Posted inଜାତୀୟ

ସ୍ତ୍ରୀଙ୍କ ସହ କଥା ହେଉଥିଲେ ବନ୍ଧୁ, ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ମୁଜଫରନଗର,୯।୧୧: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନିଜ ବନ୍ଧୁଙ୍କ ସ୍ତ୍ରୀ ସହ କଥା ହେବା ମହଙ୍ଗା ପଡିଛି। କାମ ଥିବା କହି ଘରକୁ ଡାକି ସମ୍ପୃକ୍ତ ବ୍ୟକ୍ତି ଗଳାକାଟି ହତ୍ୟା କରିଛନ୍ତି ତାଙ୍କ ବନ୍ଧୁ। ଏହାପରେ ମୃତଦେହକୁ ଆବର୍ଜନା ଗଦାରେ ପକାଇ ଦେଇଥିଲେ। ସୂଚନାଯୋଗ୍ୟ, ବୁଆଡା ମାର୍ଗ ନିବାସୀ ବଣ୍ଟିଙ୍କ ସ୍ତ୍ରୀ ସହ ତାଙ୍କ ବନ୍ଧୁ ରବିନ୍‌ ମୋବାଇଲରେ ବରାବର କଥା ହେଉଥିଲେ। ଉଭୟଙ୍କର ଅବୈଧ ସମ୍ପର୍କ ଥିବା ସନ୍ଦେହ କରି ବଣ୍ଟି ରାଗରେ ଦିନେ ରବିନଙ୍କୁ ଘରକୁ ଡାକିଥିଲେ। ଏହାପରେ ଏକ ଧାରୁଆ ଅସ୍ତ୍ରରେ ବନ୍ଧୁଙ୍କ ଗଳା କାଟି ହତ୍ୟା କରିଥିଲେ ବଣ୍ଟି। ପରେ ତାଙ୍କ ମୃତଦେହ ବୁଆଡା ମାର୍ଗସ୍ଥିତ ପାଲିଓ୍ବାଲ ନର୍ସରୀ ସାମ୍ନାରେ ଥିବା ଏକ ଟ୍ରାନ୍ସଫରମର ନିକଟ ଆବର୍ଜନା ଗଦାରେ ଲୁଚାଇ ଦେଇଥିଲେ। ପୁଅ ନିଖୋଜ ହେବା ନେି ରବିନ ପିତା ଧର୍ମବୀର ଥାନାରେ ଏତଲା ଦେଇଥିଲେ ଏହି ଆଧାରରେ ପୋଲି ତଦନ୍ତ ଆରମ୍ଭ କରିଥିଲା। ୩ ଦିନ ପରେ ରବିନଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

ନାବାଳିକାକୁ ଅପହରଣ କରି ଯାଜପୁରରେ ବଳାତ୍କାର, ପରେ…

ଭୁବନେଶ୍ୱର, ୧୨।୮: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ଯାଜପୁର ନେଇଯିବା ଏବଂ ସେଠାରେ ତାଙ୍କ ବଳାତ୍କାର ରାଯାଇଥିବା ନେଇ ଅଭିଯୋଗ ହୋଇଛି।…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri