Posted inଫୁରସତ

୨୨ ବର୍ଷୀୟ ଅଦନାନଙ୍କ ଅଛନ୍ତି ୩ ସ୍ତ୍ରୀ: ଚତୁର୍ଥ ବିବାହ ପାଇଁ ଚାଲିଛି କନିଆ ଖୋଜା, ସହଯୋଗ କରୁଛନ୍ତି ପତ୍ନୀ

ଆଜିକାଲିର ଯୁବପିଢ଼ୀ ଶିଘ୍ର ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ପାକିସ୍ତାନର ଜଣେ ଯୁବକଙ୍କ କାହାଣୀ ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ପାକିସ୍ତାନର ଅଦନାନ ୨୨ ବର୍ଷର ହୋଇଥିବା ବେଳେ ତିନିଟି ବିବାହ କରିଛନ୍ତି। ଏବେ ସେ ଚତୁର୍ଥ ବିବାହ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ବିବାହ ପାଇଁ ମନୋନିତ ପ୍ରାର୍ଥୀ ଖୋଜିବାରେ ତାଙ୍କ ସ୍ତ୍ରୀମାନେ ତାଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି।

ଅଦନାନ ପାକିସ୍ତାନ ସିୟାଲକୋଟର ବାସିନ୍ଦା। ସେ ୧୬ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ। ସେତେବେଳେ ସେ ପାଠ ପଢ଼ୁଥିଲେ। ପରେ ୨୦ ବର୍ଷ ବୟସରେ ସେ ଦ୍ୱିତୀୟ ବିବାହ ଏବଂ ଗତବର୍ଷ ସେ ତୃତୀୟ ବିବାହ କରିଥିଲେ। ଅଦନାନ୍‌ କେବଳ ଇଂରାଜୀ ଅକ୍ଷର ‘ଏସ୍‌’ ନାମ ଥିବା ଝିଅମାନଙ୍କୁ ବିବାହ କରିଛନ୍ତି। ତାଙ୍କ ସ୍ତ୍ରୀମାନଙ୍କ ନାମ ଶୁମ୍ବଲ, ଶୁବାନା ଏବଂ ଶାହିଦା। ଏବେ ସେ ଏସ୍‌ ଅକ୍ଷରରେ ନାମ ଥିବା ଝିଅଟିଏ ଚତୁର୍ଥ ବିବାହ ପାଇଁ ଖୋଜୁଛନ୍ତି।

ଆଜିର ସମୟରେ ଯେଉଁଠି ଗୋଟିଏ ପାର୍ଟନରଙ୍କୁ ସମୟ ଦେବା ସମ୍ଭବ ହେଉନାହିଁ। ସେଠାରେ ଅଦନାନ ନିଜର ତିନିଜଣ ସ୍ତ୍ରୀଙ୍କୁ ଖୁସିରେ ରଖିଛନ୍ତି। ସେ ସମସ୍ତଙ୍କୁ ସମାନ ଭାବେ ଭଲ ପାଆନ୍ତି। ଯେଉଁଠିକୁ ଯାଆନ୍ତି, ସାଙ୍ଗ ହୋଇ ଯାଆନ୍ତି। ସ୍ତ୍ରୀମାନେ ମଧ୍ୟ ମିଳିମିଶି ଅଦନାନଙ୍କ କାମ କରନ୍ତି। ତେବେ କିଭଳି ଭାବେ ତିନିଜଣ ସ୍ତ୍ରୀଙ୍କୁ ସେ ସମ୍ଭାଳିଛନ୍ତି ପ୍ରଶ୍ନରେ ଅଦନାନ୍‌ କୁହନ୍ତି, ତିନିଜଣଙ୍କ ପାଇଁ ସେ ଏକାସହିତ ଡ୍ରେସ୍‌ କିଣନ୍ତି। ସମସ୍ତଙ୍କ ସହ ମିଶି ଖାଆନ୍ତି। ସବୁଜିନିଷ ସେ ଏକାଠି କରନ୍ତି। ଗୋଟିଏ ମାସରେ ତାଙ୍କର ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ସେ ସ୍ପୋଟ୍ସ କାର ବିକ୍ରି ବ୍ୟବସାୟ କରନ୍ତି। ବିବାହ ପରେ ତାଙ୍କର ଭଲ ଲାଭ ହେଉଛି। ଏବେ ତାଙ୍କର ଚାରି ସନ୍ତାନ ଅଛନ୍ତି। ସେ ନିଜ ପରିବାରକୁ ବେଶ ଭଲପାଆନ୍ତି ବୋଲି କହିଛନ୍ତି।

ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ସ୍ବାଭାବିକ କଥା ହୋଇଥିବା ବେଳେ ଅଦନାନଙ୍କ ତିନିଜଣ ସ୍ତ୍ରୀ କେବେହେଲେ ଝଗଡ଼ା କରନ୍ତି ନାହିଁ। ନା ସ୍ବାମୀଙ୍କ ସହ ନା ପରସ୍ପର ମଧ୍ୟରେ। ଏଣୁ ସେ ନିଜକୁ ଭାଗ୍ୟଶାଳୀ ବୋଲି କୁହନ୍ତି। ଅଦନାନଙ୍କ ପ୍ରଥମ ସ୍ତ୍ରୀ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ। ଦ୍ୱିତୀୟ ସ୍ତ୍ରୀ ତୃତୀୟ ବିବାହ କରିବାକୁ କହିଥିଲେ। ଏବେ ସମସ୍ତେ ମିଶି ଚତୁର୍ଥ ସ୍ତ୍ରୀଙ୍କୁ ଆଣିବାକୁ ପ୍ରୟାସ ଚଳାଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରେଣ୍ଡଶିପ୍‌ ଡେ’

ସୁଖ ହେଉ ଅବା ଦୁଃଖ, ଯିଏ ସବୁବେଳେ ପାଖରେ ଥାଏ, ଆଉ ଯାହା ଆଗରେ ସବୁ ମନ କଥା କହି ହୋଇଯାଏ, ସିଏ ହେଉଛି ବନ୍ଧୁ।...

୪୭ ଲକ୍ଷ ଟଙ୍କାରେ ‘ସାଇଚିକ୍‌ ଥେରାପି’

ମସ୍କୋ: ଅବସାଦ, ଭୟ ଓ ଚିନ୍ତା ପରି ବିରାଟ ସମସ୍ୟାର ସମାଧାନ ପାଇଁ ରୁଷିଆର ଏକ କମ୍ପାନୀ ନିଆରା ଥେରାପି ବ୍ୟବସ୍ଥା କରିଛି। ରୁଷିଆରେ ପ୍ରେକାଟେଡ୍‌...

ପର୍ଯ୍ୟଟନରେ ମନୋରମ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ...

ବାଇକ୍‌କୁ ଆମ୍ବୁଲାନ୍ସ କଲେ ଯୁବ ଇଞ୍ଜିନିୟର, ଏଥିରେ ବେଡ୍‌ ସହ ରହିଛି ଅକ୍ସିଜେନ ସିଲିଣ୍ଡର

ଭୋପାଳ,୨୯।୪: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। କରୋନା ରୋଗୀଙ୍କ ସମ୍ପର୍କୀୟମାନେ କେଉଁଠି ଆମ୍ବୁଲାନ୍ସ ପାଉନାହାନ୍ତି ତ ଆଉ...

ଏହି ରଙ୍ଗୀନ କାର୍‌ ପାଇଁ ଯିବାକୁ ପଡ଼ିଲା ହାଇକୋର୍ଟ, ଜାଣନ୍ତୁ କାହିଁକି

୨୦୧୯ ଜୁଲାଇରେ ଆଡ୍‌ଭୋକେଟ୍‌ ରଞ୍ଜିତ ମାଲହୋତ୍ରା ଏକ କାର୍‌ କିଣିଥିଲେ। ଏହି କାର୍‌ଟି ଦେଖିବାକୁ ରଙ୍ଗବେରଙ୍ଗ ତଥା ଖୁବ୍‌ ଆକର୍ଷଣୀୟ। ମେକ୍ସିକୋର ଜଣେ କଳାକାର ଏହି...

ପୁଅ ବାହାଘରରେ ଉଡ଼ାଗଲା ୯୦ ଲକ୍ଷ ଟଙ୍କାର ନୋଟ୍‌

ଜାମନଗର,୧।୧୨: ଗୁଜରାଟ ଜାମନଗରରେ ପୁଅ ବାହାଘରରେ ୯୦ ଲକ୍ଷ ଟଙ୍କାର ନୋଟ୍‌ ଉଡ଼ାଯାଇଛି। ସ୍ଥାନୀୟ କୁନଡ ଗାଁରେ ଜାଡ଼େଜା ପରିବାର ପକ୍ଷରୁ ଏଭଳି କରାଯାଇଛି। ବର...

ରୁଷିଆର କରୋନା ଟିକା ଉପରେ ବିଶ୍ୱକୁ ହେଉନାହିଁ ଭରସା? ଜାଣନ୍ତୁ ୫ କାରଣ

ମସ୍କୋ,୧୧।୮: ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା। ଏନେଇ ମଙ୍ଗଳବାର ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଛନ୍ତି। ହେଲେ ଏହାର ଟିକାକୁ ସନ୍ଦେହଜନକ...

କାନ୍ଥରେ ସ୍ପାଇଡର ପରି ଦୌଡୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ...

Advertisement
Archives

Model This Week