ପତ୍ରପୋଡା ରୋଗ: ଶତାଧିକ ଏକର ଧାନ ଫସଲ ନଷ୍ଟ ଆଶଙ୍କା

ବାଲିଆ,୯ା୧୧: ବିରିଡି ବ୍ଲକର ବଡଖଣ୍ଡାଏତା ପଞ୍ଚାୟତର ବାଇଟାଙ୍ଗୀ, ରାଇମୁହଁ, ବଡଖରଦା, ଗଉଡକିଆରି, ବଉରି ଜୋରି, ଚୌଧୁରିବାଟୀ ପ୍ରଭୃତି ପାଟ ଜମିରେ ପତ୍ରପୋଡା ରୋଗ ଦେଖାଦେଇଛି। ଫଳରେ ଶତାଧିକ ଏକର ଧାନ ଗଛ ସବୁ ନାଲି ପଡି ଗଲାଣି। ଏଥିଯୋଗୁ ଧାନ ଫସଲ ନଷ୍ଟ ହୋଇଯିବା ଚାଷୀମାନେ କହୁଛନ୍ତି। କିଟନାଶକ ପକାଇଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ। ଏଭଳି ଅଭିଯୋଗ ଚାଷୀ ସନାତନ ଖୁଣ୍ଟିଆ, ପ୍ରଦୀପ୍ତ ସାହୁ, ବେଣୁଧର ଖୁଣ୍ଟିଆ, ରବୀନ୍ଦ୍ର ମଥାନ, ନାରାୟଣ ପରିଡା, ସୁକାନ୍ତ ମଥାନ, ପ୍ରଶାନ୍ତ ସାହୁ, ପରମାନନ୍ଦ ବେହେରା, ଅଭୟ କୁମାର ସାହୁ ପ୍ରମୁଖ ଆଣିଛନ୍ତି। ଏଥିପ୍ରତି ସରକାରୀ ସ୍ତରରେ କୌଣସି ସାହାଯ୍ୟ ମିଳୁ ନ ଥିବାରୁ ବା ପତ୍ର ପୋଡା ରୋଗ ପାଇଁ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଚାଷୀମାନେ ଚଳିତବର୍ଷ ସାରଳା, ଆରଜେଲ୍‌, ପ୍ରଧାନ ପ୍ରଭୃତି ଧାନ ବିହନ ଆଣି ଚାଷ କରିଥିଲେ। ଏହି ଧାନ ୧୪୫ ଦିନରେ ଥୋଡ ବାହାରିବା କଥା। ହେଲେ ୧୫୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଧାନ ଗଛରେ ଥୋଡ ବାହାରୁନାହିଁ। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏକର ପିଛା ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଚାଷୀମାନେ ଧାନ ଚାଷ କରିଥିଲେ। ଏଥିଯୋଗୁ ଅମଳ କମିଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ କୃଷି ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ପତ୍ର ପୋଡା ଓ ଅନ୍ୟ ରୋଗ ଯୋଗୁ ନଷ୍ଟ ହୋଇଥିବା ଧାନ ଫସଲ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କୃଷି ବିଭାଗର କ୍ଷେତ୍ର ପରିଦର୍ଶକ ରୁଦ୍ରନାରାୟଣ ମହାନ୍ତିଙ୍କୁ ପଚାରିବାରେ ଏହି ରୋଗ ସବୁଆଡେ ବ୍ୟାପିଛି। ଏହାର ପ୍ରତିକାର ପାଇଁ ଯେଉଁ କିଟନାଶକ ଆବଶ୍ୟକ ତାହା ଚାଷୀମାନଙ୍କୁ କୁହାଯିବା ସହ ଟୋକନ ଦେଇଥିଲୁ। ସେମାନେ କିଟନାଶକ ଆଣି ଧାନ ଗଛରେ ସିଞ୍ଚନ କରିଥିଲେ। ହେଲେ ଔଷଧ କାମ କଲାନାହିଁ। ଯଦି ସରକାରୀ ସ୍ଥରରେ କୌଣସି ସୁବିଧା ଆସେ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଜଣାଇବୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପେ ଇଲେକ୍ଟ୍ରିକ ୩ ଚକିଆ ଯାନର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୮ା୧: ଅନୁଗୋଳ ପଞ୍ଚମହାଲସ୍ଥିତ ଲକ୍ଷ୍ମୀ ଅଟୋ କମ୍ବାଇନଠାରେ ଆପେ ଇଲେକ୍ଟ୍ରିକ ତିନି ଚକିଆ ଯାନର ବଜାର ପ୍ରବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ରବି ଫସଲ ଯୋଜନା ବାଧାପ୍ରାପ୍ତ

ରସୁଲପୁର,୨୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଥିବା ୨ଟି ଯାକ ସହକାରୀ କୃଷି ଅଧିକାରୀ ପଦବୀ ଖାଲିପଡ଼ିଛି। ତେଣୁ ରବି ଫସଲ ଯୋଜନା ପ୍ରସ୍ତୁତି ଓ...

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ପୁରୀ ଅଫିସ, ୪ା୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। କରୋନା ପାଇଁ ଯଦିଓ ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେଉଛି ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା...

ଚନ୍ଦନଯାତ୍ରା ପାଇଁ ସେବାୟତଙ୍କ ଜୀବନବୀମା

ପୁରୀ ଅଫିସ,୧୧।୫: ଅକ୍ଷୟ ତୃତୀୟାରେ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ସୋମବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସଭାପତିତ୍ୱରେ...

ବାଲି ସଇରାତ ନ ଥାଇ ବେଆଇନ ବାଲି ଉଠାଣ

ମାହାଙ୍ଗା ୭ା୧୨(ସ୍ବ.ପ୍ର.): ମାହାଙ୍ଗା ତହସିଲରେ ବେଆଇନ୍‌ ବାଲି ଉଠାଣ ଦିନକୁ ଦିନ ବଢ଼ି ଚାଲିଛି। ମାତ୍ର ତହସିଲ ଅବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ...

ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲିଂ ଅଭିଯୋଗ: କନଷ୍ଟେବଳ କୋର୍ଟଚାଲାଣ

ସାକ୍ଷୀଗୋପାଳ, ୧୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ବୁଧବାର...

କରୋନାକୁ ନେଇ ବାରୁଣୀ ସ୍ନାନ ବନ୍ଦ: ପୂଜାର୍ଚ୍ଚନା ଲାଗି ପୀଠରେ ରହିବେ ୫ଜଣ, ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା

ପୁରୁଷୋତ୍ତମପୁର,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟଠାରେ ବୁଧବାର ତହସିଲଦାର ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା...

କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ

ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ।...

Advertisement
Archives

Model This Week