Posted inଖେଳ

ଏକମାତ୍ର ଭାରତୀୟ ଦ୍ରୁତ ବୋଲର ଭାବେ ଏହି ସଫଳତା ପାଇଛନ୍ତି ଶ୍ରୀନାଥ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟ୍‌ ଦଳରେ ବର୍ତ୍ତମାନ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ଭାରତୀୟ କ୍ରିକେଟ୍‌ରେ ଦ୍ରୁତ ବୋଲରଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିଲା। ତେବେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦ୍ରୁତ ବୋଲରମାନେ ଅନେକ ମ୍ୟାଚ୍‌ରେ ଦଳକୁ ଜିତାଇଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ୨୦ ଉଇକେଟ୍‌ ଅକ୍ତିଆର କରିବା ଭାରତୀୟ ବୋଲରଙ୍କ ପାଇଁ ଏକ ସାଧାରଣ କଥା ହୋଇସାରିଛି। ଗୋଟିଏ ସମୟରେ ଭାରତୀୟ ଦଳରେ ୨ରୁ ୩ ଜଣ ଭଲ ବୋଲର ରହୁଥିଲେ। ଏପରିକି ଭଲ ବୋଲର ଖୋଜିବା କଷ୍ଟସାଧ୍ୟ ଥିଲା। ସେହି ସମୟରେ ମୟଶୂର ଏକ୍ସପ୍ରେସ ନାମରେ ପରିଚିତ ଜାଭାଗଲ ଶ୍ରୀନାଥ ସାରା ବିଶ୍ୱକୁ ନିଜ ବୋଲିଂର ଗତି ଦେଖାଇଥିଲେ।
ଶାରଜାରେ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀନାଥ ଭାରତ ପକ୍ଷରୁ ୧୨ ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ। ସୋମବାର ୫୧ ବର୍ଷ ବୟସରେ ପଦାର୍ପଣ କରିଥିବା ଜାଭାଗଲଙ୍କ ନାମରେ ଏକ ସଫଳତା ରହିଛି ଯାହାକୁ ଆଜି ପର୍ଯ୍ୟନ୍ତ ଆଉ କୌଣସି ଭାରତୀୟ ଦ୍ରୁତ ବୋଲର ହାସଲ କରିପାରି ନାହାନ୍ତି। ଭାରତର ଏକମାତ୍ର ଦ୍ରୁତ ବୋଲର ଭାବେ ଶ୍ରୀନାଥ ଦିନିକିଆ କ୍ରିକେଟ୍‌ରେ ୩୦୦ରୁ ଊର୍ଦ୍ଧ୍ୱ ଉଇକେଟ୍‌ ନେଇଛନ୍ତି। ୨୨୯ ଦିନିକିଆ ମ୍ୟାଚ୍‌ ଖେଳି ସେ ୩୧୫ ଉଇକେଟ୍‌ ହାସଲ କରିଛନ୍ତି। ସେହିଭଳି ୬୭ ଟେଷ୍ଟରୁ ତାଙ୍କ ନାମରେ ୨୩୬ ଉଇକେଟ୍‌ ରହିଛି। ଟେଷ୍ଟରେ ସେ ୫ ଥର ୧୦ କିମ୍ବା ଏହାଠାରୁ ଅଧିକ ଉଇକେଟ୍‌ ନେଇଛନ୍ତି। ୨୭ ଜାନୁୟାରୀ ୧୯୯୭ରେ ଶ୍ରୀନାଥ ଜିମ୍ବାଓ୍ବେ ବିପକ୍ଷରେ ଏକ ବଲ୍‌ ପକାଇଥିଲେ ଯାହାର ଘଣ୍ଟା ପ୍ରତି ବେଗ ୧୫୭ କିମି ଥିଲା। ସେ ଭାରତ ପକ୍ଷରୁ ୩ (୧୯୯୨, ୧୯୯୬ ଓ ୧୯୯୯) ବିଶ୍ୱକପ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri