ଖୋଲା ଆକାଶ ତଳେ ଶୋଇପାରିବେନି ପିଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରାଜ୍ୟର ଅଧିକାଂଶ ସହରାଞ୍ଚଳରେ ପିଲାମାନେ ନିଜ ବାସହୀନ ପରିବାରଙ୍କ ସହ ଖୋଲା ଆକାଶ ତଳେ ରହୁଛନ୍ତି। ଶୀତ ଦିନରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା ସହ ଏହାର ପ୍ରକୋପ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଶୀତ ସମୟରେ କୌଣସି ପିଲା ଖୋଲା ଆକାଶ ତଳେ ଶୋଇ ପାରିବେ ନାହିଁ। ଏ ଦିଗରେ ପଦକ୍ଷେପ ନେବା ପାଇଁ ବୁଧବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ନିଜ ଜିଲାର ସମସ୍ତ ଅର୍ବାନ ଲୋକାଲ ବଡିଜ୍‌ରେ ଏହି ପିଲା ଓ ତାଙ୍କ ପରିବାରକୁ ଚିହ୍ନଟ କରିବା ପାଇଁ ଏକ ସ୍ବତନ୍ତ୍ର ସଚେତନତା ଅଭିଯାନ କରିବାକୁ କୁହାଯାଇଛି। ଜିଲା ପ୍ରଶାସନ ‘ନୋ ଚାଇଲ୍ଡ ସ୍ଲିପ୍‌ ଅଣ୍ଡର ଦି ଓପନ ସ୍କାଏ’ ନାମରେ ଏକ ଅଭିଯାନ ଆରମ୍ଭ କରିବ। ସେମାନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ ବା ହ୍ବାଟ୍ସଆପ୍‌ ନମ୍ବର ଜାରି କରାଯିବ। ସେଲ୍ଟର ଫର୍‌ ଅର୍ବାନ ହୋମ୍‌ଲେସ୍‌ ପ୍ରୋଗ୍ରାମ ଜରିଆରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବ। ଯେଉଁଠି ସ୍ଥାୟୀ ଆଶ୍ରୟସ୍ଥଳୀ ନ ଥିବ, ସେଠାରେ ଷ୍ଟେ ଅର୍ବାନ ଡେଭଲପ୍‌ମେଣ୍ଟ ଏଜେନ୍ସିର ସମନ୍ବୟରେ ଯଥାଶୀଘ୍ର ଅସ୍ଥାୟୀ ଆଶ୍ରୟସ୍ଥଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସେହି ପିଲା ଓ ସେମାନଙ୍କ ପରିବାରବର୍ଗଙ୍କ ନାମ ପଞ୍ଜୀକୃତ କରାଯିବ। ସେମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯିବ। ଜିଲାପାଳମାନେ ମାସରେ ଥରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରି ରିପୋର୍ଟ ଦାଖଲ କରିବେ। ଆସନ୍ତା ୧୫ଦିନରେ ଏହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ନିଂଓ୍ବାକ୍‌ ବେଳେ ମହିଳାଙ୍କୁ କମେଣ୍ଟ ମାରି ଯୁବକ ଗିରଫ

ଛତ୍ରପୁର,୨୬।୩: ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ମହିଳା ଜଣକ ମର୍ନିଂଓ୍ବାକ କରିବା ପାଇଁ ଆସୁଥିବା ବେଳେ...

ଅନୁଗୋଳରେ ମୋବାଇଲ ଅବକାରୀ ବିଭାଗର ଚଢ଼ାଉ: ୯ଶହ ଲିଟର ଦେଶୀ ମହୁଲି ଜବତ, ୨ ଗିରଫ

ଅନୁଗୋଳ ଅଫିସ,୨୨।୫: ଅନୁଗୋଳ ମୋବାଇଲ ଅବକାରୀ ବିଭାଗ ବୁଧବାର ଚଢ଼ାଉ କରି ୯ଶହ ଲିଟର ଦେଶୀ ମହୁଲି ଜବତ କରିଛି। ଜରାସିଂହାରୁ ଚୋରାରେ ଏହି ଦେଶୀ...

ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେଲା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଏଣିକି ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେବ। ଗୁଣାତ୍ମକମାନର ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏକ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରେତ୍ସାହିତ କରିବା...

ବାହାରୁ ଔଷଧ ଲେଖି ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ)/ ବଲାଙ୍ଗୀର ଅଫିସ/ପାଟଣାଗଡ, (ଡି.ଏନ୍‌.ଏ.): ଶିଶୁରୋଗୀଙ୍କ ପାଇଁ ବାହାରୁ ଔଷଧ ଲେଖିବା ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର...

ଖୋଲା ରହିବ ପଶୁ ଖାଦ୍ୟ ଦୋକାନ, ଚିକିତ୍ସାକାରୀ କ୍ଲିନିକ୍‌

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପଶୁ ଚିକିତ୍ସାକାରୀ କ୍ଲିନିକ, ପଶୁ ଖାଦ୍ୟ ବିତରଣକାରୀ ଦେକାନ ଖୋଲା ରହିବ। ଏଗୁଡ଼ିକ ଅତ୍ୟାବଶ୍ୟକ ସେବା ଏବଂ ବସ୍ତୁ ଅନ୍ତର୍ଗତ ଥିବାରୁ...

ଆସୁଛି ଲଘୁଚାପ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବଳୟ ସୃଷ୍ଟି ହୋଇଛି । ଏହା ୧୭ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ...

ବ୍ୟାଙ୍କ୍‌ ମ୍ୟାନେଜର, କେ.ପି. ସଲ୍ୟୁଶନ୍ସ ମୁଖ୍ୟ ଗିରଫ

ଭୁବନେଶ୍ୱର,୧୬।୯ (ବ୍ୟୁରୋ):ଜୟଦେବ ବିହାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୨.୫ କୋଟି ଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାପୁଜୀ...

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୪୪୮ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୯ ଶିଶୁ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୪୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୨,୧୪୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week