ଦେଶର ପ୍ରଥମ ଘଟଣା,ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଗଲା
ରାଞ୍ଚି,୨୧।୭: କରୋନା ଯୋଗୁ ଝାଡଖଣ୍ଡର ଏକ ପରିବାର ଛାରଖାର ହୋଇଯାଇଛି। କରୋନା ସଂକ୍ରମଣ ହୋଇ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଯାଇଛି। ମୃତ ମହିଳାଙ୍କ ଷଷ୍ଠ ପୁଅ ଏବେ…
କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ
ନୂଆଦିଲ୍ଲୀ, ୨୧।୭: ହାଇଦ୍ରାବାଦ୍ସ୍ଥିତ ଭାରତ ବାୟୋଟେକ୍, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ଏବଂ ନ୍ୟାଶନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି (ଏନ୍ଆଇଭି) ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କୋଭାକ୍ସିନ୍ ଟିକାର ସୋମବାର ମାନବ ପରୀକ୍ଷଣ(ହ୍ୟୁମାନ ଟ୍ରାଏଲ୍) ଆରମ୍ଭ ହୋଇଛି।…
ମାନ୍ୟତା ମିଳିଲେ ଗୁରୁତ୍ୱ ବଢ଼ିବ
ବାଲେଶ୍ୱର ଅଫିସ, ୨୧।୭: ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ସରକାର ସମୁଦ୍ର ଉପକୂଳରେ ଜଙ୍ଗଲ ସୃଷ୍ଟି କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବିଶେଷ କରି ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ (ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ ଜୋନ୍…
ଇ-ବାଣିଜ୍ୟ ସଂସ୍ଥା ଉପରେ ଲାଗିବ ଅଙ୍କୁଶ
ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ ଅଭିଯୋଗ କରିବାର କୌଣସି ଆଇନଗତ ବ୍ୟବସ୍ଥା ନ ଥିଲା। ତେଣୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ…
ଲାଲଜୀ ଟଣ୍ଡନଙ୍କ ପରଲୋକ
ଭୋପାଳ, ୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ମଙ୍ଗଳବାର ଭୋର୍ ୫ଟା ୩୫ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲେ। ସେ ଜୁନ ୧୨ ଠାରୁ ଲକ୍ଷ୍ନୌସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଲିଭର ସମସ୍ୟା ସହିତ ପରିସ୍ରା…
୭ ମହଲାକୁ ଷ୍ଟ୍ରେଚର ସାହା
ଢେଙ୍କାନାଳ ଅଫିସ,୨୧ା୭ – ୭ ମହଲା ବିଶିଷ୍ଟ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଉପର ମହଲାଗୁଡ଼ିକରେ ରହିଛି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଓ୍ବାର୍ଡ ଓ ଅସ୍ତ୍ରୋପଚାର ଗୃହ। କିନ୍ତୁ ଚିକିତ୍ସାଳୟର ମୋଟ୍ ୪ଟି ଲିଫ୍ଟ ମଧ୍ୟରୁ ୩ଟି ଅଚଳ ହୋଇପଡ଼ିଛି। ସପ୍ତାହେ…
ବିଶ୍ୱ ଚେସ୍ ଦିବସରେ ପ୍ରତ୍ୟୁଷ ଚାମ୍ପିୟନ
ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଚେସ୍ ଦିବସ ଅବସରରେ ସୋମବାର ଆୟୋଜିତ ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ରେ ପ୍ରତ୍ୟୁଷ ମହାପାତ୍ର ଚାମ୍ପିୟନ ହୋଇଛନ୍ତି। ଏସଆର ଚେସ୍ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍ ସ୍କୁଲର ୯ମ ଷ୍ଟାଣ୍ଡାର୍ଡ ଛାତ୍ର ପ୍ରତ୍ୟୁଷ…
୨ ସେବାୟତଙ୍କୁ କରୋନା
ପୁରୀ ଅଫିସ,୨୦ା୭:ରଥଯାତ୍ରା ପରେ କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ସେବାୟତମାନଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ୍ ଟେଷ୍ଟ କରାଯାଇଥିଲା। ମୋଟ ୨,୬୩୬ ସେବାୟତଙ୍କ ସ୍ବାବ୍ ସଂଗ୍ରହ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ…
ସ୍ମରଣୀୟ ହୋଇ ରହିବେ ବିଜୟ: ରାଜ୍ୟପାଳ
ଭୁବନେଶ୍ୱର,୨୦ା୭(ବ୍ୟୁରୋ)-ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡିଆ ଅଭିନୟ ଜଗତକୁ ବିଜୟଙ୍କ ଅବଦାନ ଅତୁଳନୀୟ। ଅଭିନୟ ଲାଗି ସେ ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ମନେ ରହିବେ…
ଦ୍ୱିତୀୟ ଟେଷ୍ଟ ଜିତିଲା ଇଂଲଣ୍ଡ
ମାଞ୍ଚେଷ୍ଟର, ୨୦।୭- ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଓ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ୧୧୩ ରନରେ ପରାସ୍ତ କରିଛି। ୩୧୨ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା…
୧୨ ପଇସା ବଢ଼ିଲା ଡିଜେଲ
ଭୁବନେଶ୍ୱର,୨୦।୭: କରୋନା ମହାମାରୀ ସମୟରେ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଛି। ପେଟ୍ରୋଲ ଦର ଗତ କିଛିଦିନ ଧରି ବୃଦ୍ଧି ହୋଇ ନ ଥିବା ବେଳେ ଡିଜେଲ ଦରରେ ବିରତି ଲାଗୁ ନାହିଁ। ସୋମବାର ଭୁବନେଶ୍ୱରରେ ଡିଜେଲ ଦର ୧୨…
ଏଜିଆର୍ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୨୦।୭: ଟେଲିକମ୍ କମ୍ପାନୀଙ୍କ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି। ଟେଲିକମ୍ କମ୍ପାନୀଙ୍କ ୧.୬ ଲକ୍ଷ କୋଟି ଟଙ୍କା ଏଜିଆର୍ ମାମଲାରେ ଆଉ ଗୋଟିଏ ସେକେଣ୍ଡ…
Archives


