Posted inଜାତୀୟ

ଅର୍ଣ୍ଣବଙ୍କ ଗିରଫଦାରି ସହ ସାମ୍ବାଦିକତାର ସମ୍ପର୍କ ନାହିଁ

ନୂଆଦିଲ୍ଲୀ, ୯।୧୧: ରିପବ୍ଲିକ୍‌ ଟିଭି ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କଠାରୁ ଆରମ୍ଭ କରି ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଅପ୍ରତ୍ୟାଶିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ ଦେଶରେ ଗଣମାଧ୍ୟମ ସ୍ବାଧୀନତାକୁ ନେଇ ପ୍ରଶ୍ନ ଉଠାଇବା ସହ ଜରୁରିକାଳୀନ ସ୍ଥିତିର ଚିତ୍ରକୁ ମନେ ପକାଇଦେଇଥିଲେ। ଜଣେ ସାମ୍ବାଦିକଙ୍କ ଗିରଫଦାରି ବିରୋଧରେ ମୁହଁ ନ ଖୋଲିବା ଫାସିବାଦକୁ ସମର୍ଥନ କରିବା ସଦୃଶ ବୋଲି କହୁଥିଲେ। ସେମାନଙ୍କର ଉଦ୍‌ବେଗ ନିଶ୍ଚିତ ଭାବେ କୌଣସି ସାମ୍ବାଦିକଙ୍କ ପାଇଁ ନ ଥିଲା। ଏହା କେବଳ ଦେଶର ଜଣେ ଖ୍ୟାତନାମା ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଥାରୁ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଖୋଦ୍‌ ଆଦିତ୍ୟନାଥଙ୍କ ରାଜ୍ୟରେ ଖବରଦାତାମାନେ ନିର୍ଯାତିତ ହେବା, ମାଡ଼ ଖାଇବା ଓ ଗିରଫ ହେବା ନୂଆ କଥା ନୁହେଁ ବୋଲି ମତ ପ୍ରକାଶ ପାଇଛି।
ବୁଦ୍ଧିଜୀବୀଙ୍କ ମତରେ ଅର୍ଣ୍ଣବଙ୍କ ଗିରଫଦାରିକୁ ନେଇ ମନ୍ତ୍ରୀ ଓ ଭାଜପା ନେତାମାନେ ଅସନ୍ତୋଷ ବ୍ୟକ୍ତ କରିବା ଅର୍ଥ ନୁହେଁ ସେମାନେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଚିନ୍ତିତ। କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଖବରଦାତାମାନେ କର୍ତ୍ତବ୍ୟ ନିର୍ବାହ କଲାବେଳେ ଆକ୍ରୋଶର ସମ୍ମୁଖୀନ ହୋଇଥାନ୍ତି।
୨୦୧୮ରେ ଅର୍ଣ୍ଣବ ଜଣେ ଇଣ୍ଟେରିୟର ଡିଜାଇନରଙ୍କୁ ତାଙ୍କ ପ୍ରାପ୍ୟ ନ ଦେବାରୁ ସେ ଓ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ଗତ ୪ ତାରିଖରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ଏହା ଗଣମାଧ୍ୟମ ସ୍ବାଧୀନତା ଉପରେ ଆକ୍ରମଣ ବୋଲି ସାମ୍ବାଦିକ ମହଲରେ ବିତର୍କ ସୃଷ୍ଟି ହୋଇଥିଲା। ଦେଖିବାକୁ ଗଲେ ସାମ୍ବାଦିକ ମଧ୍ୟ ଜଣେ ନାଗରିକ। ସାମ୍ବାଦିକତା ସହ ସମ୍ପର୍କ ନ ଥିବା କୌଣସି ଅପରାଧ ପାଇଁ ଯଦି ଜଣେ ସାମ୍ବାଦିକ ଗିରଫ ହୁଅନ୍ତି, ତେବେ ଏହା ପ୍ରେସ୍‌ ସ୍ବାଧୀନତା ସହ ସମ୍ପୃକ୍ତ ବୋଲି ସାବ୍ୟସ୍ତ କରିବା ନିଶ୍ଚିତ ଭାବେ କଷ୍ଟକର।
ପୋଲିସ କହିବାନୁଯାୟୀ, ମୃତ ସ୍ଥପତି ଅନ୍ବୟଙ୍କ ପରିବାରର ଚାପ ଫଳରେ ପୁଣିଥରେ ମାମଲାର ଫାଇଲ ଖୋଲିଛି। ତେବେ ଏହା ପଛର ଅସଲ ଉଦ୍ଦେଶ୍ୟ ହେଉଛି କିଛି ମାସ ହେଲା ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସକୁ ସମାଲୋଚନା କରିଚାଲିଥିବା ଅର୍ଣ୍ଣବଙ୍କୁ ଉଚିତ ଶିକ୍ଷା ଦେବା।
କର୍ତ୍ତବ୍ୟ ସମ୍ପାଦନ ବେଳେ ଅର୍ଣ୍ଣବଙ୍କ ଭଳି ବହୁ ସାମ୍ବାଦିକ ଏଭଳି ମାମଲାର ସମ୍ମୁଖୀନ ହେଉଛନ୍ତି, ଯାହା ବାସ୍ତବରେ ଗଣମାଧ୍ୟମ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରିଛି। ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା କ୍ଷମତାରେ ରହିବାର ୬ ବର୍ଷ ମଧ୍ୟରେ ବହୁ ଖବରଦାତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ସେମାନଙ୍କୁ ଗିରଫ କରାଯାଇଛି। କେବଳ କୋଭିଡ୍‌ ଲକ୍‌ଡାଉନ ୩ ମାସ ମଧ୍ୟରେ ଭାରତରେ ଖବରଦାତାଙ୍କ ବିରୋଧରେ ୫୫ ମାମଲା ହୋଇଥିବାବେଳେ ସେଥିରୁ ଉତ୍ତରପ୍ରଦେଶରେ ୧୧ ରହିଛି। ଗତ ସେପ୍ଟେମ୍ବରରେ ହାଥ୍‌ରସରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ଖବର ସଂଗ୍ରହ କରିବାକୁ ଯାଇଥିବା କେରଳର ସାମ୍ବାଦିକ ସିଦ୍ଦିକ୍‌ କପ୍ପାନଙ୍କୁ ପୋଲିସ ଉଠାଇନେଇଥିଲା। ତାଙ୍କୁ କେବଳ ଗିରଫ କରାଯାଇ ନ ଥିଲା, ବରଂ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ ଏବଂ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସହମତି ବିନା ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନିଏ ନାହିଁ। ସେତେବେଳେ ପ୍ରେସ୍‌ ସ୍ବାଧୀନତାକୁ ନେଇ କୌଣସି କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ କରି ନ ଥିଲେ।

ତଲୋଜା ଜେଲକୁ ସ୍ଥାନାନ୍ତର

ରାଇଗଡ଼ ପୋଲିସ ଅର୍ଣ୍ଣବ ଗୋସ୍ବାମୀଙ୍କୁ ରବିବାର ସକାଳେ ନଭି ମୁମ୍ବାଇର ତଲୋଜା ଜେଲକୁ ସ୍ଥାନାନ୍ତର କରିଛି। କଏଦୀମାନଙ୍କ ପାଇଁ ଆଲିବାଗ ମ୍ୟୁନିସିପାଲ ସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ତାଙ୍କୁ ରଖାଯାଇଥିଲା। ସେଠାରେ ସେ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଅର୍ଣ୍ଣବ କୌଣସି ବ୍ୟକ୍ତିଙ୍କ ମୋବାଇଲ ଫୋନ୍‌ ବ୍ୟବହାର କରି ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିଲେ ବୋଲି ତଦନ୍ତକାରୀ ଅଫିସର ରାଇଗଡ଼ କ୍ରାଇମ୍‌ ବ୍ରାଞ୍ଚ ଇନ୍ସପେକ୍ଟର ଜମିଲ ଶେଖ୍‌ କହିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସେ କିପରି ମୋବାଇଲ ଫୋନ ପାଇଲେ ତାହାର ତଦନ୍ତ କରିବାକୁ ଜମିଲ ଆଲିବାଗ୍‌ ଜେଲ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?