Posted inଜାତୀୟ

ଅର୍ଣ୍ଣବଙ୍କ ଗିରଫଦାରି ସହ ସାମ୍ବାଦିକତାର ସମ୍ପର୍କ ନାହିଁ

ନୂଆଦିଲ୍ଲୀ, ୯।୧୧: ରିପବ୍ଲିକ୍‌ ଟିଭି ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କଠାରୁ ଆରମ୍ଭ କରି ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଅପ୍ରତ୍ୟାଶିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ ଦେଶରେ ଗଣମାଧ୍ୟମ ସ୍ବାଧୀନତାକୁ ନେଇ ପ୍ରଶ୍ନ ଉଠାଇବା ସହ ଜରୁରିକାଳୀନ ସ୍ଥିତିର ଚିତ୍ରକୁ ମନେ ପକାଇଦେଇଥିଲେ। ଜଣେ ସାମ୍ବାଦିକଙ୍କ ଗିରଫଦାରି ବିରୋଧରେ ମୁହଁ ନ ଖୋଲିବା ଫାସିବାଦକୁ ସମର୍ଥନ କରିବା ସଦୃଶ ବୋଲି କହୁଥିଲେ। ସେମାନଙ୍କର ଉଦ୍‌ବେଗ ନିଶ୍ଚିତ ଭାବେ କୌଣସି ସାମ୍ବାଦିକଙ୍କ ପାଇଁ ନ ଥିଲା। ଏହା କେବଳ ଦେଶର ଜଣେ ଖ୍ୟାତନାମା ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଥାରୁ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଖୋଦ୍‌ ଆଦିତ୍ୟନାଥଙ୍କ ରାଜ୍ୟରେ ଖବରଦାତାମାନେ ନିର୍ଯାତିତ ହେବା, ମାଡ଼ ଖାଇବା ଓ ଗିରଫ ହେବା ନୂଆ କଥା ନୁହେଁ ବୋଲି ମତ ପ୍ରକାଶ ପାଇଛି।
ବୁଦ୍ଧିଜୀବୀଙ୍କ ମତରେ ଅର୍ଣ୍ଣବଙ୍କ ଗିରଫଦାରିକୁ ନେଇ ମନ୍ତ୍ରୀ ଓ ଭାଜପା ନେତାମାନେ ଅସନ୍ତୋଷ ବ୍ୟକ୍ତ କରିବା ଅର୍ଥ ନୁହେଁ ସେମାନେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଚିନ୍ତିତ। କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଖବରଦାତାମାନେ କର୍ତ୍ତବ୍ୟ ନିର୍ବାହ କଲାବେଳେ ଆକ୍ରୋଶର ସମ୍ମୁଖୀନ ହୋଇଥାନ୍ତି।
୨୦୧୮ରେ ଅର୍ଣ୍ଣବ ଜଣେ ଇଣ୍ଟେରିୟର ଡିଜାଇନରଙ୍କୁ ତାଙ୍କ ପ୍ରାପ୍ୟ ନ ଦେବାରୁ ସେ ଓ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ଗତ ୪ ତାରିଖରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ଏହା ଗଣମାଧ୍ୟମ ସ୍ବାଧୀନତା ଉପରେ ଆକ୍ରମଣ ବୋଲି ସାମ୍ବାଦିକ ମହଲରେ ବିତର୍କ ସୃଷ୍ଟି ହୋଇଥିଲା। ଦେଖିବାକୁ ଗଲେ ସାମ୍ବାଦିକ ମଧ୍ୟ ଜଣେ ନାଗରିକ। ସାମ୍ବାଦିକତା ସହ ସମ୍ପର୍କ ନ ଥିବା କୌଣସି ଅପରାଧ ପାଇଁ ଯଦି ଜଣେ ସାମ୍ବାଦିକ ଗିରଫ ହୁଅନ୍ତି, ତେବେ ଏହା ପ୍ରେସ୍‌ ସ୍ବାଧୀନତା ସହ ସମ୍ପୃକ୍ତ ବୋଲି ସାବ୍ୟସ୍ତ କରିବା ନିଶ୍ଚିତ ଭାବେ କଷ୍ଟକର।
ପୋଲିସ କହିବାନୁଯାୟୀ, ମୃତ ସ୍ଥପତି ଅନ୍ବୟଙ୍କ ପରିବାରର ଚାପ ଫଳରେ ପୁଣିଥରେ ମାମଲାର ଫାଇଲ ଖୋଲିଛି। ତେବେ ଏହା ପଛର ଅସଲ ଉଦ୍ଦେଶ୍ୟ ହେଉଛି କିଛି ମାସ ହେଲା ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସକୁ ସମାଲୋଚନା କରିଚାଲିଥିବା ଅର୍ଣ୍ଣବଙ୍କୁ ଉଚିତ ଶିକ୍ଷା ଦେବା।
କର୍ତ୍ତବ୍ୟ ସମ୍ପାଦନ ବେଳେ ଅର୍ଣ୍ଣବଙ୍କ ଭଳି ବହୁ ସାମ୍ବାଦିକ ଏଭଳି ମାମଲାର ସମ୍ମୁଖୀନ ହେଉଛନ୍ତି, ଯାହା ବାସ୍ତବରେ ଗଣମାଧ୍ୟମ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରିଛି। ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା କ୍ଷମତାରେ ରହିବାର ୬ ବର୍ଷ ମଧ୍ୟରେ ବହୁ ଖବରଦାତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ସେମାନଙ୍କୁ ଗିରଫ କରାଯାଇଛି। କେବଳ କୋଭିଡ୍‌ ଲକ୍‌ଡାଉନ ୩ ମାସ ମଧ୍ୟରେ ଭାରତରେ ଖବରଦାତାଙ୍କ ବିରୋଧରେ ୫୫ ମାମଲା ହୋଇଥିବାବେଳେ ସେଥିରୁ ଉତ୍ତରପ୍ରଦେଶରେ ୧୧ ରହିଛି। ଗତ ସେପ୍ଟେମ୍ବରରେ ହାଥ୍‌ରସରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ଖବର ସଂଗ୍ରହ କରିବାକୁ ଯାଇଥିବା କେରଳର ସାମ୍ବାଦିକ ସିଦ୍ଦିକ୍‌ କପ୍ପାନଙ୍କୁ ପୋଲିସ ଉଠାଇନେଇଥିଲା। ତାଙ୍କୁ କେବଳ ଗିରଫ କରାଯାଇ ନ ଥିଲା, ବରଂ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ ଏବଂ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସହମତି ବିନା ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନିଏ ନାହିଁ। ସେତେବେଳେ ପ୍ରେସ୍‌ ସ୍ବାଧୀନତାକୁ ନେଇ କୌଣସି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ କରି ନ ଥିଲେ।

ତଲୋଜା ଜେଲକୁ ସ୍ଥାନାନ୍ତର

ରାଇଗଡ଼ ପୋଲିସ ଅର୍ଣ୍ଣବ ଗୋସ୍ବାମୀଙ୍କୁ ରବିବାର ସକାଳେ ନଭି ମୁମ୍ବାଇର ତଲୋଜା ଜେଲକୁ ସ୍ଥାନାନ୍ତର କରିଛି। କଏଦୀମାନଙ୍କ ପାଇଁ ଆଲିବାଗ ମ୍ୟୁନିସିପାଲ ସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ତାଙ୍କୁ ରଖାଯାଇଥିଲା। ସେଠାରେ ସେ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଅର୍ଣ୍ଣବ କୌଣସି ବ୍ୟକ୍ତିଙ୍କ ମୋବାଇଲ ଫୋନ୍‌ ବ୍ୟବହାର କରି ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିଲେ ବୋଲି ତଦନ୍ତକାରୀ ଅଫିସର ରାଇଗଡ଼ କ୍ରାଇମ୍‌ ବ୍ରାଞ୍ଚ ଇନ୍ସପେକ୍ଟର ଜମିଲ ଶେଖ୍‌ କହିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସେ କିପରି ମୋବାଇଲ ଫୋନ ପାଇଲେ ତାହାର ତଦନ୍ତ କରିବାକୁ ଜମିଲ ଆଲିବାଗ୍‌ ଜେଲ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri