ବିକିବା ପରିବର୍ତ୍ତେ ସିଧାସଳଖ ଟୋକନ କାଟି ଦୋକାନରୁ…

ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇଲେ ୩୫୦ପ୍ରବାସୀ:କଣ୍ଟାବାଞ୍ଜି ରେଳ ଷ୍ଟେଶନରୁ ଚମ୍ପଟ୍‌ ମାରିଲେ ୪୫

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୬ା୫ (ଡି.ଏନ୍‌.ଏ.) ଗୁଜରାଟର ଗାନ୍ଧୀଧାମରୁ କଟକର ନିର୍ଗୁଣ୍ଡି ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଚେନ୍‌ ଟାଣି ୩୫୦ ପ୍ରବାସୀ ସୋମବାର ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ରେଳଷ୍ଟେଶନ୍‌ରେ ଓହ୍ଲାଇ ପଡିଥିଲେ। ସେମାନଙ୍କ ଭିତରୁ ୩୦୫ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୫ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri