ଏକ୍ସ-ରେ’ର ଜନ୍ମବାସର

ଶରୀର ଭିତରର କୌଣସି ଅଙ୍ଗପ୍ରତ୍ୟଙ୍ଗର ରୋଗ ବା ଉପସର୍ଗ ନିଶ୍ଚୟ କରିବା ନିମନ୍ତେ ଚିକିତ୍ସକମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରିଥାନ୍ତି। ସେହି ସବୁ ପଦ୍ଧତି ମଧ୍ୟରେ ରହିଛି ଏକ୍ସ-ରେ ରେଡିଓଗ୍ରାଫି, କମ୍ପ୍ୟୁଟେଡ୍‌ ଟମୋଗ୍ରାଫି ବା ସିଟି ସ୍କାନିଂ, ଅଲ୍‌ଟ୍ରାସୋନୋଗ୍ରାଫି, ପୋଜିଟ୍ରନ୍‌,ଏମିସନ୍‌, ଟମୋଗ୍ରାଫି ବା ପେଟ୍‌ , ମ୍ୟାଗ୍‌ନେଟିକ୍‌ ରେଜୋନାନ୍ସ ଇମେଜିଙ୍ଗ୍‌ ବା ଏମ୍‌.ଆର୍‌.ଆଇ ଇତ୍ୟାଦି। ଏହି ପଦ୍ଧତିମାନ ରଂଜନ ବିଜ୍ଞାନ ବା ବିକିରଣ ବିଜ୍ଞାନର ଅନ୍ତର୍ଭୁକ୍ତ। ବିକିରଣ ବିଜ୍ଞାନକୁ ବିଜ୍ଞାନର ଭାଷାରେ ‘ରେଡିଓ ଲୋଜି’ ବୋଲି କହନ୍ତି। ଏହି ସବୁ ପଦ୍ଧତିରେ ବ୍ୟବହୃତ ହୋଇଥାଏ ଏକ୍ସ-ରେ, ଶବ୍ଦ ତରଙ୍ଗ, ଚୁମ୍ବକୀୟ କ୍ଷେତ୍ର ବା ତେଜସ୍କ୍ରିୟ ବିକିରଣ ଇତ୍ୟାଦି। ଏଗୁଡ଼ିକୁ ବିନିଯୋଗ କରି ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗର ଚିତ୍ର ଉତ୍ତୋଳିତ ହୋଇଥାଏ। ସେହି ଚିତ୍ରକୁ ଦେଖି ଓ ବିଶ୍ଲେଷଣ କରି ବିଶେଷଜ୍ଞ ଚିକିତ୍ସକମାନେ ରୋଗ ନିର୍ଣ୍ଣୟ କରିଥାନ୍ତି ଓ ତା’କୁ ଭିତ୍ତିକରି ରୋଗୀର ଚିକିତ୍ସା କରାଯାଇଥାଏ। ଆବଶ୍ୟକସ୍ଥଳେ କରାଯାଇଥାଏ ରୋଗାକ୍ରାନ୍ତ ଅଙ୍ଗର ଅସ୍ତ୍ରୋପଚାର । ଯେଉଁ ବିଶେଷଜ୍ଞ ଏହି ପଦ୍ଧତି ସାହାଯ୍ୟରେ ରୋଗ ଚିହ୍ନଟ କରିଥାନ୍ତି, ତାଙ୍କୁ ରେଡିଓଲୋଜିଷ୍ଟ୍‌ ବୋଲି କୁହାଯାଏ। କେବଳ ଚିକିତ୍ସାବିଜ୍ଞାନ କ୍ଷେତ୍ର ନୁହେଁ, ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ରହିଛି ଏହି ପଦ୍ଧତିରେ ଉପଯୋଗିତା।
ଶାଖାରେ ରେଡିଓଲୋଜି ଏକ ଅମୂଲ୍ୟ ବରଦାନ ସଦୃଶ। ୨୦୦୦ ମସିହା ପରଠାରୁ ରେଡିଓଲୋଜିରେ ଅଭୂତପୂର୍ବ ଉନ୍ନତି ସାଧିତ ହୋଇଛି। ଚିକିତ୍ସା ବିଜ୍ଞାନରେ ରେଡିଲୋଜିର ବ୍ୟବହାର ସର୍ବପ୍ରଥମେ ଆରମ୍ଭ ହୋଇଥିଲା। ୧୯୮୫ ମସିହାରେ ଏକ୍ସ-ରେ ପଦ୍ଧତିର ଆବିଷ୍କାର ପରେ। ଏକ୍ସ-ରେ’ର ଆବିଷ୍କାରକ ଥିଲେ ଜର୍ମାନ ପଦାର୍ଥବିଜ୍ଞାନୀ ଉଇଲ୍‌ହେଲ୍‌ମ କୋନରୋଡ୍‌ ରଣ୍ଟଜେନ୍‌। ତାଙ୍କର ଏହି ଅସାଧାରଣ ଆବିଷ୍କାର ଥିଲା ଆକସ୍ମିକ। ଏହି ଆବିଷ୍କାର ପାଇଁ ତାଙ୍କୁ ୧୯୦୧ ମସିହାରେ ପଦାର୍ଥ ବିଜ୍ଞାନରେ ପ୍ରଥମ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଥଲା। ପ୍ରକାଶଥାଉ କି, ସେହି ୧୯୦୧ ମସିହାଠାରୁ ହିଁ ପଦାର୍ଥବିଜ୍ଞାନ ରସାୟନ ବିଜ୍ଞାନ, ଚିକିତ୍ସାବିଜ୍ଞାନ, ସାହିତ୍ୟ ଓ ଶାନ୍ତି ସ୍ଥାପନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ପ୍ରଦତ୍ତ ହୋଇଆସୁଛି।
ମସିହା ନଭେମ୍ବର ୮ତାରିଖରେ ସନ୍ଧ୍ୟା ସମୟରେ ରଣ୍ଟଜେନ୍‌ ଆକସ୍ମିକ ଭାବରେ ଏକ୍ସ-ରେ ଆବିଷ୍କାର କରିଥିଲେ। ତାଙ୍କ ପନତ୍ୀ ଅନ୍ନା ବର୍ଥା ଲୁଡ୍‌ଉଇଗ୍‌ଙ୍କ ବାମ ହାତର ଏକ୍ସ-ରେ ଫଟୋ ଥିଲା ପୃଥିବୀର ସର୍ବପ୍ରଥମ ଏକ୍ସ-ରେ ଫଟୋ। ସେହି ଫଟୋଟିରେ ପନତ୍ୀ ବର୍ଥାଙ୍କ ବାମ ହାତର ଆଙ୍ଗୁଠି ହାଡ଼ ଗୁଡ଼ିକର ଫଟୋ ଦେଖାଯାଉଥିବା ସଙ୍ଗେ ସଙ୍ଗେ ଅନାମିକା ଆଙ୍ଗୁଠିରେ ସେ ପିନ୍ଧିଥିବା ବିବାହ ମୁଦ୍ରିକାରେ ଫଟୋ ମଧ୍ୟ ଉଠିଯାଇଥିଲା। ୧୯୮୫ ମସିହା ଡିସେମ୍ବର ୨୨ ତାରିଖରେ ରଣ୍ଟଜେନ୍‌ ନିଜେ ସେହି ଏକ୍ସ-ରେ ଫଟୋଟି ଉଠେଇ ଥିଲେ।
ଏକ୍ସ-ରେ’ର ଆବିଷ୍କାର ଦିବସଟିକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ୨୦୧୨ ମସିହାଠାରୁ ‘ଇଉରୋପୀୟାନ ସୋସାଇଟି ଅଫ ରେଡିଓଲୋଜି’, ରେଡିଓଲୋଜିକାଲ ସୋସାଇଟି ଅଫ ନର୍ଥ ଆମେରିକା ଏବଂ ‘ଆମେରିକାନ କଲେଜ ଅଫ ରେଡିଓଲୋଜି’ର ଯୌଥ ଆନୁକୂଲ୍ୟରେ ପ୍ରତିବର୍ଷର ନଭେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ବା ଇଣ୍ଟରନ୍ୟାଶନାଲ ରେଡିଓଲୋଜି ଡେ’ ଭାବେ ପାଳନ କରାଯାଇଛି।
ରୋଗ ନିର୍ଣ୍ଣୟ କ୍ଷେତ୍ରରେ ରେଡିଓଲୋଜି ଏବଂ ରେଡିଓଲୋଜିଷ୍ଟଙ୍କ ଅବଦାନ ଅତୁଳନୀୟ। ଅଥଚ ଏ ସମ୍ପର୍କରେ ସାଧାରଣ ଜନତାଙ୍କ ଜ୍ଞାନ ଖୁବ୍‌ ସୀମିତ। ତେଣୁ ସେମାନଙ୍କଠାରେ ଏ ସମ୍ବନ୍ଧୀୟ ସଚେତନତା ପ୍ରାୟତଃ ନାହିଁ କହିଲେ ଚଳେ।
ରେଡିଓଲୋଜିର ବିଭିନ୍ନ ପଦ୍ଧତି ଏବଂ ଆଧୁନିକ ଚିକିତ୍ସା କ୍ଷେତ୍ରରେ ଏହି ସବୁ ପଦ୍ଧତିରେ ଉପଯୋଗିତା ବିଷୟରେ ଜନସାଧାରଣଙ୍କୁ ଅବଗତ କରେଇ ସେମାନଙ୍କଠାରେ ସଚେତନତା ବୃଦ୍ଧି କରିବା ହିଁ ହେଉଛି ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଦିବସଟିରେ ରେଡିଓଲୋଜିର ସାଧାରଣ ବ୍ୟବହାର ସମେତ ବିଭିନ୍ନ ଅଙ୍ଗର ଛାୟାଚିତ୍ରଣ ବା ‘ଇମେଜିଙ୍ଗ’ ସମ୍ପର୍କରେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଥାଏ ା ଯେପରି କି ଡାୟାଗ୍ନୋଷ୍ଟିକ ରେଡିଓଲୋଜି, ନ୍ୟୁରୋରେଡିଓଲୋଜି, ରେଡିଏସନ ଅଙ୍କୋଲୋଜି, ନ୍ୟୁକ୍ଲିୟାର ରେଡିଓଲୋଜି, ପେଡିଆଟ୍ରିକ ରେଡିଓଲୋଜି, ଭାସ୍କୁଲାର ରେଡିଓଲୋଜି, କାର୍ଡିସଭାସ୍କୁଲାର ରେଡିଓଲୋଜି, ଥୋରାସିକ ରେଡିଓଲୋଜି, ସ୍ପୋର୍ଟସ ରେଡିଓଲୋଜି, ଡିଜିଟାଲ ମାମ୍ମୋଗ୍ରାଫି ଇତ୍ୟାଦି। ଟେଲିରେଡିଓଲୋଜି ପଦ୍ଧତିରେ ଛାୟା ଚିତ୍ରଣକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରି ନିଆଯାଇପାରୁଛି ବିଶେଷଜ୍ଞ ପରାମର୍ଶ।
ଏହି ଦିବସ ପାଳନ ଅବସରରେ ଆୟୋଜିତ ହୋଇଥାଏ ସେମିନାର, ବକ୍ତୃତା, ପ୍ରଦର୍ଶନୀ ଓ କର୍ମଶାଳା ଇତ୍ୟାଦି ।
ଏଥିରେ ଅଂଶଗ୍ରହଣ କରିଥାନ୍ତି ରେଡିଓଲୋଜିଷ୍ଟ, ରେଡିଓଲୋଜି ଅଧ୍ୟୟନ କରୁଥିବା ସ୍ନାତତକୋତ୍ତର ଛାତ୍ର ଏବଂ ରେଡିଓଗ୍ରାଫରମାନେ। ଏହି ସବୁ କାର୍ଯ୍ୟକ୍ରମରେ ଜନସାଧାରଣ ଯୋଗଦେଇ ନିଜର ଜ୍ଞାନ ବୃଦ୍ଧି କରିଥାନ୍ତି।
ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମ୍ୟାଡମ କ୍ୟୁରିଙ୍କ ନେତୃତ୍ୱରେ ଆହତ ସୈନିକମାନଙ୍କ ଏକ୍ସ-ରେ ଫଟୋ ଉଠେଇବା ପାଇଁ କାମ କରୁଥିଲା ଏକ ଭ୍ରାମ୍ୟମାଣ ଏକ୍ସ-ରେ ୟୁନିଟ୍। ଏହି ୟୁନିଟ୍‌ର ନାମ ଥିଲା ‘ଲିଟଲ କ୍ୟୁରି’। ଏଥିରେ କର୍ତ୍ତ୍ୟବରତ ରହିଥିଲେ ୧୫ ଜଣ ତାଲିମପ୍ରାପ୍ତ ମହିଳା।
ଏକ୍ସ-ରେ ଆବିଷ୍କୃତ ହୋଇଥିଲା ୧୨୫ ବର୍ଷ ତଳେ। ମାତ୍ର ଏହା ଏପରି ଏକ ଯୁଗାନ୍ତକାରୀ ଆବିଷ୍କାର ଯେ ଏକ୍ସ-ରେ ସମେତ ସିଟି ସ୍କାନିଂ ଓ ଏମଆରଆଇ ସ୍କାନିଂ କ୍ଷେତ୍ରରେ ମଧ୍ୟ ମିଳିଛି ନୋବେଲ ପୁରସ୍କାର। ଏଯାବତ୍‌ ପାଖାପାଖି ୨୫ ଜଣ ବିଜ୍ଞାନୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରେଡିଓଲୋଜି ଆଧାରିତ କ୍ଷେତ୍ରରେ ଆବିଷ୍କାର କରି ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି।
ରେଡିଓଲୋଜି ପଦ୍ଧତିଟିରେ ବ୍ୟବହୃତ ହୋଇଥାଏ ତେଜସ୍କ୍ରିୟ ବିକିରଣ। ଏହି ତେଜସ୍କ୍ରିୟ ବିକିରଣ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଅନିଷ୍ଟକର। ଏପରି କି ଏହା ଜାତ କରିପାରେ କ୍ୟାନସର। ତେଣୁ ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ରେଡିଓଗ୍ରାଫର ଇତ୍ୟାଦି ତେଜସ୍କ୍ରିୟତାରୁ ସୁରକ୍ଷିତ ରହିବା ନିମନ୍ତେ ଅନୁମୋଦିତ ସାବଧାନତା ଅବଲମ୍ବନ କରିଥାନ୍ତି।

ଡାକ୍ତର ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ , ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?