Posted inଫୁରସତ

୨୨ ବର୍ଷୀୟ ଅଦନାନଙ୍କ ଅଛନ୍ତି ୩ ସ୍ତ୍ରୀ: ଚତୁର୍ଥ ବିବାହ ପାଇଁ ଚାଲିଛି କନିଆ ଖୋଜା, ସହଯୋଗ କରୁଛନ୍ତି ପତ୍ନୀ

ଆଜିକାଲିର ଯୁବପିଢ଼ୀ ଶିଘ୍ର ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ପାକିସ୍ତାନର ଜଣେ ଯୁବକଙ୍କ କାହାଣୀ ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ପାକିସ୍ତାନର ଅଦନାନ ୨୨ ବର୍ଷର ହୋଇଥିବା ବେଳେ ତିନିଟି ବିବାହ କରିଛନ୍ତି। ଏବେ ସେ ଚତୁର୍ଥ ବିବାହ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ବିବାହ ପାଇଁ ମନୋନିତ ପ୍ରାର୍ଥୀ ଖୋଜିବାରେ ତାଙ୍କ ସ୍ତ୍ରୀମାନେ ତାଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି।

ଅଦନାନ ପାକିସ୍ତାନ ସିୟାଲକୋଟର ବାସିନ୍ଦା। ସେ ୧୬ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ। ସେତେବେଳେ ସେ ପାଠ ପଢ଼ୁଥିଲେ। ପରେ ୨୦ ବର୍ଷ ବୟସରେ ସେ ଦ୍ୱିତୀୟ ବିବାହ ଏବଂ ଗତବର୍ଷ ସେ ତୃତୀୟ ବିବାହ କରିଥିଲେ। ଅଦନାନ୍‌ କେବଳ ଇଂରାଜୀ ଅକ୍ଷର ‘ଏସ୍‌’ ନାମ ଥିବା ଝିଅମାନଙ୍କୁ ବିବାହ କରିଛନ୍ତି। ତାଙ୍କ ସ୍ତ୍ରୀମାନଙ୍କ ନାମ ଶୁମ୍ବଲ, ଶୁବାନା ଏବଂ ଶାହିଦା। ଏବେ ସେ ଏସ୍‌ ଅକ୍ଷରରେ ନାମ ଥିବା ଝିଅଟିଏ ଚତୁର୍ଥ ବିବାହ ପାଇଁ ଖୋଜୁଛନ୍ତି।

ଆଜିର ସମୟରେ ଯେଉଁଠି ଗୋଟିଏ ପାର୍ଟନରଙ୍କୁ ସମୟ ଦେବା ସମ୍ଭବ ହେଉନାହିଁ। ସେଠାରେ ଅଦନାନ ନିଜର ତିନିଜଣ ସ୍ତ୍ରୀଙ୍କୁ ଖୁସିରେ ରଖିଛନ୍ତି। ସେ ସମସ୍ତଙ୍କୁ ସମାନ ଭାବେ ଭଲ ପାଆନ୍ତି। ଯେଉଁଠିକୁ ଯାଆନ୍ତି, ସାଙ୍ଗ ହୋଇ ଯାଆନ୍ତି। ସ୍ତ୍ରୀମାନେ ମଧ୍ୟ ମିଳିମିଶି ଅଦନାନଙ୍କ କାମ କରନ୍ତି। ତେବେ କିଭଳି ଭାବେ ତିନିଜଣ ସ୍ତ୍ରୀଙ୍କୁ ସେ ସମ୍ଭାଳିଛନ୍ତି ପ୍ରଶ୍ନରେ ଅଦନାନ୍‌ କୁହନ୍ତି, ତିନିଜଣଙ୍କ ପାଇଁ ସେ ଏକାସହିତ ଡ୍ରେସ୍‌ କିଣନ୍ତି। ସମସ୍ତଙ୍କ ସହ ମିଶି ଖାଆନ୍ତି। ସବୁଜିନିଷ ସେ ଏକାଠି କରନ୍ତି। ଗୋଟିଏ ମାସରେ ତାଙ୍କର ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ସେ ସ୍ପୋଟ୍ସ କାର ବିକ୍ରି ବ୍ୟବସାୟ କରନ୍ତି। ବିବାହ ପରେ ତାଙ୍କର ଭଲ ଲାଭ ହେଉଛି। ଏବେ ତାଙ୍କର ଚାରି ସନ୍ତାନ ଅଛନ୍ତି। ସେ ନିଜ ପରିବାରକୁ ବେଶ ଭଲପାଆନ୍ତି ବୋଲି କହିଛନ୍ତି।

ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ସ୍ବାଭାବିକ କଥା ହୋଇଥିବା ବେଳେ ଅଦନାନଙ୍କ ତିନିଜଣ ସ୍ତ୍ରୀ କେବେହେଲେ ଝଗଡ଼ା କରନ୍ତି ନାହିଁ। ନା ସ୍ବାମୀଙ୍କ ସହ ନା ପରସ୍ପର ମଧ୍ୟରେ। ଏଣୁ ସେ ନିଜକୁ ଭାଗ୍ୟଶାଳୀ ବୋଲି କୁହନ୍ତି। ଅଦନାନଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ। ଦ୍ୱିତୀୟ ସ୍ତ୍ରୀ ତୃତୀୟ ବିବାହ କରିବାକୁ କହିଥିଲେ। ଏବେ ସମସ୍ତେ ମିଶି ଚତୁର୍ଥ ସ୍ତ୍ରୀଙ୍କୁ ଆଣିବାକୁ ପ୍ରୟାସ ଚଳାଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?