ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଚିତ୍ର

ପୁରୀ ଅଫିସ,୧୮ା୧୧:ବଦଳିବ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ଚିତ୍ର। ଅବହେଳିତ ଅବସ୍ଥାରେ ଥିବା ଏହି ତୀର୍ଥ ପୁଷ୍କରିଣୀର ଉନ୍ନତୀକରଣ କରାଯିବ। ଐତିହ୍ୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଏହାକୁ ବିକଶିତ କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ହେବ। ପୁଷ୍କରିଣୀକୁ ସଂଯୋଗ କରୁଥିବା ରାସ୍ତାରୁ ଜବରଦଖଲ ହଟାଯିବ। ବୁଧବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଜିଲାପାଳ ବଲୱନ୍ତ ସିଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଯାଇ ସ୍ଥିତି ପରଖିବା ପରେ ଏଭଳି ଅନେକ ନିଷ୍ପତ୍ତି ନେଇଛନ୍ତି। ଉନ୍ନତୀକରଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପୁରୁଷୋତ୍ତମ କ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଅନ୍ୟତମ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହାର ପାଚେରି ଭୁଶୁଡ଼ି ପଡ଼ିିଥିବାବେଳେ ପୁଷ୍କରିଣୀରେ ନଳାପାଣି ମିଶୁଛି। ଏ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ। ଏବେ ଏହା ଉପରେ ପ୍ରଶାସନର ନଜର ପଡ଼ିିଛି। ଜିଲାପାଳ ଏବଂ ଅନ୍ୟ ଅଧିକାରୀମାନେ ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିବା ସହ ଉନ୍ନତୀକରଣ ନିମନ୍ତେ ସାହିବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି। ସାହି ନେତୃବୃନ୍ଦଙ୍କ ମତାମତ ଭିତ୍ତିରେ ଅନେକ ନିଷ୍ପତ୍ତି ନିଆଯାଇଛି। ଶ୍ରାଦ୍ଧ ଓ ପିଣ୍ଡଦାନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତୁଠ, ପାହାଚ, ଭାଙ୍ଗିଯାଇଥିବା ପାଚେରି ମରାମତି, ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ ଏବଂ ପୋଖରୀ ସଫା କାର୍ଯ୍ୟ ୧୫ଦିନ ମଧ୍ୟରେ ଶେଷ କରାଯିବ। ପାଚେରି କାନ୍ଥରେ ପେଣ୍ଟିଂ କରାଯିବ। ପେଣ୍ଟିଂଗୁଡ଼ିକରେ ଇନ୍ଦ୍ରଦ୍ୟୁମ୍ନର ଐତିହ୍ୟ ସ୍ଥାନ ପାଇବ। ପ୍ରବେଶ ପଥରେ ହାଇମାଷ୍ଟ ଲାଇଟ ଏବଂ ଅନ୍ୟ ତିନି କୋଣରେ ଉଜ୍ଜଳ ଆଲୋକୀକରଣ ବ୍ୟବସ୍ଥା ହେବ। ପୂର୍ବ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ସହ ଏହା କଡ଼ରେ ଥିବା ସ୍ବେରେଜ ଲାଇନର ପୁନରୁଦ୍ଧାର କରାଯିବ। ପୁଷ୍କରିଣୀକୁ ପରିଷ୍କାର ରଖିବା ଓ ଦେଖାରଖା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଜଣ ଲୋକଙ୍କୁ ନିଯୁକ୍ତି ଦିଆଯିବ। ଡାକବାଜି ଯନ୍ତ୍ରରେ ଭଜନ ପରିବେଷଣ କରାଯିବ। ବିଭିନ୍ନ ସତର୍କତାମୂଳକ ସୂଚନା ଶ୍ରଦ୍ଧାଳୁଙ୍କୁ ଦିଆଯିବ। ଏ ନେଇ ଆସନ୍ତା ୨୦ ତାରିଖରେ ଇନ୍ଦ୍ରଦ୍ୟୁମ୍ନ ନିକଟରେ ବୈଠକ ବସିବ। ଏହାପରେ ବିଭାଗୀୟ ଅଧିକାରୀ ମାଟିଆପଡ଼ା ଓ ଟିକରପଡା ଅଞ୍ଚଳ ବୁଲି ସଫେଇ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ସଫେଇ ଅଭିଯାନ ପାଇଁ ଗଠିତ ଟିମ୍‌ର ସଦସ୍ୟ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ବୁଧବାର ପ୍ରାତଃ ସମୟରେ ଜିଲାପାଳ ସିଂ ଗଦାଧର ହାଇସ୍କୁଲ ଓ ମୋଚିସାହିସ୍ଥିତ ଗାଡ଼ିଖାନା ପରିସରରେ ସ୍ବଚ୍ଛ ସୈନିକମାନଙ୍କ ପ୍ରାର୍ଥନା ସଭାରେ ଯୋଗଦେବା ସହ ସେମାନଙ୍କୁ ସ୍ବଚ୍ଛତାର ଶପଥ ପାଠ କରାଇଥିଲେ। ଅଳିଆକୁ ପୁରୀର ପବିତ୍ର ମାଟିରେ ସ୍ପର୍ଶ କରାଇ ନ ଦେବାକୁ ପରାମର୍ଶ ଦେଇଥିଲେ। ସୂଚନାଥାଉ କି, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ, ପିତୃ ଓ ଦେବତାଙ୍କ ତର୍ପଣ ବିଧାନରେ ସମ୍ପାଦିତ କଲେ ମନୁଷ୍ୟ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ କରେ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri