ସ୍ତ୍ରୀକୁ ହତ୍ୟା ପରେ ପୁନର୍ଜୀବିତ ପାଇଁ ଶବକୁ ଗୋବରରେ ପୋତିଲେ ସ୍ବାମୀ

ଭୋପାଳ, ୩୧।୮: ମଧ୍ୟପ୍ରଦେଶର ବୈତୁଲ ଜିଲାରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାଦୁଗର ସହାୟତାରେ ସ୍ତ୍ରୀକୁ ପୁନର୍ଜୀବିତ କରିବା ପାଇଁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ପୁନର୍ଜୀବିତ କରିବା ଲାଗି ଶବକୁ ଗୋବରରେ ଆଚ୍ଛାଦିତ କରିଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।
ପୋଲିସ ଷ୍ଟେସନ ଅଧିକାରୀ ଦୀପକ ପର୍ଶର କହିଛନ୍ତି, ସ୍ଥାନୀୟ ଗ୍ରାମର ଭାୟାଲାଲ ଇଭେନଙ୍କ ଘରୁ ପୋଲିସ ତାଙ୍କ ସ୍ତ୍ରୀ ସୁନୀତାଙ୍କ ଶବ ଉଦ୍ଧାର କରିଥିଲା। ସୁନୀତାଙ୍କ ଶରୀରକୁ ପୁରା ଗୋବରରେ ଆଚ୍ଛାଦିତ କରାଯାଇଥିଲା। ଘର ମଧ୍ୟରୁ ଦୁର୍ଗନ୍ଧ ଆସିବା ପରେ ଗ୍ରାମବାସୀ ପୋଲିସକୁ ଏନେଇ ଖବର ଦେଇଥିଲେ। ଅନୁସନ୍ଧାନବେଳେ ଭାୟାଲାଲ ପୋଲିସକୁ କହିଥିଲା, ସେ ସହର ବାହାରେ ରହୁଛି। କିଏ ତାଙ୍କ ସ୍ତ୍ରୀକୁ ହତ୍ୟା କରିଛି ଜାଣିନାହିଁ। ପୋଲିସ କିନ୍ତୁ ତାକୁ ଥାନାକୁ ନେଇ କଡ଼ା ପଚରାଉଚରା କରିବାପରେ ଭାୟାଲାଲ୍‌ ଦୋଷ ସ୍ବୀକାର କରିଥିଲା। ମଦ୍ୟପାନକୁ ନେଇ ଅଗଷ୍ଟ ୨୬ରେ ଭାୟାଲାଲ୍‌ ଓ ସୁନୀତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଭାୟାଲାଲ୍‌ ଏକ ବାଡ଼ିରେ ସୁନୀତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ହିଁ ସୁନୀତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଭୟରେ ଭାୟାଲାଲ୍‌ ଜଣେ ଯାଦୁଗରଙ୍କ ସହାୟତା ନେଇଥିଲେ। ଯାଦୁଗରଜଣଙ୍କ ସୁନୀତାଙ୍କୁ ପୁନର୍ଜୀବିତ କରିଦେବା ପାଇଁ ଭାୟାଲାଲଙ୍କୁ କହିଥିଲେ। ଯାଦୁଗରଙ୍କ ପରାମର୍ଶକ୍ରମେ ଭାୟାଲାଲ ସୁନୀତାଙ୍କ ଶବକୁ ଗୋବରରେ ଆଚ୍ଛାଦିତ କରିଥିଲେ। ପୋଲିସ ଏବେ ଯାଦୁଗରକୁ ଖୋଜିବା ଲାଗି ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?