ପ୍ରଥମ ରୋଜଗାରକୁ ଏହିଭଳି ଭାବେ ଖର୍ଚ୍ଚ କରିଥିଲେ ଭୁବନେଶ୍ୱର
ନୂଆଦିଲ୍ଲୀ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ୍ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଭାରତରେ ଖେଳ ପରିସ୍ଥିତି ଏବେ ମଧ୍ୟ ଆରମ୍ଭ ହେବାଭଳି ସ୍ଥିତିରେ ନାହିଁ। ବିଶ୍ୱରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ…
ଖୋର୍ଦ୍ଧାରେ ଖୋଲିବ କୋଭିଡ୍ କେୟାର ସେଣ୍ଟର: ଉପଲବ୍ଧ ହେବ ୮ଶହ ବେଡ୍
ଖୋର୍ଦ୍ଧା ଅଫିସ,୧୩।୭: ଖୋର୍ଦ୍ଧା ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଜିଲାରେ କୋଭିଡ୍ କେୟାର ସେଣ୍ଟର ଖୋଲିବ। ଏନେଇ ସୋମବାର ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଭୁବନେଶ୍ବରସ୍ଥିତ ଆଇଏଏସ୍ ଓ ସମ…
ମାସ୍କ ନ ପିନ୍ଧିଲେ କରୋନା ଯୋଦ୍ଧାଙ୍କ ଭଳି ସେବା କରିବେ: ଯମରାଜ
ଭୋପାଳ,୧୩।୭: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରବିବାର ୧୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ ରେକର୍ଡ। ସହରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୩ରେ ପହଞ୍ଚିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ…
ପଠାନକୋଟ ଗସ୍ତରେ ସେନା ମୁଖ୍ୟ
ଶ୍ରୀନଗର,୧୩।୭: ସେନା ମୁଖ୍ୟ ଜେନେରାଲ ଏମ୍.ଏମ୍ ନରଓ୍ବଣେ ସୋମବାର ଜମ୍ମୁ-ପଠାନକୋଟ ଅଞ୍ଚଳ ଗସ୍ତ କରିଛନ୍ତି। ପଠାନକୋଟରେ ପହଞ୍ଚିବା ପରେ ନରଓ୍ବଣେ ରାଇଜିଂ ଷ୍ଟାର କୋର୍ପ୍ସର ଆଗୁଆ ଅଞ୍ଚଳରେ ମୁତୟନ ହୋଇଥିବା ସୈନ୍ୟ, ସୁରକ୍ଷା ବ୍ୟବସ୍ଥା ଓ ଅପରେଶନ ପ୍ରସ୍ତୁତିକୁ ନେଇ ସମୀକ୍ଷା…
ଅମିତାଭଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁନାହାନ୍ତି ଏହି ନିର୍ଦ୍ଦେଶକ
ମହାମାରୀ କରୋନା ଏବେ ବଲିଉଡ୍ ମୁହାଁ ହୋଇଛି। ବଚ୍ଚନ ପରିବାରଠାରୁ ଆରମ୍ଭ କରି ଅନୁପମ୍ ଖେର୍ଙ୍କ ପରିବାର ପର୍ଯ୍ୟନ୍ତ କରୋନା ବ୍ୟାପିଛି। ଏହି ସମୟରେ ସମସ୍ତେ କରୋନାରୁ ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା, ପୂଜାର୍ଚ୍ଚନା କରୁଛନ୍ତି। ହେଲେ ବଲିଉଡ୍ ନିର୍ଦ୍ଦେଶକ ରାମଗୋପାଳ…
ଓଡ଼ିଶାରେ ଘଟିଲା ଏମିତି ଆଶ୍ଚର୍ଯ୍ୟଜନକ ଘଟଣା: ଚିତିବୋଡାକୁ ଖାଇଦେଲା ତେନ୍ତୁଳିଆ ବିଛା
କଣ୍ଟାପଡା,୧୩।୭(ଡି.ଏନ୍.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ସ୍ଥିତ ଓଲଟପୁରଠାରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏକ ୧୦ ଇଞ୍ଚ ଲମ୍ବର ଚିତିବୋଡା ସାପକୁ ଏକ ୬ ଇଞ୍ଚର ତେନ୍ତୁଳିଆ ବିଛା ଖାଇଦେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଓଲଟପୁରସ୍ଥିତ ଏସ୍ ଭି.…
ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ ଅପରିବର୍ତ୍ତିତ
ଦୁବାଇ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ୍ ସହ ଦୀର୍ଘ ୪ ମାସର ବ୍ୟବଧାନ ପରେ ପଡ଼ିଆକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍। ମହାମାରୀ କରୋନା ଭାଇରସ୍ ଲାଗି ଗତ ମାର୍ଚ୍ଚ ୧୫ରୁ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତିଯୋଗିତା ବନ୍ଦ ରହିଥିଲା। ତେବେ…
ଗର୍ଭସ୍ଥ ସନ୍ତାନ: ସ୍ବାମୀଙ୍କର ନୁହେଁ, ପୁଅର
ମା’ ପୁଅର ସମ୍ପର୍କ ସବୁଠାରୁ ନିଆରା। ପୁଅର ଭୁଲ ଠିକ୍ ବିଷୟରେ ମା’ ଉଚିତ୍ ଶିକ୍ଷା ଦେବା ସହ ତାଙ୍କୁ ସଠିକ୍ ରାସ୍ତା ଦେଖାଇଥାଏ। ମାତ୍ର ବେଳେବେଳେ ଏମିତି କିଛି ଖବର ସମ୍ମୁଖକୁ ଆସିଥାଏ ଯାହାକୁ ଶୁଣିବା ପରେ ସମ୍ପର୍କ ଉପରେ…
ରାଜସ୍ଥାନ-ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ ରାହୁଲ ଦାୟୀ: ଉମା ଭାରତୀ
ନୂଆଦିଲ୍ଲୀ,୧୩।୭: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଘଟୁଥିବା ରାଜନୈତିକ ଘଟଣା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାୟୀ। କିଛି ଏଭଳି ଟିପ୍ପଣୀ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ଉମା ଭାରତୀ। ସେ କହିଛନ୍ତି, ରାଜସ୍ଥାନରେ ବର୍ତ୍ତମାନ…
ସଂସ୍ଥା କରିପାରିବେ କୋଭିଡ୍ କେୟାର ହୋମ୍: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୧୩।୫(ବ୍ୟୁରୋ): ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସଂସ୍ଥା କୋଭିଡ୍ କେୟାର ହୋମ୍ କରିପାରିବେ। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ ଏହି କୋଭିଡ୍ କେୟାର ହୋମ୍ କରାଯାଇପାରିବ। ଏଥିନିମନ୍ତେ ବଡ଼ ସଂସ୍ଥାମାନଙ୍କୁ କେୟାର ସେଣ୍ଟର ପାଇଁ…
ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ
ଗଞ୍ଜାମ,୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ । କାର୍ଯ୍ୟରେ ଯୋଗ ଦେବା ପାଇଁ ହେଲେ କୋଭିଡ-୧୯ ଟେଷ୍ଟ କରିବାକୁ ଅଷ୍ଟମ ବାଟାଲିୟନ…
ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ: ଜାଣନ୍ତୁ କାହାକୁ ମିଳିବ ଅନୁମତି
ଭୁବନେଶ୍ୱର, ୧୩।୫(ବ୍ୟୁରୋ): କରୋନା ଲକ୍ଷଣ ନ ଥିବା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନ ଥିବା ବା ସାମାନ୍ୟା ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେଶନ କରାଯିବ। ଲକ୍ଷଣ ନ ଥାଇ ପଜିଟିଭ ଚିହ୍ନଟ ହେଲେ ଘରେ…
Archives


